ବଜରଙ୍ଗ ବାଲିଙ୍କ ସୁନାର ଆଖି ତାଡ଼ି ନେଲେ

ପିପିଲି/ ଭଦ୍ରକ( ଓଡ଼ିଶା ରିପୋର୍ଟର): ଠାକୁରଙ୍କୁ ବି ଛାଡିଲେ ନାହିଁ ଚୋର। ମନ୍ଦିରରରେ ପଶି କଳାକନା ବୁଲାଇ ସହ ଠାକୁରଙ୍କ ଆଖି ତାଡ଼ି ନେଲେ। ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଆଳିସ ଠାରେ ଥିବା ହନୁମାନ ମନ୍ଦିରରେ। ଗତକାଲି ବିଳମ୍ବିତ ରାତିରେ ଚୋରମାନେ ହନୁମାନ ମନ୍ଦିରରେ ପଶି ପ୍ରଭୁଙ୍କର ସୁନାର ଆଖି ତାଡ଼ି ନେବା ସହିତ ରୁପାର ପାଞ୍ଚ କିଲୋ ଓଜନର କିରିଟି ଓ ଗଦା ନେଇଯାଇଥିଲେ।ଏହାସହ ହୁଣ୍ଡି ତାଡ଼ି ସେଥିରେ ଥିବା […]

Temple

Tapaswini Nayak
  • Published: Thursday, 23 December 2021
  • , Updated: 23 December 2021, 11:07 AM IST

ପିପିଲି/ ଭଦ୍ରକ( ଓଡ଼ିଶା ରିପୋର୍ଟର): ଠାକୁରଙ୍କୁ ବି ଛାଡିଲେ ନାହିଁ ଚୋର। ମନ୍ଦିରରରେ ପଶି କଳାକନା ବୁଲାଇ ସହ ଠାକୁରଙ୍କ ଆଖି ତାଡ଼ି ନେଲେ। ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଆଳିସ ଠାରେ ଥିବା ହନୁମାନ ମନ୍ଦିରରେ।

ଗତକାଲି ବିଳମ୍ବିତ ରାତିରେ ଚୋରମାନେ ହନୁମାନ ମନ୍ଦିରରେ ପଶି ପ୍ରଭୁଙ୍କର ସୁନାର ଆଖି ତାଡ଼ି ନେବା ସହିତ ରୁପାର ପାଞ୍ଚ କିଲୋ ଓଜନର କିରିଟି ଓ ଗଦା ନେଇଯାଇଥିଲେ।ଏହାସହ ହୁଣ୍ଡି ତାଡ଼ି ସେଥିରେ ଥିବା ତିନି ଲକ୍ଷରୁ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ସତ୍ୟବାଦୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

[caption id="attachment_701009" align="aligncenter" width="650"] ଜଗନ୍ନାଥ ମନ୍ଦିରରୁ ଠାକୁରଙ୍କର ରୁପା ଅଳଙ୍କାର, ବାସନକୁସନ ଓ ହୁଣ୍ଡିବାକ୍ସ ଲୁଟିନେଲେ[/caption]

ସେହିପରି ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଟାଉନ ଥାନା ସମ୍ମୁଖରେ ଥିବା ଜଗନ୍ନାଥ ମନ୍ଦିରରୁ ଠାକୁରଙ୍କର ରୁପା ଅଳଙ୍କାର, ବାସନକୁସନ ଓ ହୁଣ୍ଡିବାକ୍ସ  ଚୋରି ହୋଇଥିବା ଅଭିଯୋଗ ହୋଇଛି।  ‌ଆଜି ସକାଳେ ପୂଜକ ମନ୍ଦିରକୁ ଆସି ମନ୍ଦିରରେ ଚୋରି ହୋଇଥିବା ଦେଖିଥିଲେ। ଏନେଇ ସ୍ଥାନୀୟ ଲୋକ ଓ ପୁଲିସକୁ ଜଣାଇଥିଲେ। ଏନେଇ ଟାଉନଥାନାରେ ଅଭିଯୋଗ କରାଯାଇଛି।  ପୁଲିସ ଘଟଣାର ତଦନ୍ତ କରୁଛି।

Related story