ବିନିକା (ଦିଲ୍ଲୀପ ସାହୁ): ଫ୍ରି ଫାୟାର ଗେମ୍ ଖେଳୁଥିବା ବେଳେ ହଠାତ୍ ବ୍ଲାଷ୍ଟ କଲା ମୋବାଇଲ୍। ଅଳ୍ପକେ ବର୍ତ୍ତିଗଲା ଯୁବକଙ୍କ ଜୀବନ। ଏପରି ଘଟଣା ସୁବର୍ଣ୍ଣପୁର ଜିଲ୍ଲାରେ ଘଟିଛି।
ବିନିକା ବ୍ଲକ ମହଦା ପଞ୍ଚାୟତ କେନପାଲି ଗାଁର ୨୨ ବର୍ଷୀୟ ଯୁବକ ପୁରୁଣ ଜାଲ ମୋବାଇଲକୁ ତଳେ ରଖି ଫ୍ରି’ ଫାୟାର ଗେମ୍ ଖେଳୁଥିଲେ। ଠିକ୍ ସେହି ସମୟରେ ହଠାତ୍ ମୋବାଇଲଟି ବ୍ଲାଷ୍ଟ କରିଥିଲା। ବ୍ଲାଷ୍ଟ ପରେ ମୋବାଇଲ୍ଟି ଛିନ୍ଛତର ହୋଇଯାଇଥିଲା। ହେଲେ ଅଳ୍ପକେ ବର୍ତ୍ତି ଯାଇଥିଲା ଯୁବକଙ୍କ ଜୀବନ।
ସୂଚନାରୁ ପ୍ରକାଶ, ଆଜିର ଯୁବ ପିଢ଼ି ଅନେକ ସମୟରେ ମୋବାଇଲ୍ରେ ଗେମ୍ ଖେଳୁଥିବା ଦେଖିବାକୁ ମଳୁଛି। ଅସାବଧାନତା ଯୋଗୁ ମୋବାଇଲ ଗୁଡ଼ିକ ଗରମ ହୋଇ ଫାଟି ଯାଉଛି। ଚାଇନା ମୋବାଇଲ ଗୁଡ଼ିକ ବେଶୀ ଫାଟି ଯାଉଥିବା ଅଭିଯୋଗ ହେଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ହଂସିକାଙ୍କ ଠକେଇ ସିଣ୍ଡିକେଟ୍ : ଅନୀଲଙ୍କ ମାଲିକାନାରେ ସିରାଜୁଦ୍ଦିନ ପରିବାରର ୨ କମ୍ପାନୀ, ଖୋଲିବ କି ବିଜେଡି ଲିଙ୍କ୍
୨ଟି କମ୍ପାନୀ ରାଜ୍ୟର ପରିଚିତ ଖଣି ବ୍ୟବସାୟୀ ସିରାଜୁଦ୍ଦିନ ପରିବାରର, ଆଉ ଗୋଟିଏ ରିଏଲ ଇଷ୍ଟେଟ୍ କମ୍ପାନୀକୁ ନିଜର ଅନ୍ୟ ଦୁଇଜଣ ଭାଇ ଅସିତ୍ ଓ ଅଜିତଙ୍କ ସହ ମିଶି ୨୦୨୩ ଜୁନ୍ ମାସରେ ତିଆରି କରିଛନ୍ତି ଅନୀଲ ।
Miscellaneous
‘ଆଜିର ସମାଜରେ ପିଲାମାନେ ବାପା, ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି’
ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ।
Politics
ଖୋଲିବ ଠକ ଯୋଡ଼ି ହଂସିକା ଓ ଅନୀଲଙ୍କ ରାଜନୀତି ଲିଙ୍କ?
ଚିତାକଟା ଯୋଡ଼ି ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତି ମିଛିମିଛିକା ଅନେକ ପ୍ରଭାବଶାଳୀଙ୍କୁ ନିଜର ସମ୍ପର୍କୀୟ ଦର୍ଶାଇ ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡରେ ବିସ୍ତାର କରିଥିଲେ ନିଜର ଠକ ସାମ୍ରାଜ୍ୟ।