ଓଡ଼ିଶା ଆସିବେ ମୋଦି ଓ ରାହୁଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ନିଶ୍ଚିନ୍ତକୋଇଲିରେ ପଦଯାତ୍ରାରେ ଯୋଗ ଦେବା ଅବସରରେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଡିସେମ୍ବର ୨୪ ତାରିଖ ଦିନ ଓଡ଼ିଶା ଆସିବେ। ସେ ଖୋର୍ଦ୍ଧାରେ ଏକ ବିଶାଳ ଜନସମାବେଶରେ ଯୋଗ ଦେବେ। ସେହିପରି ଚଳିତ ମାସ ଶେଷ ଆଡ଼କୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ମଧ୍ୟ ଓଡ଼ିଶା ଆସିବାର […]

modirahul

Jitendra Garnayak
  • Published: Thursday, 06 December 2018
  • , Updated: 06 December 2018, 12:44 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି।

ନିଶ୍ଚିନ୍ତକୋଇଲିରେ ପଦଯାତ୍ରାରେ ଯୋଗ ଦେବା ଅବସରରେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଡିସେମ୍ବର ୨୪ ତାରିଖ ଦିନ ଓଡ଼ିଶା ଆସିବେ। ସେ ଖୋର୍ଦ୍ଧାରେ ଏକ ବିଶାଳ ଜନସମାବେଶରେ ଯୋଗ ଦେବେ।

ସେହିପରି ଚଳିତ ମାସ ଶେଷ ଆଡ଼କୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ମଧ୍ୟ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଏ ନେଇ ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଏହି ଗସ୍ତ ସମୟରେ ରାହୁଲ ଓଡ଼ିଶାରେ ଦୁଇ ଦିନ ରହିବେ। ତେବେ ସେ ନିର୍ଦ୍ଦିଷ୍ଟ କେଉଁ ତାରିଖରେ ଆସିବେ ତାହା ସ୍ପଷ୍ଟ ହୋଇନି।

ପିସିସି ସଭାପତିଙ୍କ ସୂଚନା ଅନୁଯାୟୀ, ରାହୁଲ ୨୨,୨୩ କିମ୍ବା ୨୭,୨୮ରେ ଓଡ଼ିଶା ଗସ୍ତ କରିପାରନ୍ତି।

ରାହୁଲଙ୍କ ଗସ୍ତ ସୂଚନା ପାଇବା ପରେ କଂଗ୍ରେସ ନେତା ଓ କର୍ମୀ ଉତ୍ସାହିତ ହୋଇପଡ଼ିଛନ୍ତି।

Related story