ମୁଁ ଏସ୍ଆଇ ଶୁଭଶ୍ରୀ କହୁଛି, ତୁମ ପୁଅ ମିଳିଯାଇଛି...

ମାଲକାନଗିରି(ଜିତେନ୍ଦ୍ର ବେଉରା): ଦୁଇ ବର୍ଷ ତଳେ ଝାଡ଼ଖଣ୍ଡର ଏକ ଗରିବ ଘରର ପୁଅ କାମ ସନ୍ଧାନରେ ଘରୁ ଗୋଡ କାଢିଥିଲେ।। କାମ ସନ୍ଧାନରେ ଥିବା ନାବାଳକ ପୁଅ ଘଟଣାକ୍ରମେ ହୋଇ ଗଲା ନିଖୋଜ। ବହୁତ୍ ଖୋଜା ଖୋଜି କରି ଥାନାରେ ଏତଲା ଦେବା ପରେ ମଧ୍ୟ ଦୁଇ ବର୍ଷ ଧରି ପିଲାର କୌଣସି ପ୍ରକାର ସୂଚନା ମିଳି ନଥିଲା। ଆଉ ଶେଷରେ ମାଲକାନଗିରି ପୁଲିସର ରାତ୍ରକାଳୀନ ପାଟ୍ରୋଲିଂ ବେଳେ ଉଦ୍ଧାର ହେଲା ସେଇ ନିଖୋଜ ପୁଅ। ଉଦ୍ଧାର […]

8790-1

Tapas Behera
  • Published: Wednesday, 14 October 2020
  • , Updated: 14 October 2020, 04:58 PM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): ଦୁଇ ବର୍ଷ ତଳେ ଝାଡ଼ଖଣ୍ଡର ଏକ ଗରିବ ଘରର ପୁଅ କାମ ସନ୍ଧାନରେ ଘରୁ ଗୋଡ କାଢିଥିଲେ।। କାମ ସନ୍ଧାନରେ ଥିବା ନାବାଳକ ପୁଅ ଘଟଣାକ୍ରମେ ହୋଇ ଗଲା ନିଖୋଜ। ବହୁତ୍ ଖୋଜା ଖୋଜି କରି ଥାନାରେ ଏତଲା ଦେବା ପରେ ମଧ୍ୟ ଦୁଇ ବର୍ଷ ଧରି ପିଲାର କୌଣସି ପ୍ରକାର ସୂଚନା ମିଳି ନଥିଲା।

ଆଉ ଶେଷରେ ମାଲକାନଗିରି ପୁଲିସର ରାତ୍ରକାଳୀନ ପାଟ୍ରୋଲିଂ ବେଳେ ଉଦ୍ଧାର ହେଲା ସେଇ ନିଖୋଜ ପୁଅ। ଉଦ୍ଧାର ପରେ ଝାଡ଼ଖଣ୍ଡର ପରିବାର ବର୍ଗକୁ ଜିଲ୍ଳା ପୁଲିସ ଯୋଗାଯୋଗ କରି ଥିବା ବେଳେ ନିଖୋଜ ଯୁବକ ଠିକଣା ଜାଗାରେ ପହଞ୍ଚିଛି। ସମ୍ପୃକ୍ତ ନାବାଳକ ଜଣକ ହେଉଛନ୍ତି ସୁନ୍ଦର ଗୋପେ।

ଝାଡ଼ଖଣ୍ଡରୁ ଦୁଇ ବର୍ଷ ତଳେ ନିଖୋଜ ହୋଇଥିଲେ ସୁନ୍ଦର। ପରେ ମାଲକାନଗିରି ପୁଲିସର ରାତ୍ରି କାଳୀନ ପେଟ୍ରୋଲିଂ ସମୟରେ ଉଦ୍ଧାର ହୋଇଥିଲା ସୁନ୍ଦର । ଉଦ୍ଧାର ପରେ ଯାତ୍ରୀ ବିଶ୍ରାମଗାରରେ ନେଇ ଉପଯୁକ୍ତ ବ୍ୟବସ୍ଥା କରି ବହୁ ପଚରାଉଚୁରା କରିବା ପରେ ପିଲାଟି ନିଜ ଘରର ସମୁର୍ଣ୍ଣ ବିବରଣୀ ଦେଇଥିଲେ।  ପରେ  ମାଲକାନଗିରି ପୁଲିସ ଏସ୍ଆଇ ଶୁଭଶ୍ରୀ ଉକ୍ତ ପିଲାର ଘର ଲୋକଙ୍କ ସହ ଭିଡିଓ କଲିଂରେ ଯୋଗାଯୋଗ କରିଥିଲେ। ଏହା ପରେ ପୁଅଟିକୁ ନିଜ ଘରକୁ ପହଞ୍ଚାଇ ଦିଆଯାଇଥିଲା। ଏବେ ଦୁଇ ବର୍ଷ ପରେ ମା ବାପା ପୂରା ପରିବାର ନିଜ ହଜିଲା ପୁଅ କୁ ପାଇ ବେଶ୍ ଖୁସି ଅଛନ୍ତି। ମାଲକାନଗିରି ପୁଲିସର ଏହି କାମକୁ ଖୁବ୍ ପ୍ରଶଂସା କରିଛନ୍ତି ଗ୍ରାମବାସୀ ।

Related story