ମୋଦିଙ୍କ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଆହ୍ୱାନ

ଆଠଗଡ଼ (ନୀଳକଣ୍ଠ ଦୋରା): ଅସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ଆସୁଛନ୍ତି। କେନ୍ଦ୍ର ସରକାରଙ୍କ ୪ ବର୍ଷ ପୂର୍ତ୍ତି ଅବସରରେ ଐତିହ୍ୟର ସହର କଟକରେ ବିଜେପିର କାର୍ଯ୍ୟକ୍ରମ ହେଉଛି। ଏଠାରେ ମୋଦି ତାଙ୍କ ସରକାର ୪ ବର୍ଷରେ କରିଥିବା ବିକାଶର ରିପୋର୍ଟ କାର୍ଡ ଦେବେ। ଏହାସହ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିବେ। ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ଆଠଗଡ଼ ବିଜେପି ମଣ୍ଡଳ ପକ୍ଷରୁ ଆହ୍ୱାନ ଦିଆଯାଇଛି। ମଣ୍ଡଳ ପକ୍ଷରୁ ଏନେଇ ଗତକାଲି ଶୁଭଦୀପା କଲ୍ୟାଣ ମଣ୍ଡପରେ […]

bjp

Rakesh Mallick
  • Published: Friday, 25 May 2018
  • , Updated: 25 May 2018, 11:27 AM IST

ଆଠଗଡ଼ (ନୀଳକଣ୍ଠ ଦୋରା): ଅସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ଆସୁଛନ୍ତି। କେନ୍ଦ୍ର ସରକାରଙ୍କ ୪ ବର୍ଷ ପୂର୍ତ୍ତି ଅବସରରେ ଐତିହ୍ୟର ସହର କଟକରେ ବିଜେପିର କାର୍ଯ୍ୟକ୍ରମ ହେଉଛି। ଏଠାରେ ମୋଦି ତାଙ୍କ ସରକାର ୪ ବର୍ଷରେ କରିଥିବା ବିକାଶର ରିପୋର୍ଟ କାର୍ଡ ଦେବେ। ଏହାସହ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିବେ। ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ଆଠଗଡ଼ ବିଜେପି ମଣ୍ଡଳ ପକ୍ଷରୁ ଆହ୍ୱାନ ଦିଆଯାଇଛି।

ମଣ୍ଡଳ ପକ୍ଷରୁ ଏନେଇ ଗତକାଲି ଶୁଭଦୀପା କଲ୍ୟାଣ ମଣ୍ଡପରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ, ଆଠଗଡର ବରିଷ୍ଠ ବିଜେପି ନେତା ତଥା କଟକ ଜିଲ୍ଲାର ସାଧାରଣ ସମ୍ପାଦକ ରାମନାରାୟଣ ମହାନ୍ତି, ବିଭୂତି ଭୂଷଣ ମିଶ୍ର, ବିଶ୍ୱସୁନ୍ଦର ମିଶ୍ର, ମନ୍ମଥ ମିଶ୍ର, ବିକ୍ରମ କେଶରୀ ଦାଶ ପ୍ରମୁଖ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ।

Related story