ସାଧାରଣ ରୋଗୀଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ମନା

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ସାଧାରଣ ରୋଗୀଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ମନା। ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ଓପିଡି ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ମେଡିକାଲର ମୁଖ୍ୟ ପ୍ରବେଶ ପଥ ବ୍ୟତୀତ ଅନ୍ୟ ସମସ୍ତ ପ୍ରବେଶ ପଥ ବନ୍ଦ ରହିବ । ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ବ୍ରହ୍ମପୁର ଜିଲ୍ଲାରୁ ଚିହ୍ନଟ ହେଉଥିବାରୁ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ଜିଲ୍ଲାପାଳ ବିଜୟା ଅମୃତା କୁଲାଙ୍ଗେ । ମେଡିକାଲ କ୍ୟାମ୍ପସର ମୁଖ୍ୟ ପ୍ରବେଶ ପଥରେ ପୁଲିସ୍‌ ମୁତୟନ […]

MKCG

Niharika Rout
  • Published: Wednesday, 08 July 2020
  • , Updated: 08 July 2020, 08:01 AM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ସାଧାରଣ ରୋଗୀଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ମନା। ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ଓପିଡି ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ମେଡିକାଲର ମୁଖ୍ୟ ପ୍ରବେଶ ପଥ ବ୍ୟତୀତ ଅନ୍ୟ ସମସ୍ତ ପ୍ରବେଶ ପଥ ବନ୍ଦ ରହିବ । ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ବ୍ରହ୍ମପୁର ଜିଲ୍ଲାରୁ ଚିହ୍ନଟ ହେଉଥିବାରୁ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ଜିଲ୍ଲାପାଳ ବିଜୟା ଅମୃତା କୁଲାଙ୍ଗେ ।

ମେଡିକାଲ କ୍ୟାମ୍ପସର ମୁଖ୍ୟ ପ୍ରବେଶ ପଥରେ ପୁଲିସ୍‌ ମୁତୟନ ରହିବେ। କେବଳ ହସ୍ପିଟାଲ କର୍ମଚାରୀ ଓ ଗୁରୁତର ରୋଗୀଙ୍କୁ ପ୍ରବେଶ ଅନୁମତି ଦିଆଯାଇଛି । ହସ୍ପିଟାଲ ପରିସରରେ ମାସ୍କ ବାଧ୍ୟତାମୂଳକ କରାଯାଇଥିବା ବେଳେ କେବଳ ଜଣେ ଆଟେଣ୍ଡାଣ୍ଟଙ୍କୁ ଅନୁମତି ମିଳିବ। ମେଡିକାଲରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଆଶଙ୍କାରେ ସାଧାରଣ ରୋଗୀଙ୍କୁ ରୁଟିନ୍ ଓପିଡି ଯିବାକୁ ବାରଣ କରାଯାଇଛି।

ଜରୁରୀକାଳୀନ ସ୍ଥିତିରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଏହାବ୍ୟତୀତ ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୯୭ରେ ପହଞ୍ଚିଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ୨୬୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୪୮୭ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୧୧୦୯ ଜଣ ଚିକିତ୍ସିତ ହେଉଛନ୍ତି। କରୋନା ପରି ମହାମାରୀ ଯୋଗୁ ଜିଲ୍ଲାର ୨୪ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି।

Related story