ମାଓବାଦୀ ନେତା ସବ୍ୟସାଚୀ ହେବେ ବିଜେଡି ବିଧାୟକ !

ଭୁବନେଶ୍ୱର(ଓଡିଶା ରିପୋର୍ଟର): ମାଓବାଦୀ ନେତା ସବ୍ୟସାଚୀ ପଣ୍ଡା ଗିରଫ ହୋଇ ଏବେ ଜେଲରେ। ହେଲେ ପତ୍ନୀ ମିଲି ପଣ୍ଡା କହିଲେଣି ୨୦୧୯ ସାଧାରଣ ନିର୍ବାଚନରେ ସବ୍ୟସାଚୀ ବିଧାୟକ ଭାବେ ଲଢିବେ। ପୁଣି ବିଜେଡି ଟିକେଟରେ ସେ ନିର୍ବାଚନ ଲଢିବାକୁ ଯାଉଛନ୍ତି ବୋଲି କହିଛନ୍ତି ଖୋଦ୍‌ ମିଲି। ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମକୁ ସୂଚନା ଦେଇ ଶୁଭଶ୍ରୀ ଓରଫ ମିଲି ପଣ୍ଡା ଏହି ଚାଞ୍ଚଲ୍ୟକର କଥା କହିଛନ୍ତି। ଯାହାକୁ ନେଇ ଏବେ ରାଜନୈତିକ ମହଲରେ ତୁମ୍ୱିତୋଫାନ ହେଲାଣି। ତେବେ ନିର୍ବାଚନ […]

sabya copy

Rakesh Mallick
  • Published: Sunday, 11 March 2018
  • , Updated: 11 March 2018, 07:13 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ମାଓବାଦୀ ନେତା ସବ୍ୟସାଚୀ ପଣ୍ଡା ଗିରଫ ହୋଇ ଏବେ ଜେଲରେ। ହେଲେ ପତ୍ନୀ ମିଲି ପଣ୍ଡା କହିଲେଣି ୨୦୧୯ ସାଧାରଣ ନିର୍ବାଚନରେ ସବ୍ୟସାଚୀ ବିଧାୟକ ଭାବେ ଲଢିବେ। ପୁଣି ବିଜେଡି ଟିକେଟରେ ସେ ନିର୍ବାଚନ ଲଢିବାକୁ ଯାଉଛନ୍ତି ବୋଲି କହିଛନ୍ତି ଖୋଦ୍‌ ମିଲି। ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମକୁ ସୂଚନା ଦେଇ ଶୁଭଶ୍ରୀ ଓରଫ ମିଲି ପଣ୍ଡା ଏହି ଚାଞ୍ଚଲ୍ୟକର କଥା କହିଛନ୍ତି। ଯାହାକୁ ନେଇ ଏବେ ରାଜନୈତିକ ମହଲରେ ତୁମ୍ୱିତୋଫାନ ହେଲାଣି।

ତେବେ ନିର୍ବାଚନ ବେଳକୁ ସବ୍ୟସାଚୀ ଜେଲରେ ଥିବେ ଏବଂ ସେ ଜେଲରୁ ହିଁ ନିର୍ବାଚନ ଲଢିବେ। ଯଦି ତାଙ୍କୁ ଏହି ଅଧିକାରରୁ ବଞ୍ଚିତ କରାଯାଏ ତା ହେଲେ ନିଜେ ମିଲି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବେ ବୋଲି କହିଛନ୍ତି। ରାଜ୍ୟସଭା ରେସ୍‌ରେ ବିଜେଡି ପ୍ରାର୍ଥି ହୋଇଥିବା ସୌମ୍ୟ ରଞ୍ଜନ ପଟ୍ଟନାୟକ ବିଜେଡିରେ ସାମିଲ ହୋଇଥିବା ବେଳେ ମିଲି ମଧ୍ୟ ତାଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି ବୋଲି ମଧ୍ୟ କହିଛନ୍ତି।

Related story