କମିଶନରେଟ ପୋଲିସ ପକ୍ଷରୁ ଅପଗ୍ରେଡେଡ ଭର୍ସନ ମୋବାଇଲ୍ ଆପ୍ ଉନ୍ମୋଚିତ ହୋଇଛି

ଭୁବନେଶ୍ୱର: କମିଶନରେଟ ପୋଲିସ ପକ୍ଷରୁ ଅପଗ୍ରେଡେଡ ଭର୍ସନର ମୋବାଇଲ୍ ଆପ୍ ଉନ୍ମୋଚିତ ହୋଇଛି। ସୂଚନା ପ୍ରଯୁକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଓ ପୋଲିସ୍ ଡିଜି କେବି ସିଂଙ୍କ ଉପସ୍ଥିତିରେ ଏହି ଆପ୍ ଉନ୍ମୋଚିତ ହୋଇଛି। ଆଣ୍ଡ୍ରୋଏଡ୍ ସ୍ମାର୍ଟ ଫେ।ନରେ ଉପଲବ୍ଧ ହେବାକୁ ଥିବା ଏହି ଆପ୍ ମାଧ୍ୟମରେ ଟ୍ରାଫିକ ସମ୍ପର୍କିତ ସୂଚନା, ରାସ୍ତା ଜାମ୍, ଧାରଣା ଯୋଗୁଁ ରାସ୍ତା ବନ୍ଦ ଆଦି ସମ୍ପର୍କିତ ସୂଚନା ମେସେଜ୍ ସାହାଯ୍ୟରେ ମିଳିପାରିବ। ଏହି ଆପରେ ପ୍ରିପେଡ୍ ଅଟୋ ଓ ମୋ […]

aap

Rakesh Mallick
  • Published: Thursday, 12 November 2015
  • , Updated: 12 November 2015, 01:54 PM IST

ଭୁବନେଶ୍ୱର: କମିଶନରେଟ ପୋଲିସ ପକ୍ଷରୁ ଅପଗ୍ରେଡେଡ ଭର୍ସନର ମୋବାଇଲ୍ ଆପ୍ ଉନ୍ମୋଚିତ ହୋଇଛି। ସୂଚନା ପ୍ରଯୁକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଓ ପୋଲିସ୍ ଡିଜି କେବି ସିଂଙ୍କ ଉପସ୍ଥିତିରେ ଏହି ଆପ୍ ଉନ୍ମୋଚିତ ହୋଇଛି। ଆଣ୍ଡ୍ରୋଏଡ୍ ସ୍ମାର୍ଟ ଫେ।ନରେ ଉପଲବ୍ଧ ହେବାକୁ ଥିବା ଏହି ଆପ୍ ମାଧ୍ୟମରେ ଟ୍ରାଫିକ ସମ୍ପର୍କିତ ସୂଚନା, ରାସ୍ତା ଜାମ୍, ଧାରଣା ଯୋଗୁଁ ରାସ୍ତା ବନ୍ଦ ଆଦି ସମ୍ପର୍କିତ ସୂଚନା ମେସେଜ୍ ସାହାଯ୍ୟରେ ମିଳିପାରିବ। ଏହି ଆପରେ ପ୍ରିପେଡ୍ ଅଟୋ ଓ ମୋ ସାଥୀ ଆପକୁ ମଧ୍ୟ ଲିଙ୍କ୍ କରାଯିବ ବୋଲି ପୋଲିସ୍ କମିଶନରେଟ ପକ୍ଷରୁ ସୂଚନା ମିଳିଛି। ଆଗକୁ ଏହା କିପରି ଅନ୍ୟ ମୋବାଇଲ୍ ପ୍ଲାଟଫର୍ମରେ ଉପଲବ୍ଧ ହୋଇପାରିବ ସେ ନେଇ ମଧ୍ୟ କମିଶନରେଟ୍ ପୋଲିସ ଯୋଜନା କରୁଛି।

ଏହାସହ କମିଶନରେଟ ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ସମ୍ପର୍କିତ ସିଡି ଫିଲ୍ମ ମଧ୍ୟ ରିଲିଜ ହୋଇଛି। ନିୟମ ଉଲ୍ଲଂଘନ ଓ ଅସାବଧାନତା ଯୋଗୁଁ ବିଭିନ୍ନ ସ୍ଥାନରେ ଘଟିଥିବା ଦୁର୍ଘଟଣାର ସିସିଟିଭି ଫୁଟେଜକୁ ନେଇ ଏହି ଫିଲ୍ମ ତିଆରି ହୋଇଛି। ଏହି ଫିଲ୍ମକୁ ସଚେତନତା ସୃଷ୍ଟି ପାଇଁ ଫିଲ୍ମ ହଲରେ ପ୍ରଦର୍ଶିତ କରାଯିବା ସହ ସୋସିଆଲ୍ ମିଡିଆରେ ମଧ୍ୟ ଛଡ଼ାଯିବ ବୋଲି ସୂଚନା ମିଳିଛି।

Related story