ନାବାଳିକାକୁ କାଜୁ ଜଙ୍ଗଲକୁ ଟେକି ନେଇ…

ଜଗତସିଂହପୁର( ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲା ଏରସମାରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଏରସମାର ଗଡ଼ ହରିଶପୁର ଗାଁ ନିକଟ କାଜୁ ଜଙ୍ଗଲରୁ ନାବାଳିକାର ମୃତଦେହ ଉଦ୍ଧାର କରିଛି ପୋଲିସ।

ସୂଚନା ଅନୁସାରେ ଗତ ରାତିରେ ନାବାଳିକା ଜଣକ ଶୌଚ ପାଇଁ କାଜୁ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ କେହି ଦୁର୍ବୃତ୍ତ ତାଙ୍କୁ ଟେକି ନେଇଯାଇଥିଲା। ତା’ ପରେ ତାଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାର ତଦନ୍ତ କରୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।