ବିଚ୍ ରାସ୍ତାରେ ସ୍କର୍ପିଓକୁ ପୋଡ଼ିଦେଲେ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ଟାଙ୍ଗରପାଲି ଥାନା ଅନ୍ତର୍ଗତ ହେକେଟ ରୋଡ଼ରେ ଶୁକ୍ରବାର ଭୋରୁ ଦେଖିବାକୁ ମିଳିଛି ଉତ୍ତେଜନା। ଉତ୍ତେଜନା ଏତେ ବଢ଼ିଯାଇଥିଲା ଯେ ଶେଷରେ କିଛି ଲୋକ ଏକ ସ୍କରପିଓ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ଘଟଣା ସ୍ଥଳରେ ଫାୟାର ବ୍ରିଗେଡ୍ ଟିମ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ଗାଡ଼ିଟି ସମ୍ପୂର୍ଣ୍ଣ ଜଳି ଯାଇଛି। ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁଯାୟୀ ଗାଡ଼ିରେ ଜଣେ ମହିଳାଙ୍କ ସମେତ ତିନିଜଣ ଥିଲେ। ୧୦ରୁ ୧୨ ଜଣ […]

RKL

Ranjit Kumar Jena
  • Published: Friday, 30 October 2020
  • , Updated: 30 October 2020, 09:24 AM IST

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ଟାଙ୍ଗରପାଲି ଥାନା ଅନ୍ତର୍ଗତ ହେକେଟ ରୋଡ଼ରେ ଶୁକ୍ରବାର ଭୋରୁ ଦେଖିବାକୁ ମିଳିଛି ଉତ୍ତେଜନା। ଉତ୍ତେଜନା ଏତେ ବଢ଼ିଯାଇଥିଲା ଯେ ଶେଷରେ କିଛି ଲୋକ ଏକ ସ୍କରପିଓ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ଘଟଣା ସ୍ଥଳରେ ଫାୟାର ବ୍ରିଗେଡ୍ ଟିମ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ଗାଡ଼ିଟି ସମ୍ପୂର୍ଣ୍ଣ ଜଳି ଯାଇଛି।

ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁଯାୟୀ ଗାଡ଼ିରେ ଜଣେ ମହିଳାଙ୍କ ସମେତ ତିନିଜଣ ଥିଲେ। ୧୦ରୁ ୧୨ ଜଣ ଯୁବକ ବାଇକରେ ଆସି ବିଭିନ୍ନ ସ୍ଲୋଗାନ ଦେଇ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ।

ନିଆଁ ଲଗାଇଥିବା ଯୁବକଙ୍କ ମାଡ଼ରେ ଗାଡ଼ିରେ ଥିବା ତିନିଜଣ ଫେରାର ହୋଇଯାଇଥିବା ବେଳେ ପୁଲିସ ସେମାନଙ୍କୁ ଠାବ କରିବାକୁ ଉଦ୍ୟମ କରୁଛି। ତେବେ ଗାଡ଼ିରେ କିଛି ଆପତ୍ତିଜନକ ସାମଗ୍ରୀ ଚାଲାଣ ହେଉଥିବା ସୂଚନା ମିଳିଛି। ଟାଙ୍ଗରପାଲି ପୁଲିସ ଘଟଣାର ତଦନ୍ତ କରୁଛି।

Related story