ସହିଦଙ୍କ ଦାଦାଙ୍କୁ ବିଧାୟକ ଧକ୍କା ମାରିବା ଭିଡିଓ ଭାଇରାଲ୍‌, ବିଜେପି ଜାଳିଲା କୁଶପୁତ୍ତଳିକା

କଟକ (ପ୍ରଭାତ ବିଷୋୟୀ): ଜମ୍ମୁ-କଶ୍ମୀର ପୁଲଓ୍ୱାମାରେ ସହିଦ ହୋଇଥିବା ମନୋଜ ବେହେରାଙ୍କ ଦାଦାଙ୍କୁ କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ଖରାପ ବ୍ୟବହାର କରିଥିବାର ଭିଡିଓ ଭାଇରାଲ୍ ହେବା ପରେ ବିଜେପି ପକ୍ଷରୁ ଏହାର ପ୍ରତିବାଦ କରାଯାଇଛି। ଗତକାଲି ନିଆଳି ବଜାରରେ ବିଜେପି ପକ୍ଷରୁ ଦେବାଶିଷଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ସହିଦ ମନୋଜ ବେହେରାଙ୍କ ଶେଷକୃତ୍ୟ ପୂର୍ବରୁ ତାଙ୍କ ପାର୍ଥିବ ଶରୀର ନିକଟରେ ତାଙ୍କ ଦାଦା ଛିଡ଼ା ହୋଇଥିଲେ। ଏହି ସମୟରେ ବିଧାୟକ ଦେବାଶିଷ ସାମନ୍ତରାୟ ତାଙ୍କ ଉପରେ […]

mla

Jitendra Garnayak
  • Published: Tuesday, 19 February 2019
  • , Updated: 19 February 2019, 12:57 PM IST

କଟକ (ପ୍ରଭାତ ବିଷୋୟୀ): ଜମ୍ମୁ-କଶ୍ମୀର ପୁଲଓ୍ୱାମାରେ ସହିଦ ହୋଇଥିବା ମନୋଜ ବେହେରାଙ୍କ ଦାଦାଙ୍କୁ କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ଖରାପ ବ୍ୟବହାର କରିଥିବାର ଭିଡିଓ ଭାଇରାଲ୍ ହେବା ପରେ ବିଜେପି ପକ୍ଷରୁ ଏହାର ପ୍ରତିବାଦ କରାଯାଇଛି। ଗତକାଲି ନିଆଳି ବଜାରରେ ବିଜେପି ପକ୍ଷରୁ ଦେବାଶିଷଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।

ସହିଦ ମନୋଜ ବେହେରାଙ୍କ ଶେଷକୃତ୍ୟ ପୂର୍ବରୁ ତାଙ୍କ ପାର୍ଥିବ ଶରୀର ନିକଟରେ ତାଙ୍କ ଦାଦା ଛିଡ଼ା ହୋଇଥିଲେ। ଏହି ସମୟରେ ବିଧାୟକ ଦେବାଶିଷ ସାମନ୍ତରାୟ ତାଙ୍କ ଉପରେ ବିରକ୍ତ ହେବା ସହ ତାଙ୍କୁ ଏକ ପ୍ରକାର ଟାଣି ଆଣି ଧକ୍କା ମାରି ତଳେ ବସାଇ ଥିଲେ। ତେବେ ଏହି ଘଟଣା କ୍ୟାମେରାରେ କଏଦ ହୋଇଯାଇଥିଲା। ପରେ ଏହା ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଥିଲା।

ଏହି ଘଟଣା ଘଟିବା ବେଳେ ସେଠାରେ ମନ୍ତ୍ରୀ ପ୍ରତାପ ଜେନା, ନିଆଳି ବିଧାୟକ ଡାକ୍ତର ପ୍ରମୋଦ ମଲ୍ଲିକ ଓ କଟକ ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ମଧ୍ୟ ଉପସ୍ଥିତ ଥିଲେ।

ଏ ଘଟଣା ନେଇ ବିଧାୟକ ଦେବାଶିଷ ସାମନ୍ତରାୟ କିମ୍ବା ଅନ୍ୟମାନଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Related story