ପେଟା ନାଳରେ ପଶିଲେ ବିଧାୟକ

କଟକ(ଓଡ଼ିଶା ରିପୋର୍ଟର):  ପେଟା ନାଳର ପୁନଃରୁଦ୍ଧାର ପାଇଁ ମିଳିଛି ଅନୁମତି । ବିଧାନସଭାରେ ପାସ୍‌ ହୋଇ ସାରିଛି ବିଲ୍‌ । ତଥାପି ଶୁଣୁ ନାହାନ୍ତି ସରକାର । ଆରମ୍ଭ ହେଉନି କାମ । ଏହା ପ୍ରତିବାଦରେ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ ନେଲେ ଚରମ ପଦକ୍ଷେପ । ସରକାରଙ୍କୁ ଚେତାଇବାକୁ ନିଜେ ପେଟା ନାଳର ଆବର୍ଜନାରେ ପଶି ପ୍ରତିବାଦ ଜଣାଇଲେ। ଏହାପରେ ବି କାମ ଆରମ୍ଭ ନ ହେଲେ ୩ ମାସ ପରଠୁ ପେଟ ନାଳ […]

mla

mla

Niharika Rout
  • Published: Thursday, 30 June 2022
  • Updated: 30 June 2022, 02:51 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର):  ପେଟା ନାଳର ପୁନଃରୁଦ୍ଧାର ପାଇଁ ମିଳିଛି ଅନୁମତି । ବିଧାନସଭାରେ ପାସ୍‌ ହୋଇ ସାରିଛି ବିଲ୍‌ । ତଥାପି ଶୁଣୁ ନାହାନ୍ତି ସରକାର । ଆରମ୍ଭ ହେଉନି କାମ । ଏହା ପ୍ରତିବାଦରେ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ ନେଲେ ଚରମ ପଦକ୍ଷେପ । ସରକାରଙ୍କୁ ଚେତାଇବାକୁ ନିଜେ ପେଟା ନାଳର ଆବର୍ଜନାରେ ପଶି ପ୍ରତିବାଦ ଜଣାଇଲେ। ଏହାପରେ ବି କାମ ଆରମ୍ଭ ନ ହେଲେ ୩ ମାସ ପରଠୁ ପେଟ ନାଳ ପାର୍ଶ୍ୱରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମରଣ ଅନଶନ କରିବେ ବୋଲି ଚରମବାଣୀ ଶୁଣାଇଛନ୍ତି କଟକ ବିଧାୟକ।

ସୂଚନା ଅନୁଯାୟୀ, ପେଟା ନାଳର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ବାରମ୍ବାର ବିଧାନସଭାରେ ଦାବୀ ଉପସ୍ଥାପନା କରିଥିଲେ କଟକ ବିଧାୟକ ମହମ୍ମଦ ମୋକିମ । ପରେ ଏ ନେଇ ଟଙ୍କା ମଞ୍ଜୁର କରାଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇ ପାରିଲା ନାହିଁ। ପ୍ରତିବାଦ କରି ଆଜି ବିଧାୟକ ନିଜ ସମର୍ଥକଙ୍କ ସହ ନାରାବାଜି କରି ନାଳ ନିକଟରେ ପହଞ୍ଚିଥିଲେ। ଏହାପରେ ନିଜେ ନାଳ ଭିତରେ ପଶି ପ୍ରତିବାଦ ଜଣାଇଥିଲେ।

ଏନେଇ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ କହିଛନ୍ତି, ଦୀର୍ଘ ୨୨ ବର୍ଷର ବିଜେଡି ସରକାର ସବୁବେଳେ ସିଡିଏ ପ୍ରତି ବୈମାତୃକ ମନୋଭାବ ପୋଷଣ କରିଆସୁଛି । ପେଟା ନାଳର ପୁନରୁଦ୍ଧାର ପାଇଁ ବାରମ୍ବାର ଦାବି ହେବା ପରେ ଏହାର ପୁନଃରୁଦ୍ଧାର ପାଇଁ ବିଧାନସଭାରେ  ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ପେଟା ନାଳର ପୁନରୁଦ୍ଧାର କାମକୁ ଅନୁମତି ମିଳିଛି। ହେଲେ ତାହା ଏବେବି ଫାଇଲ ତଳେ ଚାପି ହୋଇଯାଇଛି। ତେଣୁ  ଆଜି ମୁଁ ଏ ନାଳରେ ପଶି ଲୋକେ କେତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ଅନୁଭବ କରିଛି ।

ଏଥିସହ ସେ କହିଛନ୍ତି, ମାସେ ପରେ ଡ୍ରେନେଜ ଡିଭିଜନ ସମ୍ମୁଖରେ ଧାରଣାରେ ବସିବୁ । ୩ ମାସ ଭିତରେ କାମ ନ ହେଲେ ପେଟା ନାଳ କୂଳରେ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଧାରଣାରେ ବସିବୁ ।  ଆଶା କରୁଛୁ ଆମର ଏପରି ପଦକ୍ଷେପ ପରେ ସରକାରଙ୍କ ଚେତା ପଶିବ ।

ଏଥିସହ ସେ କହିଛନ୍ତି, ସିଡିଏ କଂଗ୍ରେସ ଅମଳରେ ତିଆରି ହୋଇଥିବାରୁ ବିଜେଡି ସରକାର ଏହାକୁ ସବୁବେଳେ ଅଣଦେଖା କରୁଛନ୍ତି। ପେଟା ନାଳର ପୁନଃରୁଦ୍ଧାର କରିବା ମୋର ନିର୍ବାଚନ ପୂର୍ବର ପ୍ରତିଶ୍ରୁତି ଥିଲା।  ନିର୍ବାଚିତ ହେଲେ ପେଟା ନାଳର ପୁନରୁଦ୍ଧାର ହେବ, ସୌନ୍ଦର୍ଯ୍ୟକରଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲି। ଏହା ସିଡିଏବାସୀ ଓ ବିଡାନାସୀଙ୍କ ଲାଇଫଲାଇନ୍‌ ହେବ । ଫାଇଲ ଆପ୍ରୁଭ ହେବା ପରେ ବି ସରକାରଙ୍କ ଚେତା ପଶୁନି। ତେଣୁ ବାଧ୍ୟ ହୋଇ ସରକାରଙ୍କ ନିକଟକୁ ସନ୍ଦେଶ ପଠାଇବାକୁ ମୋତେ ଏପରି ଭାବେ ନାଳରେ ବୁଡ଼ିବାକୁ ପଡ଼ିଲା।

https://youtu.be/GaRVQAHGqVQ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story