ବିଧାୟକ ବଦ୍ରି ପାତ୍ରଙ୍କ ଅବସ୍ଥା ଗୁରୁତର, ହାଇଦ୍ରାବାଦକୁ ଏୟାର ଲିଫ୍ଟ

ଆନନ୍ଦପୁର/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ତାଙ୍କୁ ଆଜି ଭୁବନେଶ୍ୱରରୁ ହାଇଦ୍ରାବାଦକୁ ଏୟାର ଲିଫ୍ଟ କରାଯାଇଛି। ତାଙ୍କ ପୁଅ ଦେବପ୍ରିୟ ପାତ୍ର ଏହି ସୂଚନା ଦେଇଛନ୍ତି। ଅସୁସ୍ଥ ଶ୍ରୀ ପାତ୍ରଙ୍କୁ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହାଇଦ୍ରାବାଦ ପଠାଯାଇଛି। ତାଙ୍କ ସହିତ ତାଙ୍କ […]

Badri Patra

Badri Patra

Jitendra Garnayak
  • Published: Saturday, 11 December 2021
  • Updated: 11 December 2021, 06:17 PM IST

Sports

Latest News

ଆନନ୍ଦପୁର/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ତାଙ୍କୁ ଆଜି ଭୁବନେଶ୍ୱରରୁ ହାଇଦ୍ରାବାଦକୁ ଏୟାର ଲିଫ୍ଟ କରାଯାଇଛି। ତାଙ୍କ ପୁଅ ଦେବପ୍ରିୟ ପାତ୍ର ଏହି ସୂଚନା ଦେଇଛନ୍ତି।

ଅସୁସ୍ଥ ଶ୍ରୀ ପାତ୍ରଙ୍କୁ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହାଇଦ୍ରାବାଦ ପଠାଯାଇଛି। ତାଙ୍କ ସହିତ ତାଙ୍କ ପତ୍ନୀ ଓ ସାନ ପୁଅ ଯାଇଛନ୍ତି।

ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବପ୍ରିୟ ପାତ୍ର କହିଛନ୍ତି ଯେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଡାକ୍ତରଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ବେଳେ ତାଙ୍କ ହାର୍ଟରେ ଦୁଇଟି ବ୍ଳକେଜ ଥିବା ଜଣାପଡ଼ିଥିଲା। ଏହା ପରେ ଅପରେସନ୍ ହୋଇଥିଲା। କିନ୍ତୁ ତା’ପରେ ପେଟରେ ଆଭ୍ୟନ୍ତରୀଣ ରକ୍ତ ପ୍ରବାହ ହେଉଥିବା ଜଣାପଡ଼ିଥିଲା। ଏହା ପରେ ଡାକ୍ତରମାନେ ଉନ୍ନତ ଚିକିତ୍ସା ପାଇଁ ହାଇଦ୍ରାବାଦ ନେଇ ଯିବାକୁ କହିଥିଲେ।

ସୂଚନାଯୋଗ୍ୟ, ୨୦୦୯ରୁ ଲଗାତାର ଭାବେ ଘସିପୁରାରୁ ବିଧାନସଭାକୁ ନିର୍ବାଚିତ ହୋଇଆସୁଥିବା ଶ୍ରୀ ପାତ୍ର ପୂର୍ବରୁ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos