ମୁଖ୍ୟମନ୍ତ୍ରୀଙ୍କ ଘୋଷଣାର ୧୪ମାସ ପରେ କାର୍ଯ୍ୟକ୍ଷମ ହେଲା ‘ମିଶନ ଶକ୍ତି’ ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି)ଙ୍କ ପାଇଁ ସ୍ୱତନ୍ତ୍ର ଭାବେ ରାଜ୍ୟରେ ‘ମିଶନ ଶକ୍ତି’ ବିଭାଗ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବାର ପ୍ରାୟ ୧୪ମାସ ପରେ ଏହି ନୂଆ ବିଭାଗ କାର୍ଯ୍ୟକ୍ଷମ ହୋଇଛି। ୨୦୨୧ ମାର୍ଚ୍ଚ ୧୦ରୁ ବିଭାଗର ମନ୍ତ୍ରୀ ଭାବେ ଟୁକୁନି ସାହୁ ଓ ୨୦୨୧ ମେ’ ୬ତାରିଖରୁ କମିଶନର ତଥା ସଚିବ ଭାବେ ସୁଜାତା କାର୍ତ୍ତିକେୟନ କାର୍ଯ୍ୟ କରୁଛନ୍ତି। ଆଜି ମହିଳା ଓ […]

mission-shakti

mission-shakti

Ordigital Desk
  • Published: Tuesday, 01 June 2021
  • Updated: 01 June 2021, 10:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି)ଙ୍କ ପାଇଁ ସ୍ୱତନ୍ତ୍ର ଭାବେ ରାଜ୍ୟରେ ‘ମିଶନ ଶକ୍ତି’ ବିଭାଗ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବାର ପ୍ରାୟ ୧୪ମାସ ପରେ ଏହି ନୂଆ ବିଭାଗ କାର୍ଯ୍ୟକ୍ଷମ ହୋଇଛି। ୨୦୨୧ ମାର୍ଚ୍ଚ ୧୦ରୁ ବିଭାଗର ମନ୍ତ୍ରୀ ଭାବେ ଟୁକୁନି ସାହୁ ଓ ୨୦୨୧ ମେ’ ୬ତାରିଖରୁ କମିଶନର ତଥା ସଚିବ ଭାବେ ସୁଜାତା କାର୍ତ୍ତିକେୟନ କାର୍ଯ୍ୟ କରୁଛନ୍ତି। ଆଜି ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ଏହି ନୂଆ ବିଭାଗ କାର୍ଯ୍ୟକ୍ଷମ ଏନେଇ ଆବଶ୍ୟକ ବିଜ୍ଞପ୍ତି ଜାରି ହୋଇଛି।

ବିଜ୍ଞପ୍ତି ଅନୁସାରେ, ନୂଆ ବିଭାଗର ନାଁ ମିଶନ ଶକ୍ତି ବିଭାଗ ରହିବ। ବିଜ୍ଞପ୍ତି ଜାରି ହେବା ସହ ବିଭାଗ କାର୍ଯ୍ୟକ୍ଷମ ହେବ। ମହିଳା ଏବଂ ଶିଶୁବିକାଶ ବିଭାଗ ଓ ମିଶନଶକ୍ତି ବିଭାଗ ନାଁରୁ ମିଶନଶକ୍ତି ବାଦ୍ ଦିଆଯିବ। ଏହି ନୂଆ ବିଭାଗ ଲୋକସେବା ଭବନରୁ କାର୍ଯ୍ୟ କରିବ। ବିଭାଗର ଅନ୍ୟ ଅଫିସଗୁଡ଼ିକ ପୋଖରୀପୁଟରେ ଥିବା ମିଶନଶକ୍ତି ଭବନ ଓ ଶିରିପୁରରେ ଥିବା ଏସଆଇଆରଡି କ୍ୟାମ୍ପସସ୍ଥିତ ଓଏଲଏମ୍ ବିଲିଡିଂରେ କାର୍ଯ୍ୟ କରିବ ।

ମିଶନ ଶକ୍ତି, ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା, ଜାତୀୟ ଗ୍ରାମାଂଚଳ ଜୀବିକା ମିଶନ ପାଇଁ ଓଡ଼ିଶା ଜୀବିକା ମିଶନ, ନ୍ୟାସନାଲ ରୁରାଲ ଇକୋନୋମିକ ଟ୍ରାନ୍ସଫରମେସନ୍ ପ୍ରୋଜେକ୍ଟ, ସ୍ୱୟଂ ସହାୟକ ଗ୍ରୁପ (ଜାତୀୟ ସହରାଂଚଳ ଜୀବିକ ମିଶନ) କାର୍ଯ୍ୟ ସବୁ ଏହି ନୂଆ ବିଭାଗ ‘ମିଶନ ଶକ୍ତି’ ଅଧୀନରେ ରହିବ । ଏସବୁ କାର୍ଯ୍ୟ ପୂର୍ବରୁ ମହିଳା ଓ ଶିଶୁବିକାଶ, ପଚାୟତିରାଜ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ରହିଥିଲା ।

ସେହିପରି ଚଳିତ ଆର୍ଥିକ ବର୍ଷରେ ଏହି ନୂଆ ବିଭାଗ ପାଇଁ କୌଣସି ବଜେଟ୍ ପ୍ରାବଧାନ ନଥିବାରୁ ଉପରୋକ୍ତ ୩ଟି ବିଭାଗର ଏସବୁ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ଥିବା ବଜେଟ୍ ନୂଆ ‘ମିଶନ ଶକ୍ତି’ ବିଭାଗ ଅଧୀନକୁ ଆସିବ । ୨୦୨୨-୨୩ ଆର୍ଥିକ ବର୍ଷରୁ ଏହି ବିଭାଗ ନିଜସ୍ୱ ବଜେଟ୍ ପ୍ରସ୍ତୁତ କରିବ । ଏହି ନୂଆ ବିଭାଗରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ କେବଳ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ନିଜର ପୁରୁଣା ବିଭାଗରୁ ଦରମା ପାଇବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।

ସୂଚନାଯୋଗ୍ୟ, ୨୦୨୦ ମସିହା ମହିଳା ଦିବସରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ୱତନ୍ତ୍ର ଭାବେ ‘ମିଶନ ଶକ୍ତି’ ବିଭାଗ କାର୍ଯ୍ୟ କରିବ ବୋଲି ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାର ପ୍ରାୟ ବର୍ଷକ ପରେ ୨୦୨୧ ମାର୍ଚ୍ଚ ୬ତାରିଖରେ ରାଜ୍ୟ କ୍ୟାବିନେଟ ଏହି ‘ମିଶନ ଶକ୍ତି’କୁ ସ୍ୱତନ୍ତ୍ର ବିଭାଗ ଭାବେ ଅନୁମୋଦନ କଲେ । ୨୦୨୧ ଏପ୍ରିଲ ପହିଲାରୁ ଏହି ନୂଆ ବିଭାଗ କାର୍ଯ୍ୟ କରିବ ବୋଲି କୁହାଯାଇଥିଲା କିନ୍ତୁ ତାହା ସମ୍ଭବପର ହେଲାନି । ଯଦିଓ ୨୦୧୭ ଏପ୍ରିଲ ମାସରୁ ‘ମିଶନ ଶକ୍ତି’ ନାଁରେ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ରାଜ୍ୟରେ କାର୍ଯ୍ୟ କରୁଛି ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଉନ୍ନତି ଦିଗରେ କାର୍ଯ୍ୟ କରୁଛି ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଏବେ ପ୍ରାୟ ୮୦ଲକ୍ଷ ମହିଳା ‘ମିଶନ ଶକ୍ତି’ ଦ୍ୱାରା ଗଠନ ହୋଇଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଅଛନ୍ତି । ଏହି ମହିଳା ଭୋଟ୍ ବ୍ୟାଙ୍କକୁ ତୁଷ୍ଟୀକରଣ ପାଇଁ ବିଜେଡି ସରକାର ସବୁପ୍ରକାର ଉଦ୍ୟମ ଜାରି ରଖିଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ଏହି ମହିଳା ଭୋଟ୍ ବ୍ୟାଙ୍କ ହିଁ ବିଜେଡି ପାଇଁ ସବୁଠୁ ବଡ଼ ଅସ୍ତ୍ର ପାଲଟିଥିଲା ଓ ଦଳକୁ ବିପୁଳ ଭୋଟରେ ବିଜୟୀ କରିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story