ପାରଦୀପ ବନ୍ଦରର ୧୦୭୬ କୋଟି ଟଙ୍କା ସୁଧ ଛାଡ଼ କଲେ ମୋଦି

ନୂଆଦିଲ୍ଲୀ: ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତୀୟ କ୍ୟାବିନେଟ କମିଟି ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାରାଦୀପ ବନ୍ଦର ପକ୍ଷରୁ ନିଆ ଯାଇଥିବା ଋଣ ଉପରେ ଖିଲାପି ସୁଧକୁ ଛାଡ କରିଛନ୍ତି।  କ୍ୟାବିନେଟ୍‌ ନିଷ୍ପତ୍ତି କ୍ରମେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ପକ୍ଷରୁ ଋଣ ଉପରେ ଖିଲାପି ସୁଧ ପରିମାଣ ୧୦୭୬ କୋଟି ୫୯ଲକ୍ଷ ଟଙ୍କାକୁ ଛାଡ କରାଯାଇଛି। ପାରାଦୀପ ବନ୍ଦର ପକ୍ଷରୁ ଭିତ୍ତିଭୂମି ବିକାଶ ପାଇଁ ୬୪୨କୋଟି ୬୯ଲକ୍ଷ ଟଙ୍କା ଋଣ ନିଆଯାଇଥିଲା। ବିଭିନ୍ନ […]

paradeep

Rakesh Mallick
  • Published: Wednesday, 23 May 2018
  • , Updated: 23 May 2018, 07:21 PM IST

ନୂଆଦିଲ୍ଲୀ: ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତୀୟ କ୍ୟାବିନେଟ କମିଟି ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାରାଦୀପ ବନ୍ଦର ପକ୍ଷରୁ ନିଆ ଯାଇଥିବା ଋଣ ଉପରେ ଖିଲାପି ସୁଧକୁ ଛାଡ କରିଛନ୍ତି।  କ୍ୟାବିନେଟ୍‌ ନିଷ୍ପତ୍ତି କ୍ରମେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ପକ୍ଷରୁ ଋଣ ଉପରେ ଖିଲାପି ସୁଧ ପରିମାଣ ୧୦୭୬ କୋଟି ୫୯ଲକ୍ଷ ଟଙ୍କାକୁ ଛାଡ କରାଯାଇଛି।

ପାରାଦୀପ ବନ୍ଦର ପକ୍ଷରୁ ଭିତ୍ତିଭୂମି ବିକାଶ ପାଇଁ ୬୪୨କୋଟି ୬୯ଲକ୍ଷ ଟଙ୍କା ଋଣ ନିଆଯାଇଥିଲା। ବିଭିନ୍ନ ସମୟରେ କ୍ଷତି ସହିବାରୁ ସୁଧ ପରିଶୋଧ କରିବାରେ ବିଫଳ ହୋଇଥିଲେ କର୍ତ୍ତୃପକ୍ଷ।

Related story