ଘରେ ଛାଡ଼ି ଦେବେ ବୋଲି କହି ଡାକି ନେଲେ, ଆଉ ତା’ ପରେ ...

ବାଲେଶ୍ୱର (ଓଡ଼ିଶା ରିପୋର୍ଟର):  ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅଞ୍ଚଳରେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ପୁଲିସ୍‌ ଗିରଫ କରି କୋର୍ଟଚାଲାଣ କରିଛି। ସୂଚନା ଅନୁଯାୟୀ, ନାବାଳିକା ଜଣକ ନିଜର ଜଣେ ସମ୍ପର୍କୀୟଙ୍କ ସହ ଏକ କମ୍ପାନୀରେ କାମ କରିବାକୁ ତେଲେଙ୍ଗନା ଯାଇଥିଲେ । କିଛି ଦିନ କାମ କରିବା ପରେ ସେ ଘରକୁ ଫେରିଥିଲେ । ବାଲେଶ୍ୱର ଷ୍ଟେସନରେ ଓହ୍ଲାଇ ବସ୍‌ ପାଇଁ ଅପେକ୍ଷା କରିଥିବାବେଳେ […]

bls

Niharika Rout
  • Published: Saturday, 21 December 2019
  • , Updated: 21 December 2019, 08:07 AM IST

ବାଲେଶ୍ୱର (ଓଡ଼ିଶା ରିପୋର୍ଟର):  ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅଞ୍ଚଳରେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ପୁଲିସ୍‌ ଗିରଫ କରି କୋର୍ଟଚାଲାଣ କରିଛି।

ସୂଚନା ଅନୁଯାୟୀ, ନାବାଳିକା ଜଣକ ନିଜର ଜଣେ ସମ୍ପର୍କୀୟଙ୍କ ସହ ଏକ କମ୍ପାନୀରେ କାମ କରିବାକୁ ତେଲେଙ୍ଗନା ଯାଇଥିଲେ । କିଛି ଦିନ କାମ କରିବା ପରେ ସେ ଘରକୁ ଫେରିଥିଲେ । ବାଲେଶ୍ୱର ଷ୍ଟେସନରେ ଓହ୍ଲାଇ ବସ୍‌ ପାଇଁ ଅପେକ୍ଷା କରିଥିବାବେଳେ ଗମ୍ଭାରିଆ ଗାଁର ସଞ୍ଜିତ ଜେନା ନାମକ ବ୍ୟକ୍ତି ତାକୁ ଘରେ ଛାଡିଦେବ ବୋଲି କହିଥିଲା ।

ଏହାପରେ ବାଇକ୍‌ରେ ଆଣି ତାକୁ ଜାତୀୟ ରାଜପଥ କଡରେ ଥିବା ଏକ ବିଲରେ ଦୁଷ୍କର୍ମ କରିଥିଲା।  ଏଥିସହ ନାବାଳିକାଙ୍କ  ମୋବାଇଲ ଓ ଟଙ୍କା ନେଇ ମଧ୍ୟ ଚମ୍ପଟ ମାରିଥିବା ଅଭିଯୋଗ ହୋଇଥିଲା । ଏନେଇ ନାବାଳିକା ଜଣଙ୍କ ଥାନାରେ ଏତଲା ଦେବା ପରେ ପୁଲିସ୍‌ ଟଙ୍କା ଉଠାଇଥିବା ଏଟିଏମ୍‌ର ସିସିଟିଭି ଫୁଟେଜ ଓ ଆକାଉଣ୍ଟ ନମ୍ବର ଆଧାରରେ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି ।

Related story