ବଡ଼ମ୍ବା ତହସିଲଦାରଙ୍କର ଗାଡ଼ି ଜାଳିଦେଲେ

ବଡ଼ମ୍ବା (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ବଡ଼ମ୍ବା ତହସିଲଦାରଙ୍କ ଗାଡ଼ିକୁ ଶନିବାର ବିଳମ୍ବିତ ରାତ୍ରିରେ କେହି ଦୁର୍ବୃତ୍ତ ପେଟ୍ରୋଲ ପକାଇ ଜାଳି ଦେଇଛନ୍ତି। ବଡ଼ମ୍ବା ଥାନା ପଥୁରିଆ ସାହିରେ ଘଟିଛି ଏହି ଘଟଣା। ବଡ଼ମ୍ବା ତହସିଲଦାରଙ୍କ ଡ୍ରାଇଭର ବିରଞ୍ଚି ନାରାୟଣ ପାଟ୍ଟଯୋଶୀ ନିଜ ପଥୁରିଆ ସାହି ସ୍ଥିତ ଘରେ ଗାଡ଼ିଟିକୁ ରଖିଥିଲେ। ବିଳମ୍ବିତ ରାତିରେ ପ୍ରାୟ ୩ ଜଣ ଦୁର୍ବୃତ୍ତ ଆସି ଗାଡ଼ିର କାଚି ଭାଙ୍ଗି ଦେବା ସହ ସିଟ୍‌ରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। […]

Fire

  • Published: Sunday, 06 November 2022
  • , Updated: 06 November 2022, 01:04 PM IST

ବଡ଼ମ୍ବା (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ବଡ଼ମ୍ବା ତହସିଲଦାରଙ୍କ ଗାଡ଼ିକୁ ଶନିବାର ବିଳମ୍ବିତ ରାତ୍ରିରେ କେହି ଦୁର୍ବୃତ୍ତ ପେଟ୍ରୋଲ ପକାଇ ଜାଳି ଦେଇଛନ୍ତି। ବଡ଼ମ୍ବା ଥାନା ପଥୁରିଆ ସାହିରେ ଘଟିଛି ଏହି ଘଟଣା।

ବଡ଼ମ୍ବା ତହସିଲଦାରଙ୍କ ଡ୍ରାଇଭର ବିରଞ୍ଚି ନାରାୟଣ ପାଟ୍ଟଯୋଶୀ ନିଜ ପଥୁରିଆ ସାହି ସ୍ଥିତ ଘରେ ଗାଡ଼ିଟିକୁ ରଖିଥିଲେ। ବିଳମ୍ବିତ ରାତିରେ ପ୍ରାୟ ୩ ଜଣ ଦୁର୍ବୃତ୍ତ ଆସି ଗାଡ଼ିର କାଚି ଭାଙ୍ଗି ଦେବା ସହ ସିଟ୍‌ରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।

ବାଲି ଓ ପଥର ମାଫିଆମାନେ ଏହି କାର୍ଯ୍ୟ କରିଥିବା ସନ୍ଦେହ କରୁଛନ୍ତି ତହସିଲଦାରଙ୍କ ଡ୍ରାଇଭର ବିରଞ୍ଚି ନାରାୟଣ ପାଟ୍ଟଶାଣୀ। ଏହି ଘଟଣା ନେଇ ବଡ଼ମ୍ବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ତହସିଲଦାର ନୀଳକଣ୍ଡ ବେହେରା। ବଡ଼ମ୍ବା ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।

Related story