ଆଜିଠୁ ୨୨ଟି ରୁଟ୍‌ରେ ଗଡ଼ିବ  ‘ମୋ ବସ୍’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କଟକଣା ଯୋଗୁଁ ଗତ କିଛି ମାସ ଧରି ବନ୍ଦ ରହିଥିବା   ‘ମୋ ବସ୍’ ସେବା ଆଜିଠାରୁ ସ୍ୱାଭାବିକ ହେବ। କେବଳ ରୁଟ୍ ନଂ ୨୯କୁ ଛାଡ଼ି ବାକି ୨୨ଟି ରୁଟ୍‌ରେ ସମୁଦାୟ ୧୪୪ଟି ମୋ ବସ୍ ଧାର୍ଯ୍ୟ ସମୟରେ ଯାତାୟତ କରିବ । ଏ ସମ୍ପର୍କରେ ପରିଚାଳନାକାରୀ ସଂସ୍ଥା କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି । କରୋନା କଟକଣା ଯୋଗୁଁ କିଛି ମାସ ଧରି ବନ୍ଦ ରହିବା ପରେ ପର୍ଯ୍ୟାୟ କ୍ରମେ ‘ମୋ […]

bus

Niharika Rout
  • Published: Tuesday, 01 December 2020
  • , Updated: 01 December 2020, 07:37 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କଟକଣା ଯୋଗୁଁ ଗତ କିଛି ମାସ ଧରି ବନ୍ଦ ରହିଥିବା   ‘ମୋ ବସ୍’ ସେବା ଆଜିଠାରୁ ସ୍ୱାଭାବିକ ହେବ। କେବଳ ରୁଟ୍ ନଂ ୨୯କୁ ଛାଡ଼ି ବାକି ୨୨ଟି ରୁଟ୍‌ରେ ସମୁଦାୟ ୧୪୪ଟି ମୋ ବସ୍ ଧାର୍ଯ୍ୟ ସମୟରେ ଯାତାୟତ କରିବ । ଏ ସମ୍ପର୍କରେ ପରିଚାଳନାକାରୀ ସଂସ୍ଥା କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି ।

କରୋନା କଟକଣା ଯୋଗୁଁ କିଛି ମାସ ଧରି ବନ୍ଦ ରହିବା ପରେ ପର୍ଯ୍ୟାୟ କ୍ରମେ ‘ମୋ ବସ୍’ ସେବା ଆରମ୍ଭ ହୋଇଥିଲା । ଏବେ ସ୍ଥିତି କିଛିଟା ସ୍ୱାଭାବିକ ହୋଇଯାଇଥିବାରୁ ଆଜିଠୁ ସବୁ ରୁଟ୍‌ରେ ଏହି ସେବା ସ୍ୱାଭାବିକ ହେବ। ଫଳରେ ବିଭିନ୍ନ ସ୍ଥାନରୁ ଯାତାୟତ ନିମନ୍ତେ ‘ମୋ ବସ୍’ ଉପରେ ନିର୍ଭର କରୁଥିବା ଯାତ୍ରୀମାନେ ଆଉ ଅସୁବିଧାର ସମ୍ମୁଖିନ ହେବେ ନାହିଁ।

Related story