ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍‌, ଜରିମାନା

କଟକ(ଓଡ଼ିଶା ରିପୋର୍ଟର): ୨୦୧୭ ମସିହାରେ କଟକ ସଦର ଥାନା ଅଞ୍ଚଳରେ ଘଟିଥିବା ନାବାଳିକା ଦୁଷ୍କର୍ମ ମାମଲାରେ ଆଜି ରାୟ ପ୍ରକାଶ ପାଇଛି। କଟକ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍‌ ପୋକ୍ସୋ କୋର୍ଟ ମାମଲାକୁ ବିଚାର କରି ଅଭିଯୁକ୍ତ ଅନୁଜ ମଳିକକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ରାୟରେ ଶୁଣାଇଛନ୍ତି। ୨୦୧୭ ମସିହା ନଭେମ୍ୱର […]

Judgment

Manoranjan Sial
  • Published: Monday, 04 April 2022
  • , Updated: 04 April 2022, 05:02 PM IST

କଟକ(ଓଡ଼ିଶା ରିପୋର୍ଟର): ୨୦୧୭ ମସିହାରେ କଟକ ସଦର ଥାନା ଅଞ୍ଚଳରେ ଘଟିଥିବା ନାବାଳିକା ଦୁଷ୍କର୍ମ ମାମଲାରେ ଆଜି ରାୟ ପ୍ରକାଶ ପାଇଛି। କଟକ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍‌ ପୋକ୍ସୋ କୋର୍ଟ ମାମଲାକୁ ବିଚାର କରି ଅଭିଯୁକ୍ତ ଅନୁଜ ମଳିକକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ରାୟରେ ଶୁଣାଇଛନ୍ତି।

୨୦୧୭ ମସିହା ନଭେମ୍ୱର ୨୦ ତାରିଖରେ କଟକ ସଦର ଥାନା ଅଞ୍ଚଳର ଜଣେ ୧୦ ବର୍ଷୀୟା ନାବାଳିକା ସ୍କୁଲ ଯାଉଥିଲେ। ଠିକ୍‌ ଏହି ସମୟରେ ଅଭିଯୁକ୍ତ ଅନୁଜ ମଳିକ ତାଙ୍କୁ ନିଜ ଘର ଭିତରକୁ ଟାଣି ନେଇଥିଲା। ପରେ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଦୁଷ୍କର୍ମ ପରେ ପୀଡ଼ିତା କ୍ଷତାକ୍ତ ହୋଇଥିଲେ।

ଘଟଣା ସମ୍ପର୍କରେ ପୀଡ଼ିତାଙ୍କ ମାଆ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଅନୁଜ ମଳିକକୁ ଗିରଫ କରିଥିଲା। ଆଜି ଏହି ମାମଲାରେ ରାୟ ପ୍ରକାଶ ପାଇଛି। କଟକ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍‌ ପୋକ୍ସୋ କୋର୍ଟର ବିଚାରପତି ମୋଟ୍‌ ୧୧ ଜଣ ସାକ୍ଷୀଙ୍କ ବୟାନ ଓ ୧୨ଟି ତଥ୍ୟ ପ୍ରମାଣ ଆଧାରରେ ଉପରୋକ୍ତ ଦଣ୍ଡବିଧାନ କରିଛନ୍ତି।

Related story