ମିଠା ଖୁଆଇ ଦିଅନ୍ତି, ମୋର ମୁଣ୍ଡ ବୁଲାଏ; ସକାଳ ହେଲେ ମୋ ଦେହରେ ଡ୍ରେସ୍‌ ନଥାଏ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ମୋ ଆଖି ବନ୍ଦ କରି ତାଙ୍କ ଦିଦିଙ୍କ ଘରକୁ ନେଇଗଲେ। ତାଙ୍କ ଭଉଣୀ ଘର କଟକରେ। ମୋତେ ମିଠା ଖାଇବାକୁ ଦିଅନ୍ତି, ନଖାଇଲେ ମାରନ୍ତି। ମିଠା ଖାଇବା ପରେ କଣ ହୁଏ ଜାଣିପାରେନି, ମୁଣ୍ଡ ବୁଲାଏ ଓ ସକାଳ ହେଲେ ଜାଣିପାରେ। ମୋ ଦେହରେ ଡ୍ରେସ୍‌ ନଥାଏ। ଦେହରେ ପାଣି ଢ଼ାଳି ଦିଅନ୍ତି। ଯେଉଁଠି ରଖୁଥିଲେ, ସେ ଘରେ ପୁଲିସ ବି ଥିଲା। ତାଙ୍କ ଭଉଣୀ ଓ ଭିଣୋଇ ପୁଲିସରେ ଅଛନ୍ତି। ମୋ ସହ […]

minor-girl-rape-in-jajpur

Manoranjan Sial
  • Published: Thursday, 23 January 2020
  • , Updated: 23 January 2020, 09:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ମୋ ଆଖି ବନ୍ଦ କରି ତାଙ୍କ ଦିଦିଙ୍କ ଘରକୁ ନେଇଗଲେ। ତାଙ୍କ ଭଉଣୀ ଘର କଟକରେ। ମୋତେ ମିଠା ଖାଇବାକୁ ଦିଅନ୍ତି, ନଖାଇଲେ ମାରନ୍ତି। ମିଠା ଖାଇବା ପରେ କଣ ହୁଏ ଜାଣିପାରେନି, ମୁଣ୍ଡ ବୁଲାଏ ଓ ସକାଳ ହେଲେ ଜାଣିପାରେ। ମୋ ଦେହରେ ଡ୍ରେସ୍‌ ନଥାଏ। ଦେହରେ ପାଣି ଢ଼ାଳି ଦିଅନ୍ତି। ଯେଉଁଠି ରଖୁଥିଲେ, ସେ ଘରେ ପୁଲିସ ବି ଥିଲା। ତାଙ୍କ ଭଉଣୀ ଓ ଭିଣୋଇ ପୁଲିସରେ ଅଛନ୍ତି। ମୋ ସହ ଖରାପ କାମ କରିଛନ୍ତି। ମୋ ଜୀବନ ନଷ୍ଟ କରିଛନ୍ତି। ତା’ ଜୀବନ ବି ନଷ୍ଟ ହେଉ...।” ଇଏ ହେଉଛି ଯାଜପୁର ଦୁଷ୍କର୍ମ ପୀଡ଼ିତାଙ୍କ କୋହଭରା ବୟାନ। ଯାହା ବୟାନ୍‌ କରୁଛି କେତେ ଯନ୍ତ୍ରଣାଦାୟକ ଥିଲା ନିର୍ଯାତନା।

ଗତ ୧୪ ତାରିଖ ରାତି ପ୍ରାୟ ୩ଟା ହେବ। ବନ୍ଧୁକ ମୁନରେ ନାବାଳିକାକୁ ଜୋର ଜବରଦସ୍ତ ଅପହରଣ କରିନେଲେ ଦୁଇ ଯୁବକ। ଏମାନେ ହେଲେ ଧର୍ମଶାଳା ମିଲତନଗରର ପିଣ୍ଟୁ ଓ ମିଟୁ। ପ୍ରତିବାଦ କରିବାରୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ନାବାଳିକାର ବାପା ଥାନାରେ ଅଭିଯୋଗ କରିଥିଲେ। ହେଲେ ପୁଲିସ ନିଖୋଜ ମାମଲା ରୁଜୁ କରି ଚୁପ୍‌ ରହିଛି। ଏପଟେ ଅଜଣା ସ୍ଥାନକୁ ନେଇ ମିଠାରେ ନିଶା ଦେଇ ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରିଥିଲେ ଅଭିଯୁକ୍ତ। ତିନି ଦିନରେ ତିନିଟି ଭିନ୍ନ ଭିନ୍ନ ସ୍ଥାନରେ ରଖି ଇଜ୍ଜତ ଲୁଟିବା ସହ ଶାରୀରିକ ନିର୍ଯାତନା ଦେଇଥିବା ପୀଡ଼ିତା କହିଛନ୍ତି।

ତେବେ ୧୮ ତାରିଖ ଅପରାହ୍ନ ୪ ଟା ବେଳେ ଯାଜପୁରର ବାରବାଟି ନିକଟରେ ଜାତୀୟ ରାଜପଥ କଡ଼ରେ ଅଭିଯୁକ୍ତମାନେ ଅଚେତ ନାବାଳିକାକୁ ଫୋପାଡି ଦେଇଥିଲେ। ଏପରିକି ଝିଅକୁ ନେଇଯିବା ପାଇଁ ପରିବାରକୁ ଫୋନ ମଧ୍ୟ କରିଥିଲେ। ଘଟଣାର ୪ ଦିନ ପରେ ପୁଲିସ ଅଭିଯୁକ୍ତ ପିଣ୍ଟୁ ସମେତ ତାର ଭାଇ ଓ ଦୁଇ ଭଉଣୀଙ୍କୁ ଗିରଫ କରିଛି। ତେବେ ଅଭିଯୁକ୍ତଙ୍କ ସଂପର୍କୀୟ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନି।

ଏପଟେ ଘଟଣାକୁ ନେଇ ତେଜିଛି ରାଜନୀତି। ବିଜେପି ଓ କଂଗ୍ରେସର ତଥ୍ୟ ଅନୁସନ୍ଧାନକାରୀ ଟିମ ପୀଡିତାଙ୍କୁ ଭେଟିବା ପରେ ପୁଲିସ ନାଁରେ ଆଣିଛନ୍ତି ସାଂଘାତିକ ଅଭିଯୋଗ। ବିଜେପି ଅଭିଯୋଗ କରିଛି, ପିଣ୍ଟୁର ସଂପର୍କୀୟ ଧର୍ମଶାଳା ଥାନାରେ ଥିବାରୁ ତାଙ୍କ ଘରେ ନାବାଳିକାକୁ ରଖିଥିଲା ଅଭିଯୁକ୍ତ। ସେପଟେ ଅଭିଯୁକ୍ତର ପୁଲିସ ସଂପର୍କୀୟ ପୀଡିତାକୁ ମୁହଁ ନ ଖୋଲିବାକୁ ଧମକଚମକ ଦେଉଥିଲେ ବୋଲି ଅଭିଯୋଗ ଆଣିଛି କଂଗ୍ରେସ। ଏ ନେଇ କିନ୍ତୁ ପୁଲିସ ମୁହଁ ଖୋଲୁନଥିବା ବେଳେ ବିଜେଡି କହିଛି, ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ହେବ।

https://youtu.be/a-Otd8gG0eA

Related story