ପୂର୍ବ ରାଗ ନା ଆଉ କିଛି? ରାଜଧାନୀରେ ରାତି ଅଧରେ ଜାଳି ଦେଲେ ଦୁଇଟି ବସ୍
ଆହୁରି ପଢ଼ନ୍ତୁ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦୁର୍ବୃତ୍ତଙ୍କ ଲଙ୍କାକାଣ୍ଡ। କଳ୍ପନା ଛକ ନିକଟରେ ଥିବା ଦୁଇଟି ବସ୍କୁ ଜାଳି ଦେଇଛନ୍ତି ଦୁର୍ବୃତ୍ତ। ରାଜ୍ୟ ସଂଗ୍ରହାଳୟ ନିକଟରେ ବସ୍ ଦୁଇଟି ଥିଲେ। ଗତକାଲି ମଧ୍ୟରାତ୍ରରେ କେହି ନିଆଁ ଲଗାଇ ଦେଇଥିଲେ ବୋଲି ଜଣାପଡ଼ିଛି। ତେବେ ବସ୍ ପୋଡ଼ି ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ। ଏନେଇ ପୋଲିସ୍ ଖୋଳତାଡ଼ ଆରମ୍ଭ କରିଛି। ଜଳି ଯାଇଥିବା ଦୁଇଟି ଯାକ ବସ୍ ଜଣେ ମାଲିକଙ୍କର ବୋଲି ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।