ସ୍କୁଲ ଆସୁ ନ ଥିଲେ ଛାତ୍ରୀ, ଜଣାପଡ଼ିଲା ବିବାହ ସରିଛି

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା  ସୋରଡ଼ା ବ୍ଲକ୍‌ର ମୁଡେସକୁପା ଗାଁରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ବାଲ୍ୟ ବିବାହ ହୋଇଥିବା ସୂଚନା ପାଇ ସମନ୍ୱିତ ଶିଶୁ ବିଭାଗ ଓ ବଡ଼ଗଡ଼ ପୁଲିସ୍‌ ପକ୍ଷରୁ ଗତକାଲି ଅଚାନକ ଚଢ଼ଉ କରାଯାଇଥିଲା। ଉଦ୍ଧାର ହୋଇଥିବା ଛାତ୍ରୀଙ୍କ ଘର ବଡଗଡ଼ ଥାନା ଅନ୍ତର୍ଗତ ବାଲିପଦର ଗାଁରେ। ହେଲେ ଛାତ୍ରୀଙ୍କ ବାପା ପୁରୀ ଜିଲ୍ଲା ପିପିଲିରେ ରହି  କାମ କରୁଥିବାରୁ ସେ ସେଠାରେ ପାଠ ପଢୁଥିଲେ।  ଛାତ୍ରୀଙ୍କୁ ତାଙ୍କ ପରିବାର ଲୋକେ […]

student

Jyoshna Pradhan
  • Published: Saturday, 30 November 2019
  • , Updated: 30 November 2019, 02:57 PM IST

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା  ସୋରଡ଼ା ବ୍ଲକ୍‌ର ମୁଡେସକୁପା ଗାଁରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ବାଲ୍ୟ ବିବାହ ହୋଇଥିବା ସୂଚନା ପାଇ ସମନ୍ୱିତ ଶିଶୁ ବିଭାଗ ଓ ବଡ଼ଗଡ଼ ପୁଲିସ୍‌ ପକ୍ଷରୁ ଗତକାଲି ଅଚାନକ ଚଢ଼ଉ କରାଯାଇଥିଲା।

ଉଦ୍ଧାର ହୋଇଥିବା ଛାତ୍ରୀଙ୍କ ଘର ବଡଗଡ଼ ଥାନା ଅନ୍ତର୍ଗତ ବାଲିପଦର ଗାଁରେ। ହେଲେ ଛାତ୍ରୀଙ୍କ ବାପା ପୁରୀ ଜିଲ୍ଲା ପିପିଲିରେ ରହି  କାମ କରୁଥିବାରୁ ସେ ସେଠାରେ ପାଠ ପଢୁଥିଲେ।  ଛାତ୍ରୀଙ୍କୁ ତାଙ୍କ ପରିବାର ଲୋକେ ବିବାହ କରିବାକୁ ସବୁବେଳେ ଚାପ ପକାଉଥିଲେ। ଏନେଇ ଗତ ତିନି ମାସ ତଳେ  ପିପିଲି ଥାନାରେ ଛାତ୍ରୀଜଣକ ଅଭିଯୋଗ କରିଥିଲେ। ତେବେ ଗତ ୨ ମାସ ହେଲା ଛାତ୍ରୀ ଜଣକ ବିଦ୍ୟାଳୟରୁ ନିଖୋଜ ଥିବା ନେଇ  ସେହି ସ୍କୁଲର ଜଣେ କର୍ମଚାରୀ ଗଞ୍ଜାମ ଜିଲ୍ଲାପାଳଙ୍କୁ ଟ୍ୱିଟ୍ କରି ଜଣାଇଥିଲେ। ଏହାପରେ ଛାତ୍ରୀଙ୍କ ବାଲ୍ୟ ବିବାହ ହୋଇଥିବା ଜଣାପଡ଼ିଥିଲା। ତେବେ ଛାତ୍ରୀଙ୍କ ଅନିଛା ସତ୍ତ୍ୱେ ତାଙ୍କୁ ତାଙ୍କ ପରିବାର  ଲୋକେ ବିବାହ କରାଇ ଦେଇଥିବା ଜଣାପଡ଼ିଛି।

ଏହି ବିବାହ ଉଭୟ ପରିବାରର ସହମତିରେ ହୋଇଥିବା ଉଦ୍ଧାର ହୋଇଥିବା ନାବାଳିକାଙ୍କ ସ୍ୱାମୀ କହିଛନ୍ତି। ଛାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଏମ୍‌କେସିଜିରେ ଭର୍ତ୍ତି କରାଯାଇଛି।

Related story