ଜୀବନ ହାରିଲେ ଆଉ ଜଣେ ଗଣ ଦୁଷ୍କର୍ମ ପୀଡ଼ିତା

ସମ୍ୱଲପୁର (ସମୀର ଷଡଙ୍ଗୀ): ଜୀବନ ହାରିଲେ ସମ୍ୱଲପୁର ନାବାଳିକା ଗଣ ଦୁଷ୍କର୍ମ ପୀଡ଼ିତା। ମାନସିକ ଚାପରେ ଏପରି ଚରମ ନିଷ୍ପତ୍ତି ନେଇଥିବା ଅଭିଯୋଗ ହୋଇଛି। ଏପରି ଦୁଃଖଦ ଘଟଣା ସମ୍ୱଲପୁର ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି। ଗତ ୨ ତାରିଖରେ ଶାସନ ଥାନା ଅଞ୍ଚଳର ନାବାଳିକା ପୀଡ଼ିତା ଗଣ ଦୁଷ୍କର୍ମରେ ଶିକାର ହୋଇଥିଲେ। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ୬ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏବେ ଅଭିଯୁକ୍ତମାନେ ଜେଲ୍‌ରେ ଅଛନ୍ତି। ଏହି […]

minor

minor

Rakesh Mallick
  • Published: Wednesday, 23 May 2018
  • Updated: 23 May 2018, 10:15 PM IST

Sports

Latest News

ସମ୍ୱଲପୁର (ସମୀର ଷଡଙ୍ଗୀ): ଜୀବନ ହାରିଲେ ସମ୍ୱଲପୁର ନାବାଳିକା ଗଣ ଦୁଷ୍କର୍ମ ପୀଡ଼ିତା। ମାନସିକ ଚାପରେ ଏପରି ଚରମ ନିଷ୍ପତ୍ତି ନେଇଥିବା ଅଭିଯୋଗ ହୋଇଛି। ଏପରି ଦୁଃଖଦ ଘଟଣା ସମ୍ୱଲପୁର ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି।

ଗତ ୨ ତାରିଖରେ ଶାସନ ଥାନା ଅଞ୍ଚଳର ନାବାଳିକା ପୀଡ଼ିତା ଗଣ ଦୁଷ୍କର୍ମରେ ଶିକାର ହୋଇଥିଲେ। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ୬ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏବେ ଅଭିଯୁକ୍ତମାନେ ଜେଲ୍‌ରେ ଅଛନ୍ତି। ଏହି ଘଟଣା ପରେ ନାବାଳିକା ମାନସିକ ଭାରସାମ୍ୟ ହରାଇ ପଡ଼ିଥିଲେ। ଆଜି ଘରେ କେହି ନଥିବାର ସୁଯୋଗ ନେଇ ସେ ଫ୍ୟାନ୍‌ରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।

ସେତେ ଯେପରି ଲାଗୁଛି ନ୍ୟାୟାୟିକ ବ୍ୟବସ୍ଥା ଉପରେ ଭରସା ତୁଟି ଯାଉଛି ଦୁଷ୍କର୍ମ ପୀଡ଼ିତାଙ୍କର। କାରଣ ଜଣେ ପରେ ଜଣେ ପୀଡ଼ିତା ଆତ୍ମହତ୍ୟା କରୁଛନ୍ତି। ପୂର୍ବରୁ କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା କରିଥିଲେ। ଗଣଦୁଷ୍କର୍ମରେ ଶିକାର ହେବା ପରେ ନ୍ୟାୟ ପାଇଁ ସମସ୍ତଙ୍କୁ ଗୁହାରି କରିଥିଲେ। ନ୍ୟାୟ ମିଳିବା ପରିବର୍ତ୍ତେ ମାନସିକ ନିର୍ଯାତନା ପାଇଥିଲେ। ଯାହାଫଳରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ଶେଷରେ ଉପାୟ ଶୂନ୍ୟ ହୋଇ ଆତ୍ମହତ୍ୟାର ରାସ୍ତା ବାଛି ନେଇଥିଲେ। ଗଣଦୁଷ୍କର୍ମରେ ଶିକାର ହେବାର ୧୦୦ ଦିନ ପରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ କୁନ୍ଦୁଲି ପୀଡ଼ିତା। ଆଜି ଏମିତି ଏକ ଘଟଣା ସମ୍ୱଲପୁରରେ ଘଟିଛି। ମାନସିକ ଭାରସାମ୍ୟ ହରାଇ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ନାବାଳିକା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos