ଉତ୍‌କ୍ଷେପଣ ହେଲା ବାଲେଷ୍ଟିକ୍ ମିସାଇଲ ଅଗ୍ନି-୧(ଏ)

<p>ବାଲେଶ୍ୱର: ଆଜି ସକାଳ ସାଢେ ୮ଟାରେ ବାଲେଷ୍ଟିକ୍ ମିସାଇଲ ଅଗ୍ନି-୧(ଏ)ର ବ୍ୟାବହାରିକ ପରୀକ୍ଷଣ ହୋଇଛି। ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ଧାମରା ସ୍ଥିତ ଡ଼ଃ ଅବଦୁଲ କାଲାମ ଆଇଲ୍ୟାଣ୍ଡର ୪ନଂ ଲଞ୍ଚପ୍ୟାଡରୁ ଏହି କ୍ଷେପଣାସ୍ତ୍ରକୁ ଉତ୍&zwnj;କ୍ଷେପଣ କରାଯାଇଛି। ସ୍ୱଳ୍ପ ଦୂରଗାମୀ ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୭ ଶହରୁ ୯ ଶହ କିମି। ଏହି କ୍ଷେପଣାସ୍ତ୍ରର ଲମ୍ବ ୧୫ ମିଟର, ମୋଟେଇ ୧ ମିଟର ଏବଂ ଓଜନ ୧୨ହଜାର କିଲୋଗ୍ରାମ। ଏଥିରେ ୧ହଜାରରୁ ଅଢେଇ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି। ଏହି ମିସାଇଲ ଶବ୍ଦର ବେଗଠାରୁ ଅଢେଇ ଗୁଣ ଅଧିକ ବେଗରେ ଗତି କରି ୨୫ ମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଏହା ଟାର୍ଗେଟ୍ ହିଟ୍ କରିପାରିବ।</p> <p>୨୦୦୪ରୁ ପ୍ରତିରକ୍ଷା ବିଭାଗରେ ବ୍ୟବହାର ହେଉଛି ଏହି କ୍ଷେପଣାସ୍ତ୍ର। ଆଜିର ପରୀକ୍ଷଣ ହୋଇଥିବା କ୍ଷେପଣାସ୍ତ୍ର ୨୦୧୮ର ଭର୍ସନ ବୋଲି ଜଣାପଡିଛି। ଏହି ଉତ୍&zwnj;କ୍ଷେପଣର ସଫଳତା ନେଇ ଡିଆରଡିଓ ଓ ପ୍ରତିରକ୍ଷା ବିଭାଗର ବୈଜ୍ଞାନିକମାନେ ବେଶ୍ ଆଶାବାଦୀ ଅଛନ୍ତି।&nbsp; ମିସାଇଲ ଉତ୍&zwnj;କ୍ଷେପଣ ହେବା ପରେ ତଥ୍ୟ ସଂଗ୍ରହ ପାଇଁ ପ୍ରସ୍ତୁତ ଥିବା ରାଡାରର ତଥ୍ୟକୁ ନେଇ ସମୀକ୍ଷା ଚାଲିଛି।</p>

Ordigital Desk
  • Published: Tuesday, 06 February 2018
  • Updated: 06 February 2018, 01:12 PM IST

Sports

Latest News

<p>ବାଲେଶ୍ୱର: ଆଜି ସକାଳ ସାଢେ ୮ଟାରେ ବାଲେଷ୍ଟିକ୍ ମିସାଇଲ ଅଗ୍ନି-୧(ଏ)ର ବ୍ୟାବହାରିକ ପରୀକ୍ଷଣ ହୋଇଛି। ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ଧାମରା ସ୍ଥିତ ଡ଼ଃ ଅବଦୁଲ କାଲାମ ଆଇଲ୍ୟାଣ୍ଡର ୪ନଂ ଲଞ୍ଚପ୍ୟାଡରୁ ଏହି କ୍ଷେପଣାସ୍ତ୍ରକୁ ଉତ୍&zwnj;କ୍ଷେପଣ କରାଯାଇଛି। ସ୍ୱଳ୍ପ ଦୂରଗାମୀ ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୭ ଶହରୁ ୯ ଶହ କିମି। ଏହି କ୍ଷେପଣାସ୍ତ୍ରର ଲମ୍ବ ୧୫ ମିଟର, ମୋଟେଇ ୧ ମିଟର ଏବଂ ଓଜନ ୧୨ହଜାର କିଲୋଗ୍ରାମ। ଏଥିରେ ୧ହଜାରରୁ ଅଢେଇ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି। ଏହି ମିସାଇଲ ଶବ୍ଦର ବେଗଠାରୁ ଅଢେଇ ଗୁଣ ଅଧିକ ବେଗରେ ଗତି କରି ୨୫ ମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଏହା ଟାର୍ଗେଟ୍ ହିଟ୍ କରିପାରିବ।</p><p>୨୦୦୪ରୁ ପ୍ରତିରକ୍ଷା ବିଭାଗରେ ବ୍ୟବହାର ହେଉଛି ଏହି କ୍ଷେପଣାସ୍ତ୍ର। ଆଜିର ପରୀକ୍ଷଣ ହୋଇଥିବା କ୍ଷେପଣାସ୍ତ୍ର ୨୦୧୮ର ଭର୍ସନ ବୋଲି ଜଣାପଡିଛି। ଏହି ଉତ୍&zwnj;କ୍ଷେପଣର ସଫଳତା ନେଇ ଡିଆରଡିଓ ଓ ପ୍ରତିରକ୍ଷା ବିଭାଗର ବୈଜ୍ଞାନିକମାନେ ବେଶ୍ ଆଶାବାଦୀ ଅଛନ୍ତି।&nbsp; ମିସାଇଲ ଉତ୍&zwnj;କ୍ଷେପଣ ହେବା ପରେ ତଥ୍ୟ ସଂଗ୍ରହ ପାଇଁ ପ୍ରସ୍ତୁତ ଥିବା ରାଡାରର ତଥ୍ୟକୁ ନେଇ ସମୀକ୍ଷା ଚାଲିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos