ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୭ ମାସ ଧରି ଫେରାର ହେବା ପରେ ଶେଷରେ ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ବାଲେଶ୍ୱର ଟାଉନ୍ ଥାନାର ତତ୍କାଳୀନ ଆଇଆଇସି ସରୋଜିନୀ ନାଏକ। ଜମିଜମା ମାମଲାରେ ଲାଞ୍ଚ ନେଇଥିବା ନେଇ ଗତ ଜୁଲାଇରେ ସରୋଜିନୀଙ୍କ ନାଁରେ ମାମଲା ରୁଜୁ କରିଥିଲା ଭିଜିଲାନ୍ସ। କିନ୍ତୁ ମାମଲା ରୁଜୁ ପରେ ଫେରାର ହୋଇଯାଇଥିଲେ ସରୋଜିନୀ।
ସୂଚନାଯୋଗ୍ୟ, ଗତ ଜୁଲାଇ ୧ ତାରିଖରେ ଏକ ଜମିଜମା ବିବାଦର ସମାଧନ ପାଇଁ ବାଲେଶ୍ୱର ଟାଉନ ଥାନାର ତତ୍କାଳୀନ ସବ୍ ଇନ୍ସପେକ୍ଟର ବିମଳ କର ଜଣେ ଦଲାଲଙ୍କଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ଏହି ଘଟଣାରେ ଉଭୟ ଗିରଫ ହୋଇ ଜେଲ୍ ଯାଇଥିଲେ।
ଏହା ପରଠୁ ଆଇଆଇସି ସରୋଜିନୀ ନାୟକଙ୍କୁ ଖୋଜି ପାଉ ନ ଥିଲେ ଭିଜିଲାନ୍ସ ଅଧିକାରୀ। ଏପରିକି ସେ ଫୋନ୍ ଉଠାଉ ନ ଥିବା ବେଳେ ଅନେକ ସମୟରେ ତାଙ୍କ ମୋବାଇଲ୍ ବନ୍ଦ ରହୁଥିବା କହିଥିଲେ ବାଲେଶ୍ୱର ଭିଜିଲାନ୍ସ ଏସ୍ପି। ଦୀର୍ଘ ଦିନ ପରେ ଆଜି ସରୋଜିନୀ ଆତ୍ମସମର୍ପଣ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।