ରାତି ଅଧରେ ନଦୀ ରାସ୍ତାରେ ଯାଉଥିଲେ ନିଖୋଜ ଜିଆରଏସ୍‌, ମିଳିଲା ସିସିଟିଭି ଫୁଟେଜ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକ ସୁନାଥର ଓ ଶୋଳଘର ପଞ୍ଚାୟତ ଜିଆରଏସ ସ୍ୱାଗତ ପଣ୍ଡା ନିଖୋଜ ଘଟଣାକୁ ୩ ଦିନ ପୂରିଥିବା ବେଳେ ଏଯାଏ ତାଙ୍କ ପତ୍ତା ମିଳିନି । ପୁଅକୁ ଖୋଜିଖୋଜି ପରିବାର ଲୋକଙ୍କ ଆଖିରୁ ନିଦ ହଜିଯାଇଥିବା ବେଳେ ଆଜି ତାଙ୍କର ଏକ ସିସିଟିଭି ଫୁଟେଜ ସାମନାକୁ ଆସିଛି। ନିଖୋଜ ହେବା ରାତିରେ ସ୍ୱାଗତ  ନଦୀ ପାଖ ରାସ୍ତାରେ ବିଳମ୍ବିତ ରାତିରେ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି । ତେବେ […]

missing grs

missing grs

Niharika Rout
  • Published: Thursday, 11 August 2022
  • Updated: 11 August 2022, 12:01 PM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକ ସୁନାଥର ଓ ଶୋଳଘର ପଞ୍ଚାୟତ ଜିଆରଏସ ସ୍ୱାଗତ ପଣ୍ଡା ନିଖୋଜ ଘଟଣାକୁ ୩ ଦିନ ପୂରିଥିବା ବେଳେ ଏଯାଏ ତାଙ୍କ ପତ୍ତା ମିଳିନି । ପୁଅକୁ ଖୋଜିଖୋଜି ପରିବାର ଲୋକଙ୍କ ଆଖିରୁ ନିଦ ହଜିଯାଇଥିବା ବେଳେ ଆଜି ତାଙ୍କର ଏକ ସିସିଟିଭି ଫୁଟେଜ ସାମନାକୁ ଆସିଛି।

ନିଖୋଜ ହେବା ରାତିରେ ସ୍ୱାଗତ  ନଦୀ ପାଖ ରାସ୍ତାରେ ବିଳମ୍ବିତ ରାତିରେ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି । ତେବେ ଏତେ ରାତିରେ ସେ ଏକୁଟିଆ କୁଆଡ଼େ ଗଲେ, ସେତେବେଳେ ତାଙ୍କ ମାନସିକ ସ୍ଥିତି କିପରି ଥିଲା ସେନେଇ କିଛି ସୂଚନା ମିଳିନି ।  ଏହି ଭିଡିଓଟି ପୁରୁଷୋତ୍ତମପୁର ରାସ୍ତାର ଏକ ପେଟ୍ରୋଲ ପମ୍ପରେ ଲାଗି ଥିବା ସିସିଟିଭି କ୍ୟାମେରାର ବୋଲି ଜଣାପଡିଛି । ପୁଲିସ୍‌ ଘଟଣାର ଖୋଳତାଡ଼ କରୁ କରୁ ଏହି ସିସିଟିଭି ଫୁଟେଜ ହସ୍ତଗତ ହୋଇଛି।  ସ୍ୱାଗତ ନିଖୋଜ ହୋଇଯାଇଛନ୍ତି ନାଁ ଜାଣିଶୁଣି କିଛି ପଦକ୍ଷେପ ନେଇଛନ୍ତି ତାହା ସ୍ପଷ୍ଟ ହୋଇପାରିନାହିଁ । ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ, ସ୍ୱାଗତ ପଣ୍ଡା ପ୍ରାୟ ବର୍ଷେ ହେବ ପୁରୁଷୋତ୍ତମପୁର କଂସାରୀ ସାହିରେ ଭଡା ନେଇ ପରିବାର ସହ ରହୁଥିଲେ । ତାଙ୍କ ନିଜ ଘର ଛତ୍ରପୁର ଜେନାପଲ୍ଲୀରେ। ସୋମବାର ରାତି ପ୍ରାୟ ସାଡେ୯ଟାରେ ବିଡିଓଙ୍କୁ ଭେଟିବା ପାଇଁ କହି ଘରୁ ବାହାରିଯାଇଥିଲେ ସ୍ୱାଗତ । ମାତ୍ର ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ଫେରି ନ ଥିଲେ। ଏପରିକି ତାଙ୍କ ମୋବାଇଲ ସୁଇଚ୍‌ ଅପ୍‌  ହୋଇ ଯାଇଥିଲା। ସେବେଠୁ ପୁଲିସ୍‌ ବିଭିନ୍ନ ସ୍ଥାନରେ ତାଙ୍କୁ ଖୋଜାଖୋଜି କରୁଥିବା ବେଳେ ତାଙ୍କ ପତ୍ତା ପାଉନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos