ଗାଧୋଉଥିବା ବେଳେ ଟେକି ନେଲେ

ଫୁଲବାଣୀ(ତ୍ରିନାଥ ସାହୁ): ଥମୁନି ଦୁଷ୍କର୍ମ ଘଟଣା। ଅନେକ ସଚେତନତା ସତ୍ତ୍ୱେ ଏହା ଥମିବାର ନାଁ ନେଉ ନାହିଁ। ବ୍ୟାଧି ଭଳି ମାଡ଼ି ଚାଲିଛି। ଏପରି ଏକ ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ଥାନା ଅଞ୍ଚଳରୁ। ଜଣେ ୮ ବର୍ଷର ନାବାଳିକାକୁ ଜଣେ ୫୫ ବର୍ଷୀୟ ବୃଦ୍ଧ ଦୁଷ୍କର୍ମ କରିଥିବା ଅଭିଯୋଗ ହେଇଛି। ସୂଚନା ଅନୁସାରେ, ଜଣେ ୮ ବର୍ଷର ନାବାଳିକା ଗାଁର ନଳକୂପରେ ଗାଧୋଉଥିବା ବେଳେ ସେହି ଗ୍ରାମର ପ୍ରସନ୍ନ ବେହେରା ନାମକ ଜଣେ ୫୫ […]

rape-child

Rakesh Mallick
  • Published: Thursday, 05 July 2018
  • , Updated: 05 July 2018, 02:36 PM IST

ଫୁଲବାଣୀ(ତ୍ରିନାଥ ସାହୁ): ଥମୁନି ଦୁଷ୍କର୍ମ ଘଟଣା। ଅନେକ ସଚେତନତା ସତ୍ତ୍ୱେ ଏହା ଥମିବାର ନାଁ ନେଉ ନାହିଁ। ବ୍ୟାଧି ଭଳି ମାଡ଼ି ଚାଲିଛି। ଏପରି ଏକ ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ଥାନା ଅଞ୍ଚଳରୁ। ଜଣେ ୮ ବର୍ଷର ନାବାଳିକାକୁ ଜଣେ ୫୫ ବର୍ଷୀୟ ବୃଦ୍ଧ ଦୁଷ୍କର୍ମ କରିଥିବା ଅଭିଯୋଗ ହେଇଛି।

ସୂଚନା ଅନୁସାରେ, ଜଣେ ୮ ବର୍ଷର ନାବାଳିକା ଗାଁର ନଳକୂପରେ ଗାଧୋଉଥିବା ବେଳେ ସେହି ଗ୍ରାମର ପ୍ରସନ୍ନ ବେହେରା ନାମକ ଜଣେ ୫୫ ବର୍ଷର ବୃଦ୍ଧ ନାବାଳିକାକୁ ଜୋର ଜବରଦସ୍ତ ନିଜ ଘରକୁ ଉଠାଇ ନେଇଥିଲା। ତା’ପରେ କବାଟ ଦେଇ ନାବାଳିକାକୁ ଦୁଷ୍କର୍ମ କରି ଛାଡ଼ି ଦେଇଥିଲା। ନାବାଳିକା ଜଣକ କଷ୍ଟେ ମଷ୍ଟେ ସେଠାରୁ ଆସିବା ପରେ ମାଆକୁ ସବୁ କଥା କହିଥିଲା। ତା’ପରେ ନାବାଳିକାର ବାପା ଏନେଇ ଖଜୁରିପଡ଼ା ଥାନାରେ ଏତଲା ଦେଇଥିଲେ।  ପୋଲିସ ଅଭିଯୁକ୍ତକୁ ଅଟକ ରଖିଛି। ଏହାସହ ନାବାଳିକାର ଡାକ୍ତରୀ ମାଇନା ପାଇଁ ଫୁଲବାଣୀ ଡାକ୍ତରଖାନାକୁ ପଠାଇଛି।

ନାବାଳିକାର ମାଆ କହିଛନ୍ତି,“ମୋର ଦୁଇ ଝିଅ ସାଙ୍ଗ ହୋଇ ନଳକୂପକୁ ଗାଧୋଇବାକୁ ଯାଇଥିଲେ। ତେବେ ସାନ ଝିଅ ପ୍ରଥମେ ଗାଧୋଇ କି ଘରକୁ ଆସିଥିଲା। ବଡ଼ ଝିଅ ଗୋଧୋଉଥିବା ବେଳେ ପ୍ରସନ୍ନ ବେହେରା ଆସି ଝିଅର ଆଖି  ଓ ପାଟି ବନ୍ଦ କରି ତା ଘରକୁ ଟେକି ନେଇଥିଲା। ଆମେ ଚାରିପଟେ ଝିଅକୁ ଖୋଜିଥିଲୁ କିନ୍ତୁ ପାଇନଥିଲୁ। କିଛି ସମୟ ପରେ ସେ ଝିଅକୁ ଛାଡ଼ି ଦେଇଥିଲା। ଝିଅ ଆସିଲା ପରେ ଆମକୁ ସବୁ କଥା କହିଥିଲା।”

ଅତିରିକ୍ତ ଏସ୍‌ପି ଉତ୍କଳ ରଞ୍ଜନ ଦାସ କହିଛନ୍ତି,‘’ଜଣେ ନାବାଳିକା ଝିଅ ଗୋଧୋଇବାକୁ ନଳକୂପକୁ ଯାଇଥିଲା। ତେବେ ଝିଅଟି ଗାଧୋଇବା ସମୟରେ ଅଭିଯୁକ୍ତ ପ୍ରସନ୍ନ ବେହେରା ତା’ ପାଟି ବନ୍ଦ କରି ଘରକୁ ଟେକି ନେଇ ତାକୁ ଦୁଷ୍ମର୍ମ କରିଥିଲା। ଏସମ୍ପର୍କରେ ଝିଅର ବାପା ଥାନାରେ ଏତଲା ଦେଇଥିଲେ। ଆସାମୀ ପ୍ରସନ୍ନ ବେହେରାକୁ ଅଟକ ରଖାଯାଇ ତଦନ୍ତ ଚାଲିଛି।”

Related story