ଅନାଥ ନାବାଳିକା ଗର୍ଭବତୀ, ସଂପର୍କୀୟ ମାମୁ ଅଟକ

କୋରାପୁଟ (ସୂର୍ଯ୍ୟ ପଣ୍ଡା): କୋରାପୁଟ ଜିଲ୍ଲାରେ ଜଣେ ଅନାଥ ନାବାଳିକା ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କୁ ଅନ୍ତଃସତ୍ତ୍ୱା କରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ପୁଲିସ୍ ଅଟକ ରଖିଛି। ସେ ହେଉଛନ୍ତି ନାବାଳିକାଙ୍କ ସଂପର୍କୀୟ ମାମୁ। ଅଭିଯୋଗ ଅନୁଯାୟୀ, ୧୬ ବର୍ଷର ଏହି ବାପାମା’ ଛେଉଣ୍ଡ ନାବାଳିକା ଜଣଙ୍କ ତାଙ୍କ ପିଉସୀ ଘରେ ରହୁଥିଲେ। ବାହା ହେବାର ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ତାଙ୍କ ସହିତ ଶାରୀରିକ ସଂପର୍କ ରଖି ଆସୁଥିଲେ। ଅଭିଯୁକ୍ତ ବିବାହିତ ହୋଇଥିବା ସତ୍ତ୍ୱେ ନାବାଳିକାଙ୍କୁ […]

policestation

Jitendra Garnayak
  • Published: Wednesday, 30 January 2019
  • , Updated: 30 January 2019, 11:14 AM IST

କୋରାପୁଟ (ସୂର୍ଯ୍ୟ ପଣ୍ଡା): କୋରାପୁଟ ଜିଲ୍ଲାରେ ଜଣେ ଅନାଥ ନାବାଳିକା ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କୁ ଅନ୍ତଃସତ୍ତ୍ୱା କରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ପୁଲିସ୍ ଅଟକ ରଖିଛି। ସେ ହେଉଛନ୍ତି ନାବାଳିକାଙ୍କ ସଂପର୍କୀୟ ମାମୁ।

ଅଭିଯୋଗ ଅନୁଯାୟୀ, ୧୬ ବର୍ଷର ଏହି ବାପାମା’ ଛେଉଣ୍ଡ ନାବାଳିକା ଜଣଙ୍କ ତାଙ୍କ ପିଉସୀ ଘରେ ରହୁଥିଲେ। ବାହା ହେବାର ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ତାଙ୍କ ସହିତ ଶାରୀରିକ ସଂପର୍କ ରଖି ଆସୁଥିଲେ। ଅଭିଯୁକ୍ତ ବିବାହିତ ହୋଇଥିବା ସତ୍ତ୍ୱେ ନାବାଳିକାଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ନାବାଳିକା ଜଣଙ୍କ ୬ ମାସର ଗର୍ଭବତୀ ଥିବା ଜଣାପଡ଼ିବା ପରେ ଗାଁ ପଞ୍ଚାୟତରେ ଏହାର ସମାଧାନ ପାଇଁ ବୈଠକ ବସିଥିଲା। ହେଲେ ଏଥିରେ କୌଣସି ସମାଧାନ ହୋଇ ନ ପାରିବାରୁ ନାବାଳିକାଙ୍କ ପିଉସୀ ଥାନାରେ ଏତଲା ଦେଇଥିଲେ। ନାବାଳିକାଙ୍କ ସହିତ ତାଙ୍କର କୌଣସି ସଂପର୍କ ନଥିଲା ବୋଲି ଅଭିଯୁକ୍ତ ଏହି ବୈଠକରେ କହିଥିଲେ।

ଦଶମନ୍ତପୁର ପୁଲିସ୍ ଅଭିଯୁକ୍ତକୁ ଅଟକ ରଖିଛି। ଅଭିଯୁକ୍ତର ଘର ଡୁମ୍ବାଗୁଡ଼ା ପଞ୍ଚାୟତରେ।

କିଛି ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରୁ ନାବାଳିକା ଗର୍ଭବତୀ ହେବା ଖବର ଆସୁଛି। କନ୍ଧମାଳରେ ଜଣେ ଅଷ୍ଟମ ଶ୍ରେଣୀ ଝିଅ ଶିଶୁ କନ୍ୟା ପ୍ରସବ କରିବା ପରେ ଢେଙ୍କାନାଳ, ଯାଜପୁର ସହିତ ରାଜ୍ୟର ଅନ୍ୟ କିଛି ସ୍ଥାନରୁ ନାବାଳିକା ଗର୍ଭବତୀ ଥିବା ଖବର ଆସିଥିଲା।

Related story