ଇଷାକ ମୁଣ୍ଡାଙ୍କୁ ପ୍ରଶଂସା କଲେ ମୋଦି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଷାକ ମୁଣ୍ଡାଙ୍କ ପ୍ରଶଂସାରେ ଶତମୁଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମରେ ମୋଦି ସମ୍ବଲପୁରର ଇଷାକ ମୁଣ୍ଡାଙ୍କୁ ସେ ପ୍ରଶଂସା କରିଛନ୍ତି। ଦିନ ମଜୁରିଆରୁ ୟୁଟ୍ୟୁବର ପାଲଟିଥିବା ଇଷାକ ଓଡ଼ିଶାର ପଖାଳକୁ ଦେଶ ବିଦେଶରେ ପହଞ୍ଚାଇ ପାରିଥିବା କହିଛନ୍ତି ମୋଦି ।  ଅନ୍ୟ ସମସ୍ତ ପ୍ରକାର ଖାଦ୍ୟ ବ୍ୟଞ୍ଜନ ଠାରୁ ଅଲଗା ଓଡ଼ିଶାର ପଖାଳ ଭାତର ଭିଡିଓ କରି ଇଷାକ ଇଣ୍ଟରନେଟ୍ ସେନସେସନ ପାଲଟି ଯାଇଥିବା ମୋଦି କହିଛନ୍ତି […]

809

Tapas Behera
  • Published: Sunday, 25 July 2021
  • , Updated: 25 July 2021, 09:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଷାକ ମୁଣ୍ଡାଙ୍କ ପ୍ରଶଂସାରେ ଶତମୁଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମରେ ମୋଦି ସମ୍ବଲପୁରର ଇଷାକ ମୁଣ୍ଡାଙ୍କୁ ସେ ପ୍ରଶଂସା କରିଛନ୍ତି। ଦିନ ମଜୁରିଆରୁ ୟୁଟ୍ୟୁବର ପାଲଟିଥିବା ଇଷାକ ଓଡ଼ିଶାର ପଖାଳକୁ ଦେଶ ବିଦେଶରେ ପହଞ୍ଚାଇ ପାରିଥିବା କହିଛନ୍ତି ମୋଦି ।  ଅନ୍ୟ ସମସ୍ତ ପ୍ରକାର ଖାଦ୍ୟ ବ୍ୟଞ୍ଜନ ଠାରୁ ଅଲଗା ଓଡ଼ିଶାର ପଖାଳ ଭାତର ଭିଡିଓ କରି ଇଷାକ ଇଣ୍ଟରନେଟ୍ ସେନସେସନ ପାଲଟି ଯାଇଥିବା ମୋଦି କହିଛନ୍ତି । ସେହିଭଳି ମୋଦି ଅଲିମ୍ପିକ, କାର୍ଗିଲ ବିଜୟ ଦିବସ ସଂପର୍କରେ ମନର କଥା କହିଛନ୍ତି। ସେହିଭଳି ୭୯ତମ ମନ କି ବାତ୍ କାର୍ଯ୍ୟକ୍ରମରେ ମୋଦି ଆଜି ଟୋକିଓ ଅଲିମ୍ପିକ୍ସ ପାଇଁ ଯାଇଥିବା ଖେଳାଳିଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ଏହାସହ ଏଥର ଅଗଷ୍ଟ ୧୫ରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ହେଉଥିବାରୁ, ଏହାକୁ ସ୍ୱତନ୍ତ୍ର ଭାବେ ପାଳନ କରିବା ଲାଗି ଆହ୍ୱାନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ।

Related story