ପୁରୀରୁ ନିର୍ବାଚନ ଲଢ଼ିବେ ପ୍ରଧାନମନ୍ତ୍ରୀ ମୋଦି !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ମସିହା ସାଧାରଣ ନିର୍ବାଚନରେ ପୁରୀରୁ ସାଂସଦ ପ୍ରାର୍ଥୀ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି! ଏନେଇ ପୂର୍ବରୁ ଅନେକ ଆଲୋଚନା ହେଉଥିଲା। ଦୀର୍ଘ ଦିନ ପରେ ପ୍ରଧାନମନ୍ତ୍ରୀ ପୁରୀରୁ ପ୍ରାର୍ଥୀତ୍ୱ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲୀପ ଘୋଷ ଏନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପଶ୍ଚିମବଙ୍ଗରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ୨୦୧୪ ସାଧାରଣ ନିର୍ବାଚନରେ ମୋଦି ଗୁଜରାଟ […]

pm modi

pm modi

Manoranjan Sial
  • Published: Monday, 12 November 2018
  • Updated: 12 November 2018, 06:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ମସିହା ସାଧାରଣ ନିର୍ବାଚନରେ ପୁରୀରୁ ସାଂସଦ ପ୍ରାର୍ଥୀ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି! ଏନେଇ ପୂର୍ବରୁ ଅନେକ ଆଲୋଚନା ହେଉଥିଲା। ଦୀର୍ଘ ଦିନ ପରେ ପ୍ରଧାନମନ୍ତ୍ରୀ ପୁରୀରୁ ପ୍ରାର୍ଥୀତ୍ୱ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲୀପ ଘୋଷ ଏନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପଶ୍ଚିମବଙ୍ଗରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

୨୦୧୪ ସାଧାରଣ ନିର୍ବାଚନରେ ମୋଦି ଗୁଜରାଟ ଓ ଉତ୍ତରପ୍ରଦେଶର ବାରଣାସୀରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ। ଦୁଇଟି ଯାକ ନିର୍ବାଚନମଣ୍ଡଳୀରୁ ସେ ଜିତି ଥିଲେ। ପରେ ଗୁଜରାଟ୍‌ ଆସନରୁ ଇସ୍ତଫା ଦେଇ ସେ କେବଳ ବାରଣାସୀ ସଂସଦୀୟ କ୍ଷେତ୍ରର ପ୍ରତିନିଧିତ୍ୱ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos