୧୫ରୁ ଖୋଲିବ ବ୍ରହ୍ମପୁର ବଡ଼ ଡାକ୍ତରଖାନାର ଓପିଡି

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଅଗଷ୍ଟ ୧୫ ତାରିଖରୁ ଖୋଲିବ ବ୍ରହ୍ମପୁର ବଡ଼ ଡାକ୍ତରଖାନାର ଓପିଡି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ତେବେ ଲୋକେ ଡାକ୍ତରଖାନାକୁ ଆସିବା ବେଳେ ମାସ୍କ ପରିଧାନ କରିବେ। ସେମାନେ ଓପିଡିରେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତାକୁ ମାନିବେ। କରୋନା ସଂକ୍ରମଣ ଭୟରେ ଗତମାସରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାର ଜେନରାଲ ଓପିଡିକୁ ବନ୍ଦ କରି ଦେଇଥିଲା ଜିଲ୍ଲା ପ୍ରଶାସନ। ତେବେ ଦୀର୍ଘ ଦିନ […]

mkcg

Jitendra Garnayak
  • Published: Thursday, 13 August 2020
  • , Updated: 13 August 2020, 07:20 AM IST

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଅଗଷ୍ଟ ୧୫ ତାରିଖରୁ ଖୋଲିବ ବ୍ରହ୍ମପୁର ବଡ଼ ଡାକ୍ତରଖାନାର ଓପିଡି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ତେବେ ଲୋକେ ଡାକ୍ତରଖାନାକୁ ଆସିବା ବେଳେ ମାସ୍କ ପରିଧାନ କରିବେ। ସେମାନେ ଓପିଡିରେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତାକୁ ମାନିବେ।

କରୋନା ସଂକ୍ରମଣ ଭୟରେ ଗତମାସରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାର ଜେନରାଲ ଓପିଡିକୁ ବନ୍ଦ କରି ଦେଇଥିଲା ଜିଲ୍ଲା ପ୍ରଶାସନ। ତେବେ ଦୀର୍ଘ ଦିନ ଧରି ଓପିଡି ବନ୍ଦ ରହିବା ଫଳରେ ରୋଗୀସେବା ବାଧାପ୍ରାପ୍ତ ହୋଇଥିଲା। ତେଣୁ ଏହାକୁ ଖୋଲିବା ନେଇ ସାଧାରଣରେ ଦାବି ହୋଇଥିଲା।

Related story