ମାଟି ଖୋଳୁ ଖୋଳୁ ବାହାରିଲେ ମହାଦେବ !

କଟକ(ମନୋଜ ଆଚାର୍ଯ୍ୟ) ଆଜିର ବିଜ୍ଞାନ ଯୁଗରେ ମଣିଷ ବାସ୍ତବତା ଉପରେ ବିଶ୍ୱାସ କରି ଆଗକୁ ବଢ଼ୁଛି। ହେଲେ ବେଳେ ବେଳେ ଏମିତି କିଛି ଅଲୌକିକ ଘଟଣା ସାମ୍ନାକୁ ଆସେ, ତାହା ମଣିଷ ବିଶ୍ୱାସ କରିବାକୁ ବାଧ୍ୟ ହୁଏ । ଏମିତି ଏକ ଘଟଣା କଟକ ଜିଲ୍ଲା ସାଲେପୁର ବ୍ଲକ ମହଣ ଠାରେ ଦେଖିବାକୁ ମିଳିଛି। ଏଠି ମାଟି ଖୋଳୁ ଖୋଳୁ ମହାଦେବ ବାହାରିଛନ୍ତି। ଆଜି ମହଣ ଗ୍ରାମରେ ସଲିମ ମହମ୍ମଦଙ୍କ ବିଲରେ ପ୍ରଭାକର ସାମଲ କୋଦାଳ ଯୋଗେ ପାଣି ମାହାରା […]

789

Tapas Behera
  • Published: Friday, 29 March 2019
  • , Updated: 29 March 2019, 08:54 PM IST

କଟକ(ମନୋଜ ଆଚାର୍ଯ୍ୟ) ଆଜିର ବିଜ୍ଞାନ ଯୁଗରେ ମଣିଷ ବାସ୍ତବତା ଉପରେ ବିଶ୍ୱାସ କରି ଆଗକୁ ବଢ଼ୁଛି। ହେଲେ ବେଳେ ବେଳେ ଏମିତି କିଛି ଅଲୌକିକ ଘଟଣା ସାମ୍ନାକୁ ଆସେ, ତାହା ମଣିଷ ବିଶ୍ୱାସ କରିବାକୁ ବାଧ୍ୟ ହୁଏ । ଏମିତି ଏକ ଘଟଣା କଟକ ଜିଲ୍ଲା ସାଲେପୁର ବ୍ଲକ ମହଣ ଠାରେ ଦେଖିବାକୁ ମିଳିଛି।

ଏଠି ମାଟି ଖୋଳୁ ଖୋଳୁ ମହାଦେବ ବାହାରିଛନ୍ତି। ଆଜି ମହଣ ଗ୍ରାମରେ ସଲିମ ମହମ୍ମଦଙ୍କ ବିଲରେ ପ୍ରଭାକର ସାମଲ କୋଦାଳ ଯୋଗେ ପାଣି ମାହାରା କରୁଥିବା ସମୟରେ ଏକ ପଥରରେ ବାଜିଲା ପରି ଜଣାପଡ଼ିଥିଲା। ପରେ ସେହି ସ୍ଥାନରେ  ଏକ ୨ ଫୁଟ ର ଶିବ ଲିଙ୍ଗ ବାହାରିଥିଲା l ଏହାପରେ ଗ୍ରାମବାସୀ  ଶିବଲିଙ୍ଗ ଦେଖିବା ପାଇଁ ଭିଡ କରିଥିଲେ l ପରେ ଉଦ୍ଧାର ହୋଇଥିବା ଏହି ଶିବଲିଙ୍ଗକୁ ପୂଜାର୍ଚ୍ଚନା କରିଛନ୍ତି ଗ୍ରାମବାସୀ।

Related story