ଓଡ଼ିଶାର ବିପିସିଆର୍‌ କର୍ମଚାରୀଙ୍କୁ ପ୍ରଶଂସା କଲେ ମୋଦି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ବିପିସିଆର୍‌ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିପିସିଆର୍‌ ପେଟ୍ରୋଲ ପମ୍ପର ସମସ୍ତ କର୍ମଚାରୀମାନେ ‘ଆରୋଗ୍ୟ ସେତୁ’ ଆପ୍‌ ଡାଉନ୍‌ଲୋଡ୍‌ କରିଛି। ଏ ସମ୍ପର୍କରେ ବିପିସିଆର୍‌ ପକ୍ଷରୁ ଟ୍ୱିଟ୍‌ କରାଯାଇଥିଲା। ଏହାକୁ ରି-ଟ୍ୱିଟ୍‌ କରି ପ୍ରଧାନମନ୍ତ୍ରୀ ବିପିସିଆର୍‌ର ସମସ୍ତ କର୍ମଚାରୀଙ୍କୁ ପ୍ରଶଂସା କରିବା ସହିତ ଭେରିଗୁଡ୍‌ ବୋଲି ଲେଖିଛନ୍ତି। ଏପରିକି କର୍ମଚାରୀଙ୍କ ମାସ୍କ ପିନ୍ଧିବାକୁ ମୋଦି ପ୍ରଶଂସା କରିବା ସହିତ ଏସବୁ ଜରୁରୀ ବୋଲି ସେ ଲେଖିଛନ୍ତି। ମହାମାରୀ ‘କରୋନା’ରେ ଆଜି […]

modi

Manoranjan Sial
  • Published: Tuesday, 14 April 2020
  • , Updated: 14 April 2020, 02:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ବିପିସିଆର୍‌ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିପିସିଆର୍‌ ପେଟ୍ରୋଲ ପମ୍ପର ସମସ୍ତ କର୍ମଚାରୀମାନେ ‘ଆରୋଗ୍ୟ ସେତୁ’ ଆପ୍‌ ଡାଉନ୍‌ଲୋଡ୍‌ କରିଛି। ଏ ସମ୍ପର୍କରେ ବିପିସିଆର୍‌ ପକ୍ଷରୁ ଟ୍ୱିଟ୍‌ କରାଯାଇଥିଲା। ଏହାକୁ ରି-ଟ୍ୱିଟ୍‌ କରି ପ୍ରଧାନମନ୍ତ୍ରୀ ବିପିସିଆର୍‌ର ସମସ୍ତ କର୍ମଚାରୀଙ୍କୁ ପ୍ରଶଂସା କରିବା ସହିତ ଭେରିଗୁଡ୍‌ ବୋଲି ଲେଖିଛନ୍ତି। ଏପରିକି କର୍ମଚାରୀଙ୍କ ମାସ୍କ ପିନ୍ଧିବାକୁ ମୋଦି ପ୍ରଶଂସା କରିବା ସହିତ ଏସବୁ ଜରୁରୀ ବୋଲି ସେ ଲେଖିଛନ୍ତି।

ମହାମାରୀ ‘କରୋନା’ରେ ଆଜି ସୁଦ୍ଧା ଭାରତାରେ ୩୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ୭୦୦୦ରୁ ଅଧିକ ଆକ୍ରାନ୍ତ ହୋଇ ଆଇସୋଲେସନ୍‌ରେ ଅଛନ୍ତି। ଏହାଛଡ଼ା ଅନେକ ସନ୍ଦିଗ୍ଧ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି। ଯାହାକୁ ଦେଖି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶକୁ ୨୧ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଏହାର ଅବଧି ସରିବା ପରେ ଆଜି ପ୍ରଧାମନ୍ତ୍ରୀ ଦେଶବାସୀଙ୍କୁ ସମ୍ୱୋଧିତ କରି ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌କୁ ବଢ଼ାଇଛନ୍ତି। ଏପରିକି ‘କରୋନା’ ସମ୍ପର୍କରେ ନିଜର ତଥ୍ୟ ଦେବା ପାଇଁ ଆରୋଗ୍ୟ ସେତୁ ଡାଉନ୍‌ ଲୋଡ୍‌ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଥିଲେ ମୋଦି। ଯାହାକୁ ଧ୍ୟାନ ଦେଇ ଓଡ଼ିଶାର ବିପିସିଆର୍‌ କର୍ମଚାରୀମାନେ ମୁହଁରେ ମାକ୍ସ ବାନ୍ଧି ‘ଆରୋଗ୍ୟ ସେତୁ’ ଆପ୍‌ ଡାଉନ୍‌ ଲୋଡ୍‌ କରି ଟ୍ୱିଟ୍‌ କରିଥିଲେ। ଯାହାକୁ ପ୍ରଧାନମନ୍ତ୍ରୀ ରି-ଟ୍ୱିଟ୍‌ କରି ପ୍ରଶଂସା କରିଛନ୍ତି।

Related story