କରୋନା ଯୋଦ୍ଧାଙ୍କୁ ଥଟ୍ଟା : ଫୋନ୍‌ କରି କହିଲେ-‘ମାଡାମ ମୁଁ ତୁମକୁ ଭଲ ପାଏ’

ଭୁବନେଶ୍ୱର:(ଓଡ଼ିଶାରିପୋର୍ଟର): କରୋନା ଯୁଦ୍ଧାଙ୍କ ସହ ଥଟ୍ଟ। ମଜା। କରୋନା ରେଜିଷ୍ଟ୍ରେସନ୍ ଓ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ୧୦୪ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି l ହେଲେ କିଛି ଲୋକ ଏହି ଫୋନ ନମ୍ବରକୁ କଲ୍ କରି ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ କହିବା ପରିବର୍ତ୍ତେ ଥଟ୍ଟାମଜା କରିବା ସହ ଯାହା ସବୁ କହୁଛନ୍ତି, ତାହା ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ। ଏଭଳି କିଛି ଏକ୍ସକ୍ଲୁସିଭ୍ ଫେକ କଲ୍ ଆମ ହାତରେ ଲାଗିଛି। ଫେକ୍‌ […]

madam-1

Tapas Behera
  • Published: Tuesday, 21 April 2020
  • , Updated: 21 April 2020, 05:17 PM IST

ଭୁବନେଶ୍ୱର:(ଓଡ଼ିଶାରିପୋର୍ଟର): କରୋନା ଯୁଦ୍ଧାଙ୍କ ସହ ଥଟ୍ଟ। ମଜା। କରୋନା ରେଜିଷ୍ଟ୍ରେସନ୍ ଓ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ୧୦୪ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି l ହେଲେ କିଛି ଲୋକ ଏହି ଫୋନ ନମ୍ବରକୁ କଲ୍ କରି ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ କହିବା ପରିବର୍ତ୍ତେ ଥଟ୍ଟାମଜା କରିବା ସହ ଯାହା ସବୁ କହୁଛନ୍ତି, ତାହା ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ। ଏଭଳି କିଛି ଏକ୍ସକ୍ଲୁସିଭ୍ ଫେକ କଲ୍ ଆମ ହାତରେ ଲାଗିଛି।

ଫେକ୍‌ କଲ୍-୧: ଜଣେ ବ୍ୟକ୍ତି ୧୦୪କୁ ଫୋନ କରି କଲ୍ ଉଠାଇଥିବା କର୍ମଚାରୀଙ୍କ ନାଁ ପଚାରୁଥିବା ଘଟଣା ସାମ୍ନାକୁ ଆସିଛି l ସେ ଫୋନ କରି କହିଛନ୍ତି, “ମାଡାମ ପ୍ଲିଜ ପ୍ଲିଜ ଆପଣଙ୍କ ନାଁ କୁହନ୍ତୁ…” l

ଫେକ୍‌ କଲ୍-୨: ଆଉ ଜଣେ ବ୍ୟକ୍ତି ଫୋନ କରି କହିଛନ୍ତି, ଆମ ଆଡେ କରୋନା ହେଇଗଲାଣି, ପୂରା ମାଡ଼ଗୋଳ…”l

ତା’ପରେ ସମ୍ପୃକ୍ତ ବ୍ୟକ୍ତି ଜଣକ କହିଛନ୍ତି, “ମୁଁ ତୁମକୁ ଭଲ ପାଏ…ଆଇ ଲଭ ୟୁ…”l

ଫେକ୍‌ କଲ୍-୩: ସେହିପରି ଆଉ ଜଣେ ବ୍ୟକ୍ତି ଫୋନ କରି କହିଛନ୍ତି, “ମାଡାମ ନମସ୍କାର, ଗୋଟିଏ ଅସୁବିଧା ହୋଇଯାଇଛି, ମୁଁ ଡାଲି ଛୁଙ୍କ କରୁଥିବାବେଳେ ବିରାଟ ବଡ଼ ଛିଙ୍କ ହେଲା ଆଉ…ମତେ ଭାରି ଡର ଲାଗୁଛି” l

ଏମିତି କିଛି ଲୋକ ୧୦୪କୁ କଲ କରି ହଇରାଣ କରିବା ସହ ଥଟ୍ଟାମଜା କରୁଛନ୍ତିl ଏହି ଘଟଣାକୁ ନେଇ ପ୍ରଥମେ ଆମେ ଆମର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫେସବୁକରେ ପୋଷ୍ଟ କରିଥିଲୁl ଏବେ ସୁଦ୍ଧା ଏହି ପୋଷ୍ଟକୁ ୧୧ହଜାରରୁ ଅଧିକ ଲୋକ ଶେଆର କରିଥିବା ବେଳେ ପାଖାପାଖି ୯ ଲକ୍ଷ ଲୋକ ଏହି ପୋଷ୍ଟକୁ ଦେଖିଛନ୍ତି । ସେହିପରି ପାଖାପାଖି ୩ ହଜାର ଲୋକ କମେଣ୍ଟସ ଦେଇଛନ୍ତି l

କଲ କରି ହଇରାଣ କରୁଥିବା ଏଭଳି ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କମେଣ୍ଟସ ଦେଇ ଅନେକ ଲୋକ ସେମାନଙ୍କର ମତାମତ ଦେଇଛନ୍ତି l

Related story