ମୋବାଇଲ ଜାମ କରିବାରେ ଜାମର ଫେଲ୍‌! ନୂଆ ଫଣ୍ଡା ଆଣିଲା ପୁଲିସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଏଦୀଙ୍କ ମୋବାଇଲ ଜାମ କରିବାରେ ଫେଲ୍‌ ମାରିଲାକି ଜାମର? ସେଥିପାଇଁ ପ୍ରଥମ କରି ରାଜ୍ୟରେ ସବୁ ଜେଲରେ ମୋବାଇଲକୁ ଡିଟେକ୍ଟ କରିବା ପାଇଁ ମୋବାଇଲ ଫୋନ୍‌ ଡିଟେକ୍ଟର ଡିଭାଇସ୍‌ ବ୍ୟବହାର ହେବ। ଏହା ମାଧ୍ୟମରେ ଜେଲରେ ବ୍ୟବହାର କରାଯାଉଥିବା ୨ଜି, ୩ଜି ଆଦି ଫୋନ ଧରାପଡ଼ିବ। ରାଜ୍ୟର ୯୧ଟି ଜେଲରେ ୩୦୦ ମୋବାଇଲ ଫୋନ୍‌ ଡିଟେକ୍ଟର ଡିଭାଇସ୍‌ ବ୍ୟବହାର କରାଯିବ। ୭୫ ଲକ୍ଷ ଟଙ୍କା ବ୍ୟୟରେ ମୋବାଇଲ ଡିଟେକ୍ଟର କିଣାଯିବ। ପରେ କେଉଁ ଜେଲକୁ […]

mobile-jammer-may-be-fail-in-odisha-jail

Manoranjan Sial
  • Published: Tuesday, 07 January 2020
  • , Updated: 07 January 2020, 06:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଏଦୀଙ୍କ ମୋବାଇଲ ଜାମ କରିବାରେ ଫେଲ୍‌ ମାରିଲାକି ଜାମର? ସେଥିପାଇଁ ପ୍ରଥମ କରି ରାଜ୍ୟରେ ସବୁ ଜେଲରେ ମୋବାଇଲକୁ ଡିଟେକ୍ଟ କରିବା ପାଇଁ ମୋବାଇଲ ଫୋନ୍‌ ଡିଟେକ୍ଟର ଡିଭାଇସ୍‌ ବ୍ୟବହାର ହେବ। ଏହା ମାଧ୍ୟମରେ ଜେଲରେ ବ୍ୟବହାର କରାଯାଉଥିବା ୨ଜି, ୩ଜି ଆଦି ଫୋନ ଧରାପଡ଼ିବ। ରାଜ୍ୟର ୯୧ଟି ଜେଲରେ ୩୦୦ ମୋବାଇଲ ଫୋନ୍‌ ଡିଟେକ୍ଟର ଡିଭାଇସ୍‌ ବ୍ୟବହାର କରାଯିବ। ୭୫ ଲକ୍ଷ ଟଙ୍କା ବ୍ୟୟରେ ମୋବାଇଲ ଡିଟେକ୍ଟର କିଣାଯିବ। ପରେ କେଉଁ ଜେଲକୁ କେତୋଟି ଡିଭାଇସ୍ ଦିଆଯିବ, ତା’ଉପରେ ବିଚାର କରାଯିବ। ଏସବୁ ଖୁବ୍‌ଶୀଘ୍ର ଲାଗିବ ବୋଲି ଜେଲ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି।

ଏଠି ପ୍ରଶ୍ନ ଉଠୁଛି, ମୋବାଇଲ ଫୋନ ଡିଟେକ୍ଟ ଡିଭାଇସ୍‌ ଜେଲ ଭିତରେ କଏଦୀଙ୍କ ମୋବାଇଲ ଅପରେସନ ଉପରେ ରୋକ ଲଗାଇ ପାରିବ ତ? ଝାରପଡା ଜେଲରେ ଜାମର ବ୍ୟବସ୍ଥା କାମକରୁଥିଲା। ମାତ୍ର, କଏଦୀଙ୍କ ବଦଳରେ ଜେଲ ଆଖପାଖରେ ରହୁଥିବା ଲୋକଙ୍କ ମୋବାଇଲ ଉପରେ ପ୍ରଭାବ ପକାଉଥିବା ଅଭିଯୋଗ ହୋଇଥିଲା। ଗ୍ୟାଙ୍ଗଷ୍ଟାର ସକିଲ ହ୍ୱାଟ୍ସଆପ୍‌ ଭିଡିଓ କରି ବ୍ୟବସାୟୀଙ୍କୁ ଦାଦାବଟି ମାଗିଥିବା ଭିଡିଓ ଜେଲରୁ ପ୍ରସ୍ତୁତ ହୋଇଥିବା ଅଭିଯୋଗ ହୋଇଥିଲା। ଚୌଦ୍ୱାର ଜେଲର କଏଦୀଙ୍କ ଭିଡିଓ ମୋବାଇଲରୁ ମୋବାଇଲ ଭାଇରାଲ ହୋଇଥିଲା। ବାରମ୍ବାର ଚଢଉ ସତ୍ତ୍ୱେ ଜେଲରୁ ଅଧିକାଂଶ ସମୟରେ ସିମ୍‌ ଓ ନିଶା ଦ୍ରବ୍ୟ ଆଦି ବାହାରୁଥିଲା। ଏହି ମୋବାଇଲ ଡିଟେକ୍ଟର ଡିଭାଇସ୍‌ ଦୁଇଫୁଟ୍‌ ଦୂରତାରୁ ମୋବାଇଲକୁ ଡିଟେକ୍ଟ କରିପାରିବ। ଜେଲ କର୍ମଚାରୀମାନେ ମଧ୍ୟ ଏଣିକି ଜେଲ ଭିତରକୁ ମୋବାଇଲ ନେବା ଉପରେ କଟକଣାକୁ ଆହୁରି କଡା କରାଯିବ ବୋଲି ଜେଲ୍‌ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି।

Related story