ମୋଦି ଓଡ଼ିଶା ଆସିବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିବେ। ମେ’ ୨୬ ତାରିଖରେ ସେ ଏଠାକୁ ଆସିବେ। କେନ୍ଦ୍ର ସରକାରଙ୍କ ୪ ବର୍ଷ ପୂର୍ତ୍ତି ଅବସରରେ ସେ ଓଡ଼ିଶା ଆସୁଥିବା ଜଣାପଡ଼ିଛି। ଏହି ଅବସରରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର ଯୋଜନା ରହିଛି। ଏନେଇ ଆଜି ସୂଚନା ଦେଇଛନ୍ତି ବିଜେପିର ରାଜ୍ୟ ପ୍ରଭାରୀ ଅରୁଣ ସିଂହ।

ଏ ସଂପର୍କରେ ସୂଚନା ଦେଇ କହିଛନ୍ତି,“ମୋଦି ସରକାରଙ୍କର ୪ ବର୍ଷ ପୂର୍ତ୍ତି ହେବାକୁ ଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’ ୨୬ରେ ଓଡ଼ିଶାକୁ ଆସୁଛନ୍ତି। ସେ ଓଡ଼ିଶା ଆସିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଆଉ ଆମ ଅନୁରୋଧକୁ ମଧ୍ୟ ରକ୍ଷା କରିଛନ୍ତି। ତାଙ୍କ ଗସ୍ତ ସମୟରେ ବିଶାଳ ଜନସମାବେଶ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି।”

ଅରୁଣ ସିଂହ କହିଛନ୍ତି,“ସାରା ଓଡ଼ିଶା ଯେପରି ଭାବରେ ମୋଦିମୟ ହୋଇଛି। ଆଗାମୀ ଦିନରେ ଏହାର ପ୍ରଭାବ ବହୁତ ବେଶୀ ପଡ଼ିବ। ଓଡ଼ିଶାରେ  ବିଜେପି ସରକାର କରିବା ଏକ ପ୍ରକାର ସୁନିଶ୍ଚିତ। ମୋଦି ଓଡ଼ିଶାକୁ ବହୁତ ଭଲ ପାଆନ୍ତି। ତେଣୁ ମୋଦି ସବୁବେଳେ ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାକୁ ଅଗ୍ରାଧିକାର ଦେଇଥାନ୍ତି।”

ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ଯେ କଟକରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ।

ଗତବର୍ଷ ଏପ୍ରିଲ୍ ମାସରେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିଲେ। ସେ ବିଜେପିର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ପାଇଁ ଆସିଥିଲେ।

Ordigital Desk
• Published: Saturday, 19 May 2018
• Updated: 19 May 2018, 12:42 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos