ଉମରକୋଟ (ଓଡ଼ିଶା ରିପୋର୍ଟର): ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ମକା ଜମିରେ କୀଟନାଶକ ଔଷଧ ସିଞ୍ଚନ ଦୃଶ୍ୟ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ସମଗ୍ର ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଚାଷୀ ଘରେ ଜନ୍ମ ନେଇଥିବା ବିଧାୟକ ପେସାରେ ଜଣେ ଓକିଲ।
ଜିଲ୍ଲାର ରାଇଘର, ଉମରକୋଟ,ଝରିଗାଁ,ଡାବୁଗାଁ ଏବଂ ଚନ୍ଦାହାଣ୍ଡିରେ ଚଳିତ ବର୍ଷ ମକା ଚାଷରେ ପୋକ ଲାଗିଥିବା ଖବର ପାଇଥିଲେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ। ବିଭିନ୍ନ ଅଂଚଳ ଗସ୍ତ କରିବା ସହ ଚାଷୀଙ୍କ ସହ ଆଲୋଚନା କରି ତାଙ୍କ ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କୁ ଅବଗତ କରିଥିବା ଜଣାପଡ଼ିଛି।
ସେପଟେ ଚାଷୀଙ୍କ ଜମିକୁ ଯାଇ ନିଜେ ପୋକ ଲାଗିଥିବା ସ୍ଥାନରେ ଔଷଧ ସିଞ୍ଚନ କରୁଥିବା ଚାଷୀଙ୍କ ଠାରୁ ସ୍ପ୍ରେ ମେସିନ୍ ଛଡ଼ାଇ ନେଇ ନିଜେ ସ୍ପ୍ରେ କରୁଥିବା ଦୃଶ୍ୟ ଏବେ ଚାଷୀଙ୍କ ମନରେ ଖୁସି ଆଣି ଦେଇଛି। ଗୋଟିଏ ପଟେ ଲଗାଣ ବର୍ଷାରେ ଚାଷୀ ହତାଶ ହୋଇଥିବା ବେଳେ ଅନ୍ୟ ପଟେ ଏବେ ରୋଗ ପୋକରେ ହନ୍ତସନ୍ତ ହେଉଛନ୍ତି ମକା ଚାଷୀ। ଏହି ସମୟରେ ବିଧାୟକଙ୍କ ଏଭଳି ତତ୍ପରତା ପ୍ରଶାସନକୁ ପଦକ୍ଷେପ ନେବାରେ ଚେତାଇବ ବୋଲି ଚର୍ଚ୍ଚା ହେଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଜଷ୍ଟିସ ବିଶ୍ୱନାଥ ରଥ ଓଡ଼ିଶା ଲ’ କମିଶନ ଅଧ୍ୟକ୍ଷ
ଆଜି ପୁନର୍ଗଠିତ ଏହି ଲ’ କମିଶନରେ ଅଧ୍ୟକ୍ଷଙ୍କୁ ମିଶାଇ ମୋଟ ୬ଜଣ ସଦସ୍ୟ ରହିଛନ୍ତି ।
Politics
ନବୀନ ଓ ପାଣ୍ଡିଆନଙ୍କ ଅଡ଼ୁଆ ବଢ଼ାଇବ କି ପ୍ରକାଶ ମିଶ୍ରଙ୍କ ପୁସ୍ତକ
ଆସନ୍ତା ଜାନୁୟାରୀ ୧୧ରେ ନୂଆଦିଲ୍ଲୀରେ ଓ ତା’ପୂର୍ବରୁ ଜାନୁୟାରୀ ୭ କିମ୍ବା ୯ତାରିଖରେ ଭୁବନେଶ୍ୱରରେ ଉନ୍ମୋଚିତ ହେବ ପ୍ରକାଶ ମିଶ୍ରଙ୍କ ଲିଖିତ ପୁସ୍ତକ “କମେଡ଼ି ଇନ୍ ଖାକି: ଦ ହ୍ୟୁମରସ୍ ମେମୋରିଜ୍ ଅଫ ଏ ପୁଲିସମ୍ୟାନ୍” ।
Politics
ଅମିତ ଶାହଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ ବାତିଲ
କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ ଆସନ୍ତାକାଲି ଅର୍ଥାତ୍ ଶନିବାର ରାତି ୧୦ଟାରେ ଭୁବନେଶ୍ୱରରେ ପହଂଚିଥାନ୍ତୋ ।
Crime
ବିଧାୟକ ଥିଲେ, ସର୍କିଟ୍ ହାଉସ୍ରେ ଜଳିଗଲା ଦୁଇ ଗାଡ଼ି
ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ। କାର୍ଯ୍ୟକ୍ରମ ପରେ ସେ ଫୁଲବାଣୀ ସର୍କିଟ୍ ହାଉସ୍ରେ ରାତ୍ରୀ ଯାପନ କରିଥିଲେ। ସର୍କିଟ୍ ହାଉସ୍ କ୍ୟାମ୍ପସରେ ନିଜର ଇନୋଭା ଗାଡ଼ି ରଖି ବିଶ୍ରାମ ନେଇଥିଲେ।
Politics
ମୁହଁ ଖୋଲିଲେ ବିଜେଡି ନେତ୍ରୀ ପୁଷ୍ପାଞ୍ଜଳି; କହିଲେ- ମୁଁ ଯଦି ନିଜ ରକ୍ଷା କରିପାରିନଥାନ୍ତି, ତାହାହେଲେ ମୋ’ ଶାଢୀ ଖୋଲି ଯାଇଥାଆନ୍ତା
ଶଙ୍ଖ ଭବନରେ ଘଟିଥିବର ମାଡ଼ ଘଟଣାକୁ ନେଇ ଭୁବନେଶ୍ୱର ଜୋନ ମହିଳା ବିଜେଡି କାର୍ଯ୍ୟକାରୀ ସଭାନେତ୍ରୀ ପୁଷ୍ପାଞ୍ଜଳି ରଣା କହିଛନ୍ତି, ମୁଁ ଆଗେ ପ୍ରଥମେ ମାଡ଼ ମାରିନି। ଯାହା ଭିଡ଼ିଓରେ ଦେଖାଯାଉଛି, ତାହା ପୂର୍ବରୁ ନିଶ୍ଚିତ କିଛି ଘଟିଥିବ। ଗତ ୨୦ ବର୍ଷ ହେଲା ଜଣେ ମହିଳା ଯଦି ପାଟି ଫିଟାଇନଥିଲା, ଆଜି କାହିଁକି ଫିଟାଇଲା?