ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ପାଇଁ ଦୀର୍ଘ ଦିନ ହେବ ବନ୍ଦ ରହିଥିବା ମୋ ବସ୍ ସେବା ଆଜିଠୁ ପୁଣି ଆରମ୍ଭ ହେଲା। ଯାତ୍ରୀଙ୍କ ସୁବିଧା ପାଇଁ ମୁଖ୍ୟତଃ ଭୁବନେଶ୍ୱର-କଟକ-ଖୋର୍ଦ୍ଧା-ପିପିଲିର ୮ଟି ରୁଟ୍ରେ ଗଡ଼ିଲା ନନ୍ ଏସି ବସ୍।
ଏହି ରୁଟ୍ଗୁଡ଼ିକ ହେଲା୧୧ ନମ୍ବର( ନନ୍ଦନ ବିହାର-ଲିଙ୍ଗିପୁର), ୧୬ ନମ୍ବର (ମାଷ୍ଟର କ୍ୟାଣ୍ଟିନରୁ କଟକ ବିଜୁ ପଟ୍ଟନାୟକ ପାର୍କ), ୧୮ ନମ୍ବର-(ବରମୁଣ୍ଡାରୁ ଜଗତପୁର), ୨୦ ନମ୍ବର-(ମାଷ୍ଟର କ୍ୟାଣ୍ଟିନରୁ ଖୋର୍ଦ୍ଧା ଭାୟା ବାଣୀବିହାର), ୨୩ ନମ୍ବର-(ମାଷ୍ଟର କ୍ୟାଣ୍ଟିନରୁ ସମ୍ ହସ୍ପିଟାଲ), ୨୫ ନମ୍ବର (ଡୁମଡୁମାରୁ ମଞ୍ଚେଶ୍ୱର), ୨୭ ନମ୍ବର (ମାଷ୍ଟର କ୍ୟାଣ୍ଟିନରୁ ଏମ୍ସ), ୩୩ ନମ୍ବର (ମାଷ୍ଟର କ୍ୟାଣ୍ଟିନରୁ ପିପିଲି)।
ଅନ୍ଲକ୍-୩ ସରକାରଙ୍କ ଗ୍ରୀନ୍ ସିଗ୍ନାଲ୍ ପରେ ବସ୍ ସେବା ଆରମ୍ଭ କରିବାକୁ CRUT ପକ୍ଷରୁ ସୂଚନା ଦିଆଯାଇଥିଲା। ସପ୍ତାହର ୫ ଦିନ ସକାଳ ୭ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ମୋ ବସ୍ ଚଳାଚଳ କରିବ । ଅଗଷ୍ଟ ମାସ ସାରା କିନ୍ତୁ ଶନିବାର ଓ ରବିବାର ମୋ ବସ୍ ବନ୍ଦ ରହିବ ବୋଲି CRUT ପକ୍ଷରୁ ସୂଚନା ଦିଆଯାଇଛି । ଏହି ସମୟରେ କିନ୍ତୁ କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।