ସୁନ୍ଦରୀ ପ୍ରତିଯୋଗିତାରେ ଚମକିଲେ ପ୍ରିୟଙ୍କା

ବାରିପଦା(ମାଣିକଲାଲ ପାଣି): ସୁନ୍ଦରୀ ପ୍ରତିଯୋଗିତାରେ ଚମକିଲେ କଳା ସଂସ୍କୃତିର ଜିଲ୍ଲା ମୟୂରଭଞ୍ଜର ଝିଅ ପ୍ରିୟଙ୍କା ପୃଷ୍ଟି। ସେ ୨୦୦ ପ୍ରତିଷ୍ଠିତ ପ୍ରତିଯୋଗୀଙ୍କୁ ପଛରେ ପକାଇ ରନର୍ସ ଅପ୍‌ ହୋଇପାରିଛନ୍ତି। ଏଥିପାଇଁ ସେ ଓଡ଼ିଶା ତଥା ମୟୂରଭଞ୍ଜ ଜିଲ୍ଲା ପାଇଁ ଗୌରବ ଆଣିପାରିଛନ୍ତି। ସେଥିପାଇଁ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ। ଏବେ ସେ ମିସ୍‌ ଇଣ୍ଡିଆ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଗ୍ରାଜୁଏସନ୍‌ ପାସ୍‌ କରିବା ପରେ ଓପେରା ମିସ୍ ଇଣ୍ଡିଆ ସମ୍ପର୍କରେ ଜାଣିବାକୁ ପାଇଥିଲେ ପ୍ରିୟଙ୍କା। […]

Priyanka Prusti

Priyanka Prusti

Manoranjan Sial
  • Published: Friday, 16 July 2021
  • Updated: 16 July 2021, 06:36 PM IST

Sports

Latest News

ବାରିପଦା(ମାଣିକଲାଲ ପାଣି): ସୁନ୍ଦରୀ ପ୍ରତିଯୋଗିତାରେ ଚମକିଲେ କଳା ସଂସ୍କୃତିର ଜିଲ୍ଲା ମୟୂରଭଞ୍ଜର ଝିଅ ପ୍ରିୟଙ୍କା ପୃଷ୍ଟି। ସେ ୨୦୦ ପ୍ରତିଷ୍ଠିତ ପ୍ରତିଯୋଗୀଙ୍କୁ ପଛରେ ପକାଇ ରନର୍ସ ଅପ୍‌ ହୋଇପାରିଛନ୍ତି। ଏଥିପାଇଁ ସେ ଓଡ଼ିଶା ତଥା ମୟୂରଭଞ୍ଜ ଜିଲ୍ଲା ପାଇଁ ଗୌରବ ଆଣିପାରିଛନ୍ତି। ସେଥିପାଇଁ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ। ଏବେ ସେ ମିସ୍‌ ଇଣ୍ଡିଆ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ଚଳାଇଛନ୍ତି।

[caption id="attachment_659317" align="aligncenter" width="650"]Priyanka ଏହି ରୂପରେ ପ୍ରିୟଙ୍କା ଅପେରା ମିସ୍ ଇଣ୍ଡିଆରେ ରାମ୍ପରେ ଚାଲିଥିଲେ[/caption]

ଗ୍ରାଜୁଏସନ୍‌ ପାସ୍‌ କରିବା ପରେ ଓପେରା ମିସ୍ ଇଣ୍ଡିଆ ସମ୍ପର୍କରେ ଜାଣିବାକୁ ପାଇଥିଲେ ପ୍ରିୟଙ୍କା। ତା’ପରେ ୨୦୨୧ ବର୍ଷ ପାଇଁ ହୋଇଥିବା ଓପେରା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଅନ୍‌ଲାଇନ୍‌ରେ ରେଜିଷ୍ଟ୍ରେସନ୍‌ କରିଥିଲେ। ମହାମାରୀ କରୋନା ପାଇଁ ଗତବର୍ଷ ପରି ଚଳିତବର୍ଷ ମଧ୍ୟ ଭର୍ଚୁଆଲ୍‌ରେ ହୋଇଥିଲା ପ୍ରତିଯୋଗିତା। ଏଥିରେ ସମଗ୍ର ଭାରତବର୍ଷରୁ ୨୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ। ବ୍ୟୁଟି, ରାମ୍ପ, ସାଧାରଣ ଜ୍ଞାନ ଉପରେ ପ୍ରତିଯୋଗୀଙ୍କୁ ପ୍ରଶ୍ନ ପଚରା ଯାଇଥିଲା। ସମସ୍ତଙ୍କୁ ପଛରେ ପକାଇ ରନର୍ସଫ ହୋଇଥିଲେ ପ୍ରିୟଙ୍କା।

ପ୍ରିୟଙ୍କାଙ୍କ କହିବା ଅନୁସାରେ ତାଙ୍କୁ କୋଭିଡ୍‌ ଉପରେ ବହୁ ପ୍ରଶ୍ନ ପଚାରିଥିଲେ। ଏହାର ଜବାବ ସେ ଦେଇଥିଲେ। ଏଥିସହ ସୁନ୍ଦରୀ ପ୍ରତିଯୋଗିତାରେ ହସର ପ୍ରମୁଖ ଭୂମିକା ରହିଥାଏ। ଯଦି ସ୍ମାଇଲ୍‌ ରହିଛି, ତାହାହେଲେ ସମସ୍ତଙ୍କୁ ଇମ୍ପ୍ରେସ ହୋଇପାରିବେ ବୋଲି ପ୍ରିୟଙ୍କା  କହିଛନ୍ତି। ନିଜର ସଫଳତା ପଛରେ ବାପା-ମା’ଙ୍କ ସମେତ ଫଟୋଗ୍ରାଫରଙ୍କୁ ଶ୍ରେୟ ଦେବେ।

[caption id="attachment_659319" align="aligncenter" width="650"]Priyanka Prusti ଅପେରା ମିସ୍ ଇଣ୍ଡିଆ ରନର୍ସଫ ହେବା ପରେ ମୁକୁଟ ପିନ୍ଧୁଛନ୍ତି[/caption]

ପ୍ରିୟଙ୍କା ବାରିପଦା ପୋଡାଅସ୍ତିଆ ହାଇସ୍କୁଲରୁ ମାଟ୍ରିକ୍‌ ପାସ କରିଥିଲେ। ତା’ପରେ ଏମ୍‌ପିସି ଜୁନିଅର କଲେଜରୁ ଯୁକ୍ତ ଦୁଇ ଓ ଉଦଳା କଲେଜରୁ ଡିଗ୍ରୀ ହାସଲ କରିଥିଲେ। ଛୁଆଟି ବେଳୁ ସଂଗୀତ, ଡ୍ୟାନ୍ସ, ଫିଲ୍ମ ଓ ସିରିଏଲ୍‌ରେ ହିରୋଇନ୍‌ ହେବାକୁ ରୁଚି ରଖିଥିଲେ। ଆଉ ଏହି ରୁଚି ତାଙ୍କୁ ସଫଳତାର ପାହାଚ ଆଡ଼କୁ ଟାଣି ନେଉଛି। ସେ ଚଳିତ ବର୍ଷ ଆଗ୍ରାରେ ହେଉଥିବା ଅପେରା ମିସ୍‌ ଇଣ୍ଡିଆର ଭାରଚୁଆଲ୍‌ରେ ଭାଗ ଯୋଗଦେଇଥିଲେ। ଆଦିବାସୀଙ୍କ ଚାଲିଚଳନୀ ସଂସ୍କୃତି ବେଶଭୂଷା ଆଦିର ବିଭିନ୍ନ ବାର୍ତ୍ତାକୁ ମଡେଲିଙ୍ଗ ମାଧ୍ୟମରେ ଉପସ୍ଥାପନା କରି ଜର୍ଜଙ୍କ ମନ ଜିତି ପାରିଥିଲେ ପ୍ରିୟଙ୍କା।

ଏନେଇ ପ୍ରିୟଙ୍କା କହିଛନ୍ତି-“ମିସ୍‌ ୟୁନିଭର୍ସ ହେବା ପାଇଁ ଉଦ୍ୟମ ପ୍ରସ୍ତୁତି କରୁଛି। ଏଥିପାଇଁ ସମସ୍ତଙ୍କର ଆଶୀର୍ବା ଥିଲେ ସଫଳତା ନିଶ୍ଚିତ ମିଳିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos