କେନ୍ଦୁଝର (ପ୍ରଣୟ ପାଣି): ମେଡିକାଲ୍ରେ ରୋଗୀଙ୍କ ମୁଣ୍ଡ ପାଖରେ ଫାଟିଲା ମୋବାଇଲ। ଅଳ୍ପକେ ବର୍ତ୍ତିଗଲେ ରୋଗୀ ଓ ସମ୍ପର୍କୀୟ। ଆଜି ଏପରି ଘଟଣା କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି।
ମନୋରମା ସାହୁଙ୍କ ଟ୍ୟୁମର ହୋଇଥିଲା। ପରିବାର ଲୋକେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଅପରେସନ୍ ହୋଇଥିଲା। ପରରେସନ୍ ପରେ ତାଙ୍କୁ ୱାର୍ଡରେ ରଖାଯାଇଥିଲେ। ତାଙ୍କ ପାଖରେ ଝିଅ ଲିଲିଳତା ସାହୁ ଥିଲେ। ଲିଲି ତାଙ୍କ ମାଆଙ୍କ ମୁଣ୍ଡ ପାଖରେ ଏକ ବ୍ୟାଗରେ ନିଜର ମୋବାଇଲ ରଖିଥିଲେ।
ବ୍ୟାଗରେ ଥିବା ବେଳେ ହଠାତ୍ ମୋବାଇଲଟି ଫାଟି ଯାଇଥିଲା। ପରେ ମୋବାଇଲଟି ନିଆଁ ଜଳିଯାଇଥିଲା। ଏହା ଲିଲି ମୋବାଇଲ୍ ଥିବା ବ୍ୟାଗଟିକୁ ବାଥ୍ରୁମକୁ ଫିଙ୍ଗି ଦେଇଥିଲେ। ଲିଲିଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ଼ ଧରଣର ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିଛି। ମୋବାଇଲ ଫାଟିବା ପରେ କିଛି ସମୟ ପାଇଁ ୱାର୍ଡରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।