ଅସମ୍ମାନ କଲେ ଜେଇ, କାର୍ଯ୍ୟାଳୟ ଆଗରେ ବିଧାୟକ ଓ ସମର୍ଥକଙ୍କ ଧାରଣା

ଉଦଳା(ମାନସ ପାଣି): ପୂର୍ତ୍ତ କାର୍ଯ୍ୟାଳୟ ଜେଇ ସନ୍ତୋଷ ପଣ୍ଡାଙ୍କୁ ତୁରନ୍ତ ଏଠାରୁ ହଟାଅ। ରୁଲ୍ ୪୭ ଅନ୍ତର୍ଗତ ବିଧାୟକ ଦେଇଥିବା ମତାମତକୁ ଗ୍ରହଣ ନ କରି ଓଲଟା ତାଙ୍କୁ ଦୁର୍ବ୍ୟବହାର କରିଥିବା ଜେଇ ଏଠାରେ ରହିବା ଉଚିତ୍‌ ନୁହେଁ। ଏଭଳି ଦାବି ନେଇ ଆଜି ଉଦଳା ପୂର୍ତ୍ତ ବିଭାଗ ଅଫିସ ଆଗରେ ଧାରଣା ଦେଇଛନ୍ତି ସ୍ଥାନୀୟ ବିଧାୟକ ଭାସ୍କର ମଢେଇ, ତାଙ୍କ ସମର୍ଥକ ଓ ଜିଲ୍ଲା ବିଜେପିର ନେତା-କର୍ମୀମାନେ। ଏନେଇ ବିଧାୟକ ଗତକାଲି ଉଦଳା ଥାନାରେ ସମ୍ପୃକ୍ତ […]

protest

protest

Niranjan Mishra
  • Published: Tuesday, 16 August 2022
  • Updated: 16 August 2022, 06:16 PM IST

Sports

Latest News

ଉଦଳା(ମାନସ ପାଣି): ପୂର୍ତ୍ତ କାର୍ଯ୍ୟାଳୟ ଜେଇ ସନ୍ତୋଷ ପଣ୍ଡାଙ୍କୁ ତୁରନ୍ତ ଏଠାରୁ ହଟାଅ। ରୁଲ୍ ୪୭ ଅନ୍ତର୍ଗତ ବିଧାୟକ ଦେଇଥିବା ମତାମତକୁ ଗ୍ରହଣ ନ କରି ଓଲଟା ତାଙ୍କୁ ଦୁର୍ବ୍ୟବହାର କରିଥିବା ଜେଇ ଏଠାରେ ରହିବା ଉଚିତ୍‌ ନୁହେଁ। ଏଭଳି ଦାବି ନେଇ ଆଜି ଉଦଳା ପୂର୍ତ୍ତ ବିଭାଗ ଅଫିସ ଆଗରେ ଧାରଣା ଦେଇଛନ୍ତି ସ୍ଥାନୀୟ ବିଧାୟକ ଭାସ୍କର ମଢେଇ, ତାଙ୍କ ସମର୍ଥକ ଓ ଜିଲ୍ଲା ବିଜେପିର ନେତା-କର୍ମୀମାନେ।

ଏନେଇ ବିଧାୟକ ଗତକାଲି ଉଦଳା ଥାନାରେ ସମ୍ପୃକ୍ତ ଯନ୍ତ୍ରୀଙ୍କ ନାମରେ ଅଭିଯୋଗ କରିଥିଲେ। ପୁଲିସ ଚୁପ୍ ବସିଥିବା ବେଳେ ଆଜି ବିଧାୟକ ଓ ବିଜେପି କର୍ମୀମାନେ ଏହି ଯନ୍ତ୍ରୀଙ୍କୁ ତୁରନ୍ତ ବଦଳି ଦାବିରେ ଉଦଳା ପୂର୍ତ୍ତ ବିଭାଗ ଅଫିସ୍ ଆଗରେ ଧାରଣା ଦେଇଥିଲେ।

ସୂଚନା ମୁତାବକ, ଭଦଳା ଡାକ୍ତରଖାନା ନୂଆ କୋଠାର ଗ୍ରେଡ୍ ବିମ୍‌କୁ ତଳୁଆ ନ କରି ଉପରେ କରିବାକୁ ବିଧାୟକ ମତ ଦେଇଥିଲେ। ହେଲେ ଏହାକୁ ଉପସ୍ଥିତ ଜେଇ ସନ୍ତୋଷ ପଣ୍ଡା ଗ୍ରହଣ ନ କରିବା ସହ ଏ ବାବଦରେ ବିଧାୟକଙ୍କ କୌଣସି ଜ୍ଞାନ ନ ଥିବା କହି ଅସମ୍ମାନ କରିଥିବା ଅଭିଯୋଗ ହୋଇଛି।

ଧାରଣାରେ ବସିଥିବା ବିଧାୟକ ଶ୍ରୀ ମଢେଇ କହିଛନ୍ତି, ଗତକାଲି ସେ ଉଦଳା ମେଡିକାଲର ବିଭିନ୍ନ ସମସ୍ୟା ସମାଧାନ ନିମନ୍ତେ ଆଲୋଚନା ପାଇଁ ଉପଖଣ୍ଡ ଚିକିତ୍ସା ଅଧିକାରୀଙ୍କ ପାଖକୁ ଆସିଥିଲେ। ଏହା ପରେ ସେ ମେଡ଼ିକାଲ ପରିସରରେ ଚାଲିଥିବା ଏକ ନୂତନ କୋଠା କାମ ଦେଖିବାକୁ ଯାଇଥିଲେ। ଏହି ସମୟରେ ଉପସ୍ଥିତ ପୂର୍ତ୍ତ ବିଭାଗର ଯନ୍ତ୍ରୀଙ୍କୁ କାମ ଠିକ ଅଛି କି ନାହିଁ ବୋଲି ପଚାରିଥିଲେ। ପ୍ରାୟ ୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚରେ ଏହି କୋଠା କାମ ହେଉଥିବାରୁ ଦୀର୍ଘ ସ୍ଥାୟୀତ୍ୱ ନିମନ୍ତେ ବିଲ୍ଡିଂର ତଳ ଓ ଉପର ଲେବୁଲ୍ ଠିକ କରାଯାଇନାହିଁ ବୋଲି କହିଥିଲେ। ନୂଆ ଗ୍ରେଡ୍ ବିମ୍‌କୁ ତଳୁଆ ନ କରିବାକୁ ମତ ଦେଇଥିଲେ। ତେବେ ଏଥିରେ ସଂପୃକ୍ତ ଯନ୍ତ୍ରୀ ରାଗି ଯାଇ ସେ କିଛି ଜାଣିନାହାନ୍ତି ବୋଲି କହିଥିଲେ। ଯାହା ତାଙ୍କ ସମ୍ମାନ ଉପରେ ଆଞ୍ଚ ଆଣିଛି ବୋଲି ବିଧାୟକ କହିଛନ୍ତି।

ଜିଲ୍ଲା ବିଜେପି ସଭାପତି କାନଦରା ସୋରେନ କହିଛନ୍ତି, ଜଣେ ଆଦିବାସୀ ଜନପ୍ରତିନିଧିଙ୍କୁ ଜେଇ ଏଭଳି ଅସମ୍ମାନ କରିବା ଦୁଃଖଦ ବିଷୟ। ସମ୍ବିଧାନର ରୁଲ୍ ୪୭ ଅନ୍ତର୍ଗତ ବିଧାୟକ ସମସ୍ତ ଉନ୍ନତିକରଣ କାମରେ ନିଜ ମତ ଦେଇପାରିବେ। ତାକୁ ଗ୍ରହଣ କରାଯିବା କଥା। ହେଲେ ଜେଇ ତାଙ୍କୁ ଅସମ୍ମାନ କରିଛନ୍ତି। ତେଣୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ।

ତେବେ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ କିମ୍ବା ଅଭିଯୋଗ ଆସିଥିବା ଯନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story