ବିଜେଡି ବିଧାୟକ କିଶୋର ତରାଇଙ୍କ ସତ୍ୟପାଠରେ ପିତାଙ୍କ ନାଁକୁ ନେଇ ଦ୍ୱନ୍ଦ୍ୱ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପେଣ୍ଠପାଳ ପଞ୍ଚାୟତରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ଅନିୟମିତତାରେ ଛନ୍ଦି ହୋଇପଡ଼ିଥିବା ବିଜେଡି ବିଧାୟକ କିଶୋର ତରାଇଙ୍କ ପାଇଁ ନୂଆ ବିବାଦ ମୁଣ୍ଡ ଟେକିଛି। ବିଧାନସଭା ନିର୍ବାଚନ ବେଳେ ସେ ଦାଖଲ କରିଥିବା ସତ୍ୟପାଠରେ ବାପାଙ୍କ ନାଁକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ୨୦୦୪ ଓ ୨୦୧୪ ମସିହାରେ ଦାଖଲ ହୋଇଥିବା ସତ୍ୟପାଠରେ ବାପାଙ୍କ ନାଁ ଅଲଗା ରହିଛି। ୨୦୦୪ ମସିହାରେ କିଶୋର ତରାଇ ପଟ୍ଟାମୁଣ୍ଡାଇ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। ସେତେବେଳେ ସେ ଦାଖଲ […]

kesore chandra

Rakesh Mallick
  • Published: Saturday, 28 January 2017
  • , Updated: 28 January 2017, 06:22 PM IST

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପେଣ୍ଠପାଳ ପଞ୍ଚାୟତରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ଅନିୟମିତତାରେ ଛନ୍ଦି ହୋଇପଡ଼ିଥିବା ବିଜେଡି ବିଧାୟକ କିଶୋର ତରାଇଙ୍କ ପାଇଁ ନୂଆ ବିବାଦ ମୁଣ୍ଡ ଟେକିଛି। ବିଧାନସଭା ନିର୍ବାଚନ ବେଳେ ସେ ଦାଖଲ କରିଥିବା ସତ୍ୟପାଠରେ ବାପାଙ୍କ ନାଁକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ୨୦୦୪ ଓ ୨୦୧୪ ମସିହାରେ ଦାଖଲ ହୋଇଥିବା ସତ୍ୟପାଠରେ ବାପାଙ୍କ ନାଁ ଅଲଗା ରହିଛି।

୨୦୦୪ ମସିହାରେ କିଶୋର ତରାଇ ପଟ୍ଟାମୁଣ୍ଡାଇ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। ସେତେବେଳେ ସେ ଦାଖଲ କରିଥିବା ସତ୍ୟପାଠରେ ତାଙ୍କ ପିତାଙ୍କ ନାଁ ବିମ୍ୱାଧର ତରାଇ ବୋଲି  ଉଲ୍ଲେଖ କରିଥିଲେ। ତେବେ ୨୦୧୪ ମସିହା ବିଧାନସଭା ନିର୍ବାଚନରେ କିଶୋର ଦାଖଲ କରିଥିବା ସତ୍ୟପାଠରେ ତାଙ୍କ ପିତାଙ୍କ ନାଁ ବିମଳ ତରାଇ ବୋଲି ଉଲ୍ଲେଖ ରହିଛନ୍ତି। ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ନାଁକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ଯାହାକୁ ନେଇ ଏବେ ବିବାଦ ବଢ଼ୁଛି।

 

 

 

Related story