ଖର୍ଚ୍ଚ ହୋଇପାରୁନି ବିଧାୟକ ପାଣ୍ଠି, ୨ ମାସିଆ ରିପୋର୍ଟରେ ବଦଳିବ କି ସ୍ଥିତି ?

ଭୁବନେଶ୍ୱର(ପ୍ରକାଶ ସେଠୀ): ନିଜ ଅଞ୍ଚଳର ଆବଶ୍ୟକତା ଅନୁସାରେ ବିଭିନ୍ନ ଉନ୍ନୟନମୂଳକ ଓ ଅତ୍ୟାବଶ୍ୟକ ପ୍ରକଳ୍ପ କାର୍ଯ୍ୟ ପାଇଁ ଦିଆଯାଉଥିବା ବାର୍ଷିକ ପାଣ୍ଠିକୁ ଖର୍ଚ୍ଚ କରିବାରେ ବିଧାୟକମାନେ ସକ୍ଷମ ହେଉନାହାନ୍ତି। ବିଶେଷକରି ୨୦୧୧-୧୨ ଆର୍ଥିକ ବର୍ଷରୁ ବିଧାୟକମାନଙ୍କ ମାଧ୍ୟମରେ ଖର୍ଚ୍ଚ ହେଉଥିବା ବିଭିନ୍ନ ପାଣ୍ଠିର ବ୍ୟୟହାର ଅତ୍ୟନ୍ତ ନିରାଶାଜନକ ଥିବାବେଳେ ଦୀର୍ଘ ଦୁଇ ଦଶନ୍ଧି ମଧ୍ୟରେ ପ୍ରଥମଥର ପାଇଁ କ୍ଷମତାସୀନ ବିଜେଡି ନିଜର ବିଧାୟକମାନଙ୍କୁ ବିଧାନସଭା ଅଧିବେଶନବେଳେ ଉପସ୍ଥିତ ରହିବା ଓ ୨ମାସିଆ କାର୍ଯ୍ୟକ୍ରମ ରିପୋର୍ଟ ଦେବାକୁ ନିର୍ଦ୍ଦେଶ […]

odisha-assamble-1

Manoranjan Sial
  • Published: Thursday, 14 November 2019
  • , Updated: 15 November 2019, 10:28 PM IST

ଭୁବନେଶ୍ୱର(ପ୍ରକାଶ ସେଠୀ): ନିଜ ଅଞ୍ଚଳର ଆବଶ୍ୟକତା ଅନୁସାରେ ବିଭିନ୍ନ ଉନ୍ନୟନମୂଳକ ଓ ଅତ୍ୟାବଶ୍ୟକ ପ୍ରକଳ୍ପ କାର୍ଯ୍ୟ ପାଇଁ ଦିଆଯାଉଥିବା ବାର୍ଷିକ ପାଣ୍ଠିକୁ ଖର୍ଚ୍ଚ କରିବାରେ ବିଧାୟକମାନେ ସକ୍ଷମ ହେଉନାହାନ୍ତି। ବିଶେଷକରି ୨୦୧୧-୧୨ ଆର୍ଥିକ ବର୍ଷରୁ ବିଧାୟକମାନଙ୍କ ମାଧ୍ୟମରେ ଖର୍ଚ୍ଚ ହେଉଥିବା ବିଭିନ୍ନ ପାଣ୍ଠିର ବ୍ୟୟହାର ଅତ୍ୟନ୍ତ ନିରାଶାଜନକ ଥିବାବେଳେ ଦୀର୍ଘ ଦୁଇ ଦଶନ୍ଧି ମଧ୍ୟରେ ପ୍ରଥମଥର ପାଇଁ କ୍ଷମତାସୀନ ବିଜେଡି ନିଜର ବିଧାୟକମାନଙ୍କୁ ବିଧାନସଭା ଅଧିବେଶନବେଳେ ଉପସ୍ଥିତ ରହିବା ଓ ୨ମାସିଆ କାର୍ଯ୍ୟକ୍ରମ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇ ଏହି ସ୍ଥିତିରେ ସୁଧାର କରିବାକୁ ଚାହୁଁଥିବା ଜଣାପଡ଼ିଛି।

ରାଜ୍ୟରେ କ୍ଷମତାସୀନ ବିଜେଡି ୨୦୦୯ ମସିହା ପରଠୁ ଏକାକୀ ଦୁଇ ତୃତୀୟାଂଶ ବା ତଦୁର୍ଦ୍ଧ ବିଧାୟକଙ୍କ ସମର୍ଥନରେ ସରକାର ଗଢ଼ିବାରେ ସକ୍ଷମ ହୋଇଛି। ରାଜ୍ୟରେ ବିକାଶ ପ୍ରକ୍ରିୟାକୁ ଆଗେଇ ନେବା ଓ ସ୍ଥାନୀୟ ଅଞ୍ଚଳରେ ରହିଥିବା ସମସ୍ୟାଗୁଡ଼ିକର ସମାଧାନ ସହ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ନିମନ୍ତେ ବିଧାୟକମାନଙ୍କ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ଆଧାରିତ ପାଣ୍ଠିର ବନ୍ଦୋବସ୍ତ କରିଛି। ରାଜ୍ୟ ସରକାର ପ୍ରତ୍ୟେକ ବିଧାୟକଙ୍କୁ ନିଜସ୍ୱ ପାଣ୍ଠି(ବାର୍ଷିକ ୧କୋଟି ଟଙ୍କାର ଏମଏଲଏ ଲ୍ୟାଡ୍) ସମେତ ସ୍ପେଶାଲ ଡେଭଲପମେଣ୍ଟ ଫଣ୍ଡ (ବାର୍ଷିକ ୫୦ଲକ୍ଷ ଟଙ୍କା) ସ୍ପେଶାଲ ପ୍ରୋବେଲମ ଫଣ୍ଡ( ୫୦ଲକ୍ଷରୁ କୋଟିଏ) ଓ ସ୍ୱଳ୍ପ ପରିମାଣର କ୍ରିଟିକାଲ ଗ୍ୟାପ୍ ଫଣ୍ଡ ଆଦି ନାଁରେ ବିଧାୟକମାନଙ୍କୁ ବାର୍ଷିକ ପ୍ରାୟ ୨କୋଟି ଟଙ୍କାରୁ ଅଧିକ ପାଣ୍ଠି ବ୍ୟୟବରାଦ କରୁଛନ୍ତି। ଏହି ପାଣ୍ଠିଗୁଡ଼ିକ ଖର୍ଚ୍ଚର ଦାୟିତ୍ୱ ଓ ପ୍ରକଳ୍ପ ଆବଣ୍ଟନ ଅଧିକାର ସମ୍ପୂର୍ଣ୍ଣ ଭାବେ ବିଧାୟକମାନଙ୍କର ରହିଛି। ମାତ୍ର ତଥ୍ୟ ଅନୁସାରେ ୨୦୧୧-୧୨ ମସିହା ପରଠୁ ବିଧାୟକମାନଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ଖର୍ଚ୍ଚ ହେଉଥିବା ଏସବୁ ପାଣ୍ଠି ଅର୍ଥ ଖର୍ଚ୍ଚ ପରିମାଣ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଏସବୁ ପାଣ୍ଠି ସରେଣ୍ଡର ହେବାର ପ୍ରାବଧାନ ନଥିବାରୁ ତା’ର ଖର୍ଚ୍ଚରେ ବି ବିଧାୟକମାନେ ନିଜର ମନମୁଖୀ(ଦଳୀୟ ଭିତ୍ତିରେ) କାରବାର କରିବାକୁ ପଛାନ୍ତି ନାହିଁ।

୨୦୧୧-୧୨ରେ ଏମଏଲଏ ଲ୍ୟାଡ୍ ଖର୍ଚ୍ଚ ହାର ୯୬.୭୧ ପ୍ରତିଶତ ଥିବାବେଳେ ଏହା କ୍ରମାଗତ ହ୍ରାସ ପାଇଁ ୨୦୧୫-୧୬ରେ ୮୭.୫୦%, ୨୦୧୭-୧୮ରେ ୬୬.୧୫% ଓ ୨୦୧୮-୧୯ରେ ମାତ୍ର ୩୮.୪୫% ଖର୍ଚ୍ଚ ହୋଇପାରିଛି। ୨୦୧୯-୨୦ ଆର୍ଥିକ ବର୍ଷର ୬ମାସ ବିତିଯାଇଥିଲେ ମଧ୍ୟ ଏହି ଲ୍ୟାଡ୍ ବାବଦ ଅର୍ଥରୁ ମାତ୍ର ୦.୧୦% ଖର୍ଚ୍ଚ ହୋଇପାରିଛି।

ସେହିପରି ୨୦୧୨-୧୩ରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଡେଭଲପମେଣ୍ଟ ପ୍ରୋଗ୍ରାମ ଖର୍ଚ୍ଚ ହାର ୯୮.୮୨%ରୁ କ୍ରମାଗତ ହ୍ରାସ ପାଇଁ ୨୦୧୮-୧୯ରେ ୪୦.୭୮%ରେ ପହଞ୍ôଚଛି। ଏହି ପାଣ୍ଠି ୨୦୧୬-୧୭ରେ ୭୮.୧୫% ଓ ୨୦୧୭-୧୮ରେ ୬୧.୨୭% ଖର୍ଚ୍ଚ ହୋଇଛି।

ସେହିପରି ସ୍ପେଶାଲ ପ୍ରୋବେଲମ୍ ଫଣ୍ଡ ବାବଦ ଖର୍ଚ୍ଚ ହାର ୨୦୧୩-୧୪ରେ ୮୯.୦୫% ଥିବାବେଳେ ଏହା କ୍ରମାଗତ ହ୍ରାସ ପାଇଁ ୨୦୧୭-୧୮ରେ ୪୬.୩୫% ଓ ୨୦୧୮-୧୯ରେ ୨୦.୩୬% ଅର୍ଥ ଖର୍ଚ୍ଚ ସମ୍ଭବପର ହୋଇଛି।

ସବୁଠୁ ଗୁୁରୁତ୍ୱପୂର୍ଣ୍ଣ ହେଉଛି, ପାଣ୍ଠି ଖର୍ଚ୍ଚ କରିବାରେ ବିଜେଡି ବିଧାୟକମାନଙ୍କ ଅପେକ୍ଷାକୃତ ପଛରେ ପଡ଼ିଛନ୍ତି। ସମ୍ଭବତଃ ଏହାକୁ ଦୃଷ୍ଟିରେ ରଖି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ୪ଜଣିଆ କମିଟି ଗଠନ କରିଛନ୍ତି। ଯେଉଁମାନେକି ଦଳୀୟ ବିଧାୟକମାନଙ୍କୁ ଯେଉଁ ୨ମାସିଆ ଗତିବିଧି ରିପୋର୍ଟ ମଗାଯିବ ତା’ର ଫର୍ମାଟ୍ କ’ଣ ରହିବ ତାହା ୧୦ଦିନ ମଧ୍ୟରେ ଚୂଡ଼ାନ୍ତ କରିବେ।
ପ୍ରତିବର୍ଷ ପ୍ରାୟ ୨କୋଟି ଟଙ୍କାରୁ ଉଦ୍ଧ୍ୱର୍ ଅର୍ଥ ନେଉଥିବା ତଥା ନିଜସ୍ୱ ନିୟନ୍ତ୍ରଣରେ ଥିବା ଏହି ପାଣ୍ଠି ଖର୍ଚ୍ଚ କରିବାରେ ସକ୍ଷମ ହୋଇପାରୁନଥିବା ବିଜେଡି ବିଧାୟକମାନେ ଦଳୀୟ ସୁପ୍ରିମୋଙ୍କୁ ୨ମାସିଆ ଗତିବିଧି ରିପୋର୍ଟ ଦାଖଲ କରିବାପରେ ପାଣ୍ଠି ଖର୍ଚ୍ଚ ସ୍ଥିତିରେ କିଭଳି ସୁଧାର ଆସୁଛି ତାହା ଉପରେ ସମସ୍ତଙ୍କ ନଜର।

Related story