ପ୍ରଥମ ବୈଠକରେ ମନ୍ତ୍ରୀ ଓ ମ୍ୟୁନିସିପାଲିଟି ଅଧ୍ୟକ୍ଷା ମୁହାଁମୁହିଁ

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ଗତ କିଛି ଦିନ ଧରି ରାଜ୍ୟରେ ନେତା ଓ ଅଫିସର ମୁହାଁମୁହିଁ ହେବା ଭଳି ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିବା ବେଳେ ଆଜି ମୁହାଁମୁହିଁ ହୋଇଛନ୍ତି ଦୁଇ ଜଣ ନେତା। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମନ୍ତ୍ରୀ ଟୁକୁନି ସାହୁ ଓ ଅନ୍ୟ ଜଣେ ଟିଟିଲାଗଡ଼ ମ୍ୟୁନିସିପାଲିଟି ଅଧ୍ୟକ୍ଷା ମମତା ଦେବୀ ଜୈନ। ଟୁକୁନି ସାହୁ ବିଜେଡିର ହୋଇଥିବା ବେଳେ ମମତା ଦେବୀ ହେଉଛନ୍ତି ବିଜେପିର। ଆଜି ବସିଥିଲା ଟିଟିଲାଗଡ଼ […]

Municipalty Chairperson

Municipalty Chairperson

Jitendra Garnayak
  • Published: Friday, 13 May 2022
  • Updated: 13 May 2022, 08:21 PM IST

Sports

Latest News

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ଗତ କିଛି ଦିନ ଧରି ରାଜ୍ୟରେ ନେତା ଓ ଅଫିସର ମୁହାଁମୁହିଁ ହେବା ଭଳି ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିବା ବେଳେ ଆଜି ମୁହାଁମୁହିଁ ହୋଇଛନ୍ତି ଦୁଇ ଜଣ ନେତା। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମନ୍ତ୍ରୀ ଟୁକୁନି ସାହୁ ଓ ଅନ୍ୟ ଜଣେ ଟିଟିଲାଗଡ଼ ମ୍ୟୁନିସିପାଲିଟି ଅଧ୍ୟକ୍ଷା ମମତା ଦେବୀ ଜୈନ। ଟୁକୁନି ସାହୁ ବିଜେଡିର ହୋଇଥିବା ବେଳେ ମମତା ଦେବୀ ହେଉଛନ୍ତି ବିଜେପିର।

ଆଜି ବସିଥିଲା ଟିଟିଲାଗଡ଼ ପୌର ପରିଷଦର ପ୍ରଥମ ବୈଠକ। ଏଥିରେ ଟିଟିଲାଗଡ଼ ସହରର ସମସ୍ତ ୧୫ଟି ୱାର୍ଡର କାଉନସିଲର (୧୦ ବିଜେଡି ଓ ୫ ବିଜେପି) ଉପସ୍ଥିତ ରହିଥିଲେ। ତା’ସହିତ ବୈଠକକୁ ସ୍ଥାନୀୟ ବିଧାୟକ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ।

ସୂଚନା ଅନୁଯାୟୀ, ବୈଠକରେ ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ ପ୍ରାରମ୍ଭିକ ଭାଷଣ ଦେବା ପରେ ମନ୍ତ୍ରୀ ଟୁକୁନି ସାହୁଙ୍କ ସହିତ ତାଙ୍କ କଥା କଟାକଟି ହୋଇଥିଲା। ତା’ପରେ ବୈଠକ ଅଧାରୁ ବନ୍ଦ ହୋଇ ଯାଇଥିଲା। ବୈଠକ ରୁମ୍ ବାହାରେ ବିଜେଡି ଓ ବିଜେପି ସମର୍ଥକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଶେଷରେ ପୁଲିସ୍ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ ଅଭିଯୋଗ କରିଛନ୍ତି, “ବୈଠକରେ ମୁଁ ୧୫ଟି ପ୍ରସ୍ତାବ ଉପସ୍ଥାପନ କରିଥିଲି। ସେ (ମନ୍ତ୍ରୀ ଟୁକୁନି ସାହୁ) ସବୁଗୁଡ଼ିକୁ ଅଣଦେଖା କରି ଦେଲେ। ତେଣୁ ମୁଁ କହିଲି ୧୫ ହଜାର ଲୋକ ମୋତେ ଭୋଟ୍ ଦେଇ ପଠାଇଛନ୍ତି। ସେମାନଙ୍କର କିଛି ଆଶା ଅଛି କି ନାହିଁ। ତା’ପରେ ମନ୍ତ୍ରୀ ମୋତେ କହିଥିଲେ ମ୍ୟୁନିସିପାଲିଟିରେ ତୁମର କିଛି ଅଧିକାର ନାହିଁ। ସବୁ ମୋ ହିସାବରେ ଚାଲିବ। ତୁମ କଥାରେ ମ୍ୟୁନିସିପାଲିଟି ଚାଲିବ ବୋଲି ଭାବୁଥିଲେ, ସେ କଥା ଭୁଲି ଯାଅ।

ମୁଁ ତାଙ୍କୁ କହିଥିଲି, ଆପଣ ଲେଖିକି ଦିଅନ୍ତୁ ଯେ ମ୍ୟୁନିସିପାଲିଟି ଆପଣଙ୍କ ହିସାବରେ ଚାଲିବ। ତା’ ପରେ ସେ କହିଥିଲେ- ‘ହଁ ଲେଖିକି ଦେଇ ଦେବି। ସମସ୍ତଙ୍କ ସାମ୍ନାରେ ମୁଁ କହୁଛି, ମ୍ୟୁନିସିପାଲଟି ମୋର ଥିଲା, ମୋର ଅଛି ଓ ମୋର ହୋଇ ରହିବ। ମୋ ହିସାବରେ ସବୁ ଚାଲିବ’।”

ପୌର ଅଧ୍ୟକ୍ଷା କହିଛନ୍ତି, ମୁଁ ମନ୍ତ୍ରୀଙ୍କୁ କହିଥିଲି ଯେ ଟିଟିଲାଗଡ଼ ତାଙ୍କ ହିସାବରେ ଚାଲିବ। କିନ୍ତୁ ଟିଟିଲାଗଡ଼ ମ୍ୟୁନିସିପାଲିଟି ମୋ ହିସାବରେ ଚାଲିବ।

ଟିଟିଲାଗଡ଼ ପୌର ଅଧ୍ୟକ୍ଷାଙ୍କ ଏହି ଅଭିଯୋଗ ଉପରେ ମନ୍ତ୍ରୀ ଟୁକୁନି ସାହୁଙ୍କ ପ୍ରତିକ୍ରିୟା ମିଳିପାରିନି। କିନ୍ତୁ ବିଜେଡି କାଉନ୍‌ସିଲର ତଥା ପୌର ଉପାଧ୍ୟକ୍ଷା ପୁଷ୍ପା ମଞ୍ଜରୀ ଜାଲଙ୍କ ପ୍ରତିକ୍ରିୟା ମିଳିଛି। ପୌର ଅଧ୍ୟକ୍ଷା ବୈଠକରେ ମନ୍ତ୍ରୀ ଓ ବିଜେଡି କାଉନ୍‌ସିଲରମାନଙ୍କୁ ଅପମାନିତ କରିଥିବା ସେ କହିଛନ୍ତି।

ପୌର ଉପାଧ୍ୟକ୍ଷା ପୁଷ୍ପା ମଞ୍ଜରୀ ଜାଲ କହିଛନ୍ତି, ବୈଠକରେ ପ୍ରାରମ୍ଭିକ ଭାଷଣ ସରିବା ପରେ ଅଧ୍ୟକ୍ଷା ହଠାତ୍ କହିଲେ ଯେ ସେ ଅଲ୍‌ ଇନ୍ ଅଲ୍‌। ମ୍ୟୁନିସିପାଲିଟିରେ ସେ ଯାହା ଚାହିଁବି ତାହା କରିବେ। ଏ ଜାଗାରେ ମନ୍ତ୍ରୀର କିଛି କାମ ନାହିଁ। ଏହା ମନ୍ତ୍ରୀ ଟୁକୁନି ସାହୁଙ୍କ ସମେତ ଆମ ସମସ୍ତ କାଉନସିଲରଙ୍କ ପାଇଁ କଠୋର ଦୁର୍ବ୍ୟବହାର ଥିଲା। ଆମର ସମ୍ମାନହାନି ହେଲା। ଆମକୁ ଲୋକ ପଠାଇଛନ୍ତି। ଯଦି ଆମକୁ ଏମିତି ଦୁର୍ବ୍ୟବହାର କରାଯିବ, ତା’ହେଲେ ଆମେ କେମିତି ତାଙ୍କ ସହ ମିଶିକି କାମ କରିବୁ।

ମ୍ୟୁନିସିପାଲିଟି ଅଧ୍ୟକ୍ଷାଙ୍କୁ ମନ୍ତ୍ରୀ ଦୁର୍ବ୍ୟବହାର କରିଥିବା କଥାକୁ ଉପାଧ୍ୟକ୍ଷା ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଆମେ ସମସ୍ତେ ବୈଠକରେ ଉପସ୍ଥିତ ଥିଲୁ। ଆମେ ସେମିତି କିଛି ଦେଖିନୁ କି ଶୁଣିନୁ। ଆମ ମନ୍ତ୍ରୀ ସେମିତି ବ୍ୟବହାର କରି ନାହାନ୍ତି।

https://www.youtube.com/watch?v=nVryEb7r4Gg
ସୂଚନାଯୋଗ୍ୟ, ପୌର ଅଧ୍ୟକ୍ଷା ଓ ବିଜେଡି କାଉନ୍‌ସିଲରଙ୍କ ମଧ୍ୟରେ ବାହାରେ ଯୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଥିଲା। ପୌର ପରିଷଦ ବୈଠକକୁ ମନ୍ତ୍ରୀ ଆଉ କେବେ ଆସିପାରିବେନି ବୋଲି ପୌର ଅଧ୍ୟକ୍ଷା କହୁଥିଲା ବେଳେ ବିଜେଡି କାଉନସିଲର ତାଙ୍କ ମନ୍ତ୍ରୀଙ୍କୁ ଅପମାନିତ କଲେ ସହ୍ୟ କରାଯିବନି ବୋଲି କହୁଥିବା ଦେଖିବାକୁ ମିଳିଥିଲା। ଏମିତିକି ତାଙ୍କ ପକ୍ଷ ରଖୁଥିବା ବେଳେ ପୌର ଅଧ୍ୟକ୍ଷା କାନ୍ଦୁଥିଲେ। ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେବା ବେଳେ ବି ସେ କାନ୍ଦିଥିଲେ।
https://www.youtube.com/watch?v=DtRsgwMiLNE

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story