ଯାଜପୁର(ଗୁଲାମ ଗସ୍)ଅଭିନୟ ଉପାୟରେ ବୃଦ୍ଧା ଦମ୍ପତିଙ୍କଠୁ ସୁନା ଚେନ୍ ଲୁଟ୍। ୩ଜଣ ଦୁର୍ବୃତ୍ତ ବସ୍ ଷ୍ଟପରେ ଛିଡ଼ା ହୋଇଥିବା ବେଳେ ନିଜକୁ ପୁଲିସ ଅଧିକାରୀ ପରିଚୟ ଦେଇ ସୁନା ଲୁଟି ନେଇଛନ୍ତି । ଘଟଣା ଘଟିଛି ଯାଜପୁର ରୋଡ୍ ଥାନା ଦଳା ଅଞ୍ଚଳରେ। ମିଳିଥିବା ଖବର ଅନୁସାରେ ଭଦ୍ରକ ଭଣ୍ଡାରୀ ପୋଖରୀ ଅଞ୍ଚଳର ବିଷ୍ଣୁଚରଣ ସୁତାର ଓ ତାଙ୍କ ସ୍ତ୍ରୀ ରମା ସୁତାର ଜଣେ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ।
ଆଜି ଘରକୁ ଫେରିବା ପାଇଁ ନିକଟସ୍ଥ ବସ୍ ଷ୍ଟପରେ ଛିଡ଼ା ହୋଇଥିଲେ। ଆଉ ସେହି ସମୟରେ ତିନିଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚି ଦମ୍ପତ୍ତିଙ୍କ ସହ କଥା ହୋଇଥିଲେ। ପୁଲିସ ପରିଚୟ ଦେବା ସହ ଅଞ୍ଚଳରେ ସୁନା ଚୋରି ହେଉଛି କହି ସତର୍କ କରାଇଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ନିକଟରୁ ହିଁ ସୁନା ଚେନ୍ ଲୁଟ୍ କରି ଫେରାର ହୋଇଯାଇଛନ୍ତି। ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୁଲିସ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବାପପୁଅ ପାଲଟିଗଲେ ଜହ୍ଲାଦ; ୪ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ, ଜଣେ ମୃତ
ଚୋରି ସନ୍ଦେହରେ ବାପପୁଅ ପାଲଟିଗଲେ ଜହ୍ଲାଦ । ଘଟାଇଲେ ତାଲବାନୀ ବର୍ବରତା । ଗାଁର କିଛି ଯୁବକଙ୍କୁ ଉଠାଇ ଆଣି ଖୁଣ୍ଟରେ ବାନ୍ଧି ନିଷ୍ଣୁର ପିଟିଲେ। ସେମାନଙ୍କ ଚିତ୍କାର ବି ବାପପୁଅଙ୍କ ମନକୁ ତରଳାଇ ପାରିଲାନି।
Politics
ତାରାଙ୍କ ଚେତାବନୀ- ୨୫ ସୁଦ୍ଧା ମଣ୍ଡିରୁ ଧାନ ନ ଉଠିଲେ ୨୬ରୁ ରାସ୍ତାରୋକ
'ମଣ୍ଡିରୁ ଧାନ ନ ଉଠିଲେ ସ୍ଥିତି ଅସମ୍ଭାଳ ହେବ । ଆସନ୍ତା ୨୫ ତାରିଖ ସୁଦ୍ଧା ସମସ୍ତ ମଣ୍ଡିରୁ ଧାନ ନ ଉଠିଲେ କୋରାପୁଟ ଜିଲ୍ଲା ବନ୍ଦ କରି ଦିଆଯିବ । ଏପରିକି ଆସନ୍ତା ୨୬ରୁ ରାସ୍ତାରୋକ କରିବାକୁ ବି ପଛାଇବୁ ନାହିଁ।’
Crime
ଅଭିନେତ୍ରୀଙ୍କୁ ଠକେଇ ମାମଲାରେ ଯାତ୍ରା ପାର୍ଟି ମାଲିକ ଗିରଫ
ଯାତ୍ରା ପାର୍ଟି ମାଲିକ ଅମରେଶ ଯେ ତାଙ୍କୁ ଠକୁଛନ୍ତି ତାହା ବୁଝିଲା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା।
Business
ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଗୋପାଳପୁରରେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର ଏବଂ ଝାରସୁଗୁଡ଼ାରେ ଇଣ୍ଡଷ୍ଟ୍ରିଆଲ ଟାଉନଶିପ୍ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।