ମିଶନ ଶକ୍ତି ସଂଯୋଜକଙ୍କୁ ଛେଚିଲେ ମହିଳା

ଜଳେଶ୍ୱର (ଅଜିତ ଦାସ): ବ୍ଲକ ଅଫିସ ଭିତରେ ପଶି ମିଶନ ଶକ୍ତି ସଂଯୋଜକଙ୍କୁ ନିସ୍ତୁକ ପିଟିଲେ SHG ମହିଳା। ଆଜି ଏପରି ଅଭିଯୋଗ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅଞ୍ଚଳରୁ ଆସିଛି। ମାଡ଼ ମାରିବା ପରେ ସଂଯୋଜକଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମହିଳା। ବସ୍ତା ବ୍ଲକ ଅଫିସ କୁଡ଼ିଆ ପଞ୍ଚାୟତରେ ମହିଳା ସ୍ୱୟସହାୟକ ଗୋଷ୍ଠୀ (SHG)ର ଟିମ୍‌ ଲିଡର(ସିଆର୍‌ପି) ଚୟନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ମିଶନ ଶକ୍ତି ସଂଯୋଜକ ଚଞ୍ଚକତା କରିଥିବା […]

balasore

balasore

Manoranjan Sial
  • Published: Friday, 15 January 2021
  • Updated: 15 January 2021, 06:15 PM IST

Sports

Latest News

ଜଳେଶ୍ୱର (ଅଜିତ ଦାସ): ବ୍ଲକ ଅଫିସ ଭିତରେ ପଶି ମିଶନ ଶକ୍ତି ସଂଯୋଜକଙ୍କୁ ନିସ୍ତୁକ ପିଟିଲେ SHG ମହିଳା। ଆଜି ଏପରି ଅଭିଯୋଗ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅଞ୍ଚଳରୁ ଆସିଛି। ମାଡ଼ ମାରିବା ପରେ ସଂଯୋଜକଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମହିଳା।

ବସ୍ତା ବ୍ଲକ ଅଫିସ କୁଡ଼ିଆ ପଞ୍ଚାୟତରେ ମହିଳା ସ୍ୱୟସହାୟକ ଗୋଷ୍ଠୀ (SHG)ର ଟିମ୍‌ ଲିଡର(ସିଆର୍‌ପି) ଚୟନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ମିଶନ ଶକ୍ତି ସଂଯୋଜକ ଚଞ୍ଚକତା କରିଥିବା ଅଭିଯୋଗ ଆଣି ଏସ୍‌ଏଚ୍‌ଜିର ୩୦ରୁ ୪୦ ଜଣ ମହିଳା ଆଜି ବାଲେଶ୍ୱର ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ମହିଳାଙ୍କ ଅଭିଯୋଗ ଶୁଣି ବସ୍ତା ବିଡିଓଙ୍କ ପାଖକୁ ପଠାଇଥିଲେ।

ଅପରାହ୍ନରେ SHG ମହିଳାମାନେ ବସ୍ତା ବିଡିଓଙ୍କ ପାଖରେ ଅଭିଯୋଗ କରିବାକୁ ଆସିଥିଲେ। ଏହି ସମୟରେ ମିଶନ ଶକ୍ତି ସଂଯୋଜକ ସେମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ SHG ମହିଳାମାନେ ମିଶନ ଶକ୍ତି ସଂଯୋଜକଙ୍କୁ ଚ୍ୟାମ୍ୱରରୁ ଟାଣି ଆସି ମାଡ଼ ମାରିଥିଲେ। ଏନେଇ ବସ୍ତା ଥାନାରେ ସଂଯୋଜକଙ୍କ ନାଁରେ ଲିଖିତ ଅଭିଯୋଗ କଲେ SHG ମହିଳା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos