‘ମୋ ସ୍କୁଲ୍‌’ ଆପ୍‌ ଉନ୍ମୋଚିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ “ମୋ ସ୍କୁଲ” କାର୍ଯ୍ୟକ୍ରମକୁ ପୂରଣ ହୋଇଛି ଦୁଇ ବର୍ଷ। ଏହି ଅବସରରେ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ସହ ଅଧିକରୁ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଡିହେବାକୁ ପ୍ରଚଳନ ହୋଇଛି ‘ମୋ ସ୍କୁଲ ଆପ୍‌’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରେ ଆଜି ଏହି ଆପ୍‌ର ଉନ୍ମୋଚନ କରିଛନ୍ତି। ଏହାଦ୍ୱାରା ସ୍କୁଲକୁ ଅଧିକରୁ ଅଧିକ ଅନୁଦାନ ମିଳିପାରିବ ବୋଲି ଆଶା କରାଯାଇଛି। ଅକ୍ଟୋବର ୨୯ ତାରିଖ ସୁଦ୍ଧା ‘ମୋ ସ୍କୁଲ’ କାର୍ଯ୍ୟକ୍ରମରେ ରାଜ୍ୟର ୧ […]

mo-school-app-will-inagurated-today

Manoranjan Sial
  • Published: Thursday, 14 November 2019
  • , Updated: 14 November 2019, 08:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ “ମୋ ସ୍କୁଲ” କାର୍ଯ୍ୟକ୍ରମକୁ ପୂରଣ ହୋଇଛି ଦୁଇ ବର୍ଷ। ଏହି ଅବସରରେ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ସହ ଅଧିକରୁ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଡିହେବାକୁ ପ୍ରଚଳନ ହୋଇଛି ‘ମୋ ସ୍କୁଲ ଆପ୍‌’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରେ ଆଜି ଏହି ଆପ୍‌ର ଉନ୍ମୋଚନ କରିଛନ୍ତି। ଏହାଦ୍ୱାରା ସ୍କୁଲକୁ ଅଧିକରୁ ଅଧିକ ଅନୁଦାନ ମିଳିପାରିବ ବୋଲି ଆଶା କରାଯାଇଛି।

ଅକ୍ଟୋବର ୨୯ ତାରିଖ ସୁଦ୍ଧା ‘ମୋ ସ୍କୁଲ’ କାର୍ଯ୍ୟକ୍ରମରେ ରାଜ୍ୟର ୧ ଲକ୍ଷ ୬୬ ହଜାର ୬୦୮ ଜଣ ଛାତ୍ରଛାତ୍ରୀ ୩୪ କୋଟି ୮୭ ଲକ୍ଷ ୭୬ ହଜାର ଟଙ୍କା ଦାନ କରିଛନ୍ତି। ଏହି ଯୋଜନା ଅନୁସାରେ ସରକାର ଏହାର ଦୁଇ ଗୁଣା ଅର୍ଥ ପ୍ରଦାନ କରିଛନ୍ତି।

Related story