ଖେଳକୁଦ ବୟସରେ ପଡ଼ୁଥିଲା ହାତଗଣ୍ଠି; ପହଞ୍ଚିଗଲା ଚାଇଲଡ ଲାଇନ୍‌ ଟିମ୍‌

ରାଉରକେଲା(ସତ୍ୟାନନ୍ଦ ମହାନ୍ତି) : ଖେଳକୁଦ ବୟସରେ ହେଉଥିଲା ବିବାହ । ସଂସାରକୁ ବୁଝିବା ଆଗରୁ ଲଦା ଯାଉଥିଲା ସଂସାରର ବୋଝ।  କିଛି ବୁଝିବା ପୂର୍ବରୁ ପାଠପଢ଼ାରେ ଡୋରି ବାନ୍ଧି ନାବାଳିକା ଝିଅକୁ ବିବାହ ବେଦୀରେ ବସାଇ ଦେଇଥିଲେ ପରିବାର ଲୋକ। ହେଲେ ହାତଗଣ୍ଠି ପଡ଼ିବା ପୂର୍ବରୁ ଚାଇଲଡ଼ ଲାଇନ ଟିମ୍‌ ପହଞ୍ଚି ନାବାଳିକାକୁ ଉଦ୍ଧାର କରିନେଲେ। ଏପରି ଏକ ଘଟଣା ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା  ବ୍ଲକ ଅଫିସ ନିକଟରେ ଘଟିଛି। ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା  ବ୍ଲକ ଅଫିସ […]

Niharika Rout
  • Published: Thursday, 04 March 2021
  • Updated: 04 March 2021, 01:13 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି) : ଖେଳକୁଦ ବୟସରେ ହେଉଥିଲା ବିବାହ । ସଂସାରକୁ ବୁଝିବା ଆଗରୁ ଲଦା ଯାଉଥିଲା ସଂସାରର ବୋଝ।  କିଛି ବୁଝିବା ପୂର୍ବରୁ ପାଠପଢ଼ାରେ ଡୋରି ବାନ୍ଧି ନାବାଳିକା ଝିଅକୁ ବିବାହ ବେଦୀରେ ବସାଇ ଦେଇଥିଲେ ପରିବାର ଲୋକ। ହେଲେ ହାତଗଣ୍ଠି ପଡ଼ିବା ପୂର୍ବରୁ ଚାଇଲଡ଼ ଲାଇନ ଟିମ୍‌ ପହଞ୍ଚି ନାବାଳିକାକୁ ଉଦ୍ଧାର କରିନେଲେ। ଏପରି ଏକ ଘଟଣା ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା  ବ୍ଲକ ଅଫିସ ନିକଟରେ ଘଟିଛି।

ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା  ବ୍ଲକ ଅଫିସ ନିକଟରେ ଚାଲିଥିଲା ଜଣେ ନାବାଳିକା ର ବିବାହ । ଖବର ପାଇ  ବିବାହ ବେଦୀରୁ ନାବାଳିକାକୁ ଚାଇଲଡ଼ ଲାଇନ ଟିମ୍‌ ଉଦ୍ଧାର କରି ବିଶ୍ରାସ୍ଥିତ ଚାଇଲଡ ଲାଇନ "ଦିଶା" ରେ ରଖିଛି। ବୀରମିତ୍ରପୁର ପୁଲିସ୍‌ ବର ଏବଂ ବର ପିତାଙ୍କୁ ଥାନାରେ ଅଟକ ରଖିଛି l ବର ଘର ରାଜସ୍ଥାନ ଝୁନଝୁନାରେ ବୋଲି ଜଣା ପଡିଛି l

ମିଳିଥିବା ସୂଚନା ମୁତାବକ,  କିଛି ଦିନ ପୂର୍ବେ ବରର ପିତା କୁଆଁରମୁଣ୍ଡା ଅଞ୍ଚଳର ନାବାଳିକା ପିତାଙ୍କ ସହ  ପୁଅର ବିବାହ ପାଇଁ କଥା ହୋଇଥିଲେ l ନାବାଳିକା କନ୍ୟା ପିତା ଏଥିରେ ରାଜି ହୋଇଥିଲେ l ବୁଧବାର ବିବାହ ଚାଲିଥିବା ବେଳେ  ସ୍ଥାନୀୟ ଲୋକେ ଚାଇଲଡ ଲାଇନ୍‌କୁ ସୂଚନା ଦେଇଥିଲେ l ଚାଇଲଡ ଟିମ, ପୁଲିସ ପହଞ୍ଚି ନାବାଳିକାର ଜନ୍ମ ପ୍ରମାଣପତ୍ର ମାଗିଥିଲେ l ଜନ୍ମ ପ୍ରମାଣପତ୍ରରେ ଝିଅର ବୟସ ୧୪ବର୍ଷ ବୋଲି ଜଣାପଡିଥିଲା l ଏବେ ଏ ବାବଦରେ ପୁଲିସ୍‌ ଏବଂ କୁଆରମୁଣ୍ଡା ଘଟଣାର CDPO ତଦନ୍ତ କରୁଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos