ଆଜିଠୁ ଗଡ଼ିଲା ମୋ’ ବସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ପାଇଁ ଦୀର୍ଘ ଦିନ ହେବ ବନ୍ଦ ରହିଥିବା ମୋ ବସ୍‌ ସେବା ଆଜିଠୁ ପୁଣି ଆରମ୍ଭ ହେଲା। ଯାତ୍ରୀଙ୍କ ସୁବିଧା ପାଇଁ ମୁଖ୍ୟତଃ ଭୁବନେଶ୍ୱର-କଟକ-ଖୋର୍ଦ୍ଧା-ପିପିଲିର ୮ଟି ରୁଟ୍‌ରେ ଗଡ଼ିଲା ନନ୍ ଏସି ବସ୍। ଏହି ରୁଟ୍‌ଗୁଡ଼ିକ ହେଲା୧୧ ନମ୍ବର( ନନ୍ଦନ ବିହାର-ଲିଙ୍ଗିପୁର), ୧୬ ନମ୍ବର (ମାଷ୍ଟର କ୍ୟାଣ୍ଟିନରୁ କଟକ ବିଜୁ ପଟ୍ଟନାୟକ ପାର୍କ), ୧୮ ନମ୍ବର-(ବରମୁଣ୍ଡାରୁ ଜଗତପୁର), ୨୦ ନମ୍ବର-(ମାଷ୍ଟର କ୍ୟାଣ୍ଟିନରୁ ଖୋର୍ଦ୍ଧା ଭାୟା ବାଣୀବିହାର), ୨୩ ନମ୍ବର-(ମାଷ୍ଟର କ୍ୟାଣ୍ଟିନରୁ ସମ୍ […]

CRUT-2

Niharika Rout
  • Published: Tuesday, 04 August 2020
  • , Updated: 04 August 2020, 09:01 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ପାଇଁ ଦୀର୍ଘ ଦିନ ହେବ ବନ୍ଦ ରହିଥିବା ମୋ ବସ୍‌ ସେବା ଆଜିଠୁ ପୁଣି ଆରମ୍ଭ ହେଲା। ଯାତ୍ରୀଙ୍କ ସୁବିଧା ପାଇଁ ମୁଖ୍ୟତଃ ଭୁବନେଶ୍ୱର-କଟକ-ଖୋର୍ଦ୍ଧା-ପିପିଲିର ୮ଟି ରୁଟ୍‌ରେ ଗଡ଼ିଲା ନନ୍ ଏସି ବସ୍।

ଏହି ରୁଟ୍‌ଗୁଡ଼ିକ ହେଲା୧୧ ନମ୍ବର( ନନ୍ଦନ ବିହାର-ଲିଙ୍ଗିପୁର), ୧୬ ନମ୍ବର (ମାଷ୍ଟର କ୍ୟାଣ୍ଟିନରୁ କଟକ ବିଜୁ ପଟ୍ଟନାୟକ ପାର୍କ), ୧୮ ନମ୍ବର-(ବରମୁଣ୍ଡାରୁ ଜଗତପୁର), ୨୦ ନମ୍ବର-(ମାଷ୍ଟର କ୍ୟାଣ୍ଟିନରୁ ଖୋର୍ଦ୍ଧା ଭାୟା ବାଣୀବିହାର), ୨୩ ନମ୍ବର-(ମାଷ୍ଟର କ୍ୟାଣ୍ଟିନରୁ ସମ୍ ହସ୍ପିଟାଲ), ୨୫ ନମ୍ବର (ଡୁମଡୁମାରୁ ମଞ୍ଚେଶ୍ୱର), ୨୭ ନମ୍ବର (ମାଷ୍ଟର କ୍ୟାଣ୍ଟିନରୁ ଏମ୍ସ), ୩୩ ନମ୍ବର (ମାଷ୍ଟର କ୍ୟାଣ୍ଟିନରୁ ପିପିଲି)।

ଅନ୍‌ଲକ୍‌-୩ ସରକାରଙ୍କ ଗ୍ରୀନ୍‌ ସିଗ୍‌ନାଲ୍‌ ପରେ ବସ୍‌ ସେବା ଆରମ୍ଭ କରିବାକୁ CRUT ପକ୍ଷରୁ ସୂଚନା ଦିଆଯାଇଥିଲା। ସପ୍ତାହର ୫ ଦିନ ସକାଳ ୭ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ମୋ ବସ୍ ଚଳାଚଳ କରିବ  । ଅଗଷ୍ଟ ମାସ ସାରା କିନ୍ତୁ ଶନିବାର ଓ ରବିବାର ମୋ ବସ୍ ବନ୍ଦ ରହିବ ବୋଲି CRUT ପକ୍ଷରୁ ସୂଚନା ଦିଆଯାଇଛି ।  ଏହି ସମୟରେ କିନ୍ତୁ କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ।

Related story