ମୋଦି ସରକାରର ପ୍ରଥମ ବର୍ଷ ପୂର୍ତ୍ତି:ଚଳଚଞ୍ଚଳ ରାଜ୍ୟ ବିଜେପି

ଭୁବନେଶ୍ୱର: ଆଜି ମୋଦି ସରକାରର ପ୍ରଥମ ବର୍ଷ ପୂର୍ତ୍ତି। ଏହି ଅବସରରେ ବିଜେପି ପକ୍ଷରୁ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଭୁବନେଶ୍ୱର ଇଡ୍କୋ ଏକ୍ସିବିଜସନ ଗ୍ରାଉଣ୍ଡରେ ସେ ଏକ ଫଟୋ ପ୍ରଦର୍ଶନୀର ଉଦ୍ଘାଟନ କରିବେ। ଏହାର ଶୀର୍ଷକ ରହିଛି ସାଲ୍ ଏକ୍ ସୁରୁଆତ୍ ଅନେକ୍। ଏହା ପରେ ସେ ବିଜେପି ଅଫିସରେ ଏକ ସାମ୍ୱାଦିକ ସମ୍ମିଳନୀ କରିବେ। ଅପରାହ୍ନରେ ଧର୍ମେନ୍ଦ୍ର ନିମାପଡ଼ାରେ ଆୟୋଜିତ ସାଧାରଣ ସଭାରେ […]

rajya bjp

rajya bjp

Rakesh Mallick
  • Published: Tuesday, 26 May 2015
  • Updated: 26 May 2015, 01:55 AM IST

Sports

Latest News

ଭୁବନେଶ୍ୱର: ଆଜି ମୋଦି ସରକାରର ପ୍ରଥମ ବର୍ଷ ପୂର୍ତ୍ତି। ଏହି ଅବସରରେ ବିଜେପି ପକ୍ଷରୁ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଭୁବନେଶ୍ୱର ଇଡ୍କୋ ଏକ୍ସିବିଜସନ ଗ୍ରାଉଣ୍ଡରେ ସେ ଏକ ଫଟୋ ପ୍ରଦର୍ଶନୀର ଉଦ୍ଘାଟନ କରିବେ। ଏହାର ଶୀର୍ଷକ ରହିଛି ସାଲ୍ ଏକ୍ ସୁରୁଆତ୍ ଅନେକ୍। ଏହା ପରେ ସେ ବିଜେପି ଅଫିସରେ ଏକ ସାମ୍ୱାଦିକ ସମ୍ମିଳନୀ କରିବେ। ଅପରାହ୍ନରେ ଧର୍ମେନ୍ଦ୍ର ନିମାପଡ଼ାରେ ଆୟୋଜିତ ସାଧାରଣ ସଭାରେ ଉଦ୍ବୋଧନ ଦେବା କାର୍ଯ୍ୟକ୍ରମ ରହିଛି।ସେହିପରି ମେ ୨୨ ତାରିଖରୁ ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ୍ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ମିଳିଛି। ଆଜି ସେ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ। ଆସନ୍ତାକାଲି ସମ୍ୱଲପୁର ଜିଲ୍ଲା କୁଚିଣ୍ଡା, ଜମନକିରା ଏବଂ ବାମରାରେ ହେବାକୁ ଥିବା କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବେ। ଏହାପରେ ପରେ ସେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଯାଇ ମୋଦି ସରକାରର ସଫଳତା ଏବଂ ଲୋକାଭିମୁଖୀ ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରାଇବେ ବୋଲି ଜଣାପଡ଼ିଛି।।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos